ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



କଂକ୍ରିଟ୍‌‌ରେ ହନିକମ୍ବିଂ: କାରଣ, ପ୍ରକାରଭେଦ ଏବଂ ତାହାକୁ ସଜାଡ଼ିବାର ପଦ୍ଧତି

କଂକ୍ରିଟ୍ ଢାଞ୍ଚାରେ ହନିକମ୍ବିଂ ଏକ ବଡ଼ ଚିନ୍ତାଜନକ ବିଷୟ ହୋଇପାରେ । ଏହା ଖାଲି ଯେ କଂକ୍ରିଟ୍‌‌ ପୃଷ୍ଠଭାଗର ସୌନ୍ଦର୍ଯ୍ୟ ନଷ୍ଟ କରେ ତାହା ନୁହେଁ, ବରଂ ଢାଞ୍ଚାର ଶକ୍ତି ଓ ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ । ନିଜ କଂକ୍ରିଟ୍ ଢାଞ୍ଚାଗୁଡ଼ିକୁ ମଜବୁତ ଏବଂ ଚିତ୍ତାକର୍ଷକ କରିବା ସୁନିଶ୍ଚିତ କରିବା ନିମନ୍ତେ ଏହି ବ୍ଲଗ୍ ରେ ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦିଆଯାଇଛି ।

Share:


ପ୍ରମୁଖ ତଥ୍ୟାବଳୀ

 

• କଂକ୍ରିଟ୍‌‌ରେ ଶୂନ୍ୟତା ବା ଗର୍ତ୍ତ ଦ୍ୱାରା ସୃଷ୍ଟି ହେଉଥିବା ଓ ମହୁଫେଣା ଭଳି ଦେଖାଯାଉଥିବା ହନିକମ୍ବିଂ ସମସ୍ୟା ତାହାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହିତ ଢାଞ୍ଚାର ଶକ୍ତିକୁ ମଧ୍ୟ ଦୁର୍ବଳ କରିପାରେ ।

 

• ନିମ୍ନ ମାନର କମ୍ପାକ୍ସନ୍, ଅନୁପଯୁକ୍ତ ମିଶ୍ରଣ, ଫର୍ମୱାର୍କରେ ସମସ୍ୟା, କିଓରିଂରେ ଅବହେଳା ଏବଂ ଢଳେଇ ସମ୍ବନ୍ଧୀୟ ସମସ୍ୟାକୁ ଏଥିପାଇଁ ଦାୟୀ କରାଯାଇପାରେ । ତେଣୁକରି, ନିଖୁଣ ନିର୍ମାଣ ଅଭ୍ୟାସର ମହତ୍ତ୍ୱ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ।

 

• ଛୋଟ, ମଧ୍ୟମ ଓ ବଡ଼ ଆକାରର ହନିକମ୍ବକୁ ବୁଝିବା ଦ୍ୱାରା ଆପଣ ଢାଞ୍ଚାଗୁଡ଼ିକ ଉପରେ ସେଗୁଡ଼ିକର ପ୍ରଭାବର ଗୁରୁତ୍ୱକୁ ଜାଣିପାରିବେ ଏବଂ ସେହି ଅନୁସାରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିପାରିବେ ।

 

• ହନିକମ୍ବିଂର କାରଣକୁ ଚିହ୍ନଟ କରିବା ଏବଂ ପୃଷ୍ଠଭାଗକୁ ସଫା କରିବାଠାରୁ ଆରମ୍ଭ କରି ଶୂନ୍ୟତା ବା ଗର୍ତ୍ତଗୁଡ଼ିକୁ ଭରିବା, ସ୍ମୁଦିଂ, କିଓରିଂ କରିବା ଓ ଯତ୍ନଶୀଳ ତଦାରଖ କରିବା ପର୍ଯ୍ୟନ୍ତ ଅଳ୍ପ କେତୋଟି ସହଜ ସୋପାନରେ ହନିକମ୍ବିଂର ମରାମତି କରାଯାଇପାରିବ ।



ଯଦି ଆପଣ ହନିକମ୍ବିଂକୁ ନେଇ ଆପଣଙ୍କ ମନରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ସନ୍ଧାନ କରୁଛନ୍ତି, ତେବେ ଆପଣ ଠିକ୍ ଜାଗାରେ ପହଞ୍ଚିଛନ୍ତି । ଏହି ବିସ୍ତୃତ ଗାଇଡ୍‌‌ରେ ଆମେ କଂକ୍ରିଟ୍‌‌ରେ ଦେଖାଦେଉଥିବା ହନିକମ୍ବର କାରଣ ଏବଂ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବୁ ଏବଂ ତାହାକୁ ମରାମତି କରିବାର ଫଳପ୍ରଦ ଉପାୟଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିବୁ । ଏଠାରେ ଆପଣ ଉପଯୁକ୍ତ କଂକ୍ରିଟ୍ ସ୍ଥାପନ କରିବାର ମହତ୍ତ୍ୱକୁ ବୁଝିବା ସହିତ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକୁ ମରାମତି କରିବାର ସଠିକ୍ କୌଶଳ ଶିଖିପାରିବେ । ତେଣୁ, ଚାଲନ୍ତୁ କଂକ୍ରିଟ୍‌‌ରେ ହନିକମ୍ବିଂ ସମ୍ପର୍କରେ ଆପଣଙ୍କ ପାଇଁ ଶିକ୍ଷାପ୍ରଦ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ ଉପରେ ନଜର ପକାଇବା ।

 

 



ହନିକମ୍ବିଂ କ’ଣ?



କଂକ୍ରିଟ୍ ପ୍ରସଙ୍ଗରେ, ଫର୍ମୱାର୍କକୁ ଅସମ୍ପୂର୍ଣ୍ଣ ଭାବେ ଭରିବା କିମ୍ବା କଂକ୍ରିଟ୍‌‌‌କୁ ଉପଯୁକ୍ତ ଭାବେ ଘନୀଭୂତ (କମ୍ପାକ୍ସନ୍) ନ କରିବା କାରଣରୁ କଂକ୍ରିଟ୍ ଶୁଖି ଟାଣ ହେବା ପରେ ସେଥିରେ ରହୁଥିବା ଶୂନ୍ୟତା ବା ଗର୍ତ୍ତ/ଛିଦ୍ରଗୁଡ଼ିକୁ ହନିକମ୍ବିଂ କୁହାଯାଏ । କଂକ୍ରିଟ୍‌‌ରେ ହନିକମ୍ବିଂ ଢାଞ୍ଚାର ଅଖଣ୍ଡତାକୁ ଦୁର୍ବଳ କରିପାରେ ଏବଂ ସେଥିରେ ପାଣି ଭେଦିବାର ସମ୍ଭାବନାକୁ ବୃଦ୍ଧି କରିପାରେ, ଯାହା ଫଳରେ କଂକ୍ରିଟ୍ ରେ ରହିଥିବା ରିଇନଫୋର୍ସମେଣ୍ଟ (ଲୁହା ଛଡ଼ ଇତ୍ୟାଦି) କ୍ଷୟପ୍ରାପ୍ତ ହେବା ସହିତ ଅନ୍ୟାନ୍ୟ ସ୍ଥାୟିତ୍ୱଗତ ସମସ୍ୟା ସୃଷ୍ଟି ହୋଇଥାଏ ।

 

ହେଲେ, ହନିକମ୍ବିଂକୁ ପ୍ରତିରୋଧ କରିବା ପାଇଁ ଅନେକ ଉପାୟ ଅଛି, ଯାହାକୁ ଆପଣ ଅନୁସରଣ କରିପାରିବେ । ହନିକମ୍ବିଂ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କଥା, ତାହାର କାରଣ ଓ ମରାମତି କରିବାର ଉପାୟ ସମ୍ପର୍କରେ ଆମେ ଏହି ବ୍ଲଗ୍ ରେ ଆଲୋଚନା କରିବା । ଆସନ୍ତୁ, ହନିକମ୍ବିଂର କାରଣଗୁଡ଼ିକ ଉପରେ ନଜର ପକାଇବା ।

 

 

କଂକ୍ରିଟ୍‌‌ରେ ହନିକମ୍ବର କାରଣ:

କଂକ୍ରିଟ୍ ରେ ହନିକମ୍ବିଂ ସାଧାରଣତଃ ନିମ୍ନଲିଖିତ ଏକ କିମ୍ବା ଏକାଧିକ କାରକ କାରଣରୁ ସୃଷ୍ଟି ହୋଇଥାଏ: ନିମ୍ନମାନର କମ୍ପାକ୍ସନ୍:

 

1. ଅନୁପଯୁକ୍ତ କମ୍ପାକ୍ସନ୍

ଏହା କାରଣରୁ କଂକ୍ରିଟ୍ ମଧ୍ୟରେ ବାୟୁ ଫୋଟକା ଫସି ରହିଯାଇଥାଏ, ଯାହା ହନିକମ୍ବିଂର କାରଣ ସାଜିଥାଏ । କଂକ୍ରିଟ୍ ସ୍ଥାପନା ବା ଢଳେଇ ସମୟରେ ଅପର୍ଯ୍ୟାପ୍ତ ଭାଇବ୍ରେଶନ୍ ଓ କଂକ୍ରିଟ୍ କମ୍ପାକ୍ସନ୍ ର ଅଭାବ କାରଣରୁ ଏହା ଦେଖାଦେଇଥାଏ ।

 

2. ଅନୁପଯୁକ୍ତ ଅନୁପାତର ମିଶ୍ରଣ

କଂକ୍ରିଟ୍ ମିଶ୍ରଣରେ ଉପାଦାନଗୁଡ଼ିକର ଭୁଲ୍ ଅନୁପାତ କାରଣରୁ ମଧ୍ୟ କଂକ୍ରିଟ୍ ରେ ହନିକମ୍ବିଂ ସମସ୍ୟା ଦେଖାଦେଇପାରେ । ଉଦାହରଣସ୍ୱରୂପ, ମିଶ୍ରଣରେ ମାତ୍ରାଧିକ ପରିମାଣରେ ପାଣି ବ୍ୟବହାର କରାଗଲେ କଂକ୍ରିଟ୍ ଅଧିକ ତରଳ ହୋଇଯାଇଥାଏ, ଯାହାଫଳରେ ଗୋଡ଼ି (କୋର୍ସ ଏଗ୍ରିଗେଟ୍)ଗୁଡ଼ିକ ସେଥିରୁ ବିଖଣ୍ଡିତ ହୋଇ ତଳେ ବସିଯାଇଥାଏ ।

 

3. ଫର୍ମୱାର୍କରେ ସମସ୍ୟା

ଫର୍ମୱାର୍କ ତିଆରି ସମୟରେ ଉପଯୁକ୍ତ ଯତ୍ନ ନିଆଯାଇ ନ ଥିଲେ ମଧ୍ୟ ହନିକମ୍ବିଂ ସମସ୍ୟା ଦେଖାଦେଇଥାଏ । ଯଦି ଫର୍ମୱାର୍କ ଉପଯୁକ୍ତ ଭାବେ ସିଲ୍ ହୋଇ ନ ଥାଏ କିମ୍ବା ଦୃଢ଼ ଭାବେ ଫିଟ୍ ହୋଇ ନ ଥାଏ, ତେବେ ସେଥିରୁ କଂକ୍ରିଟ୍ ଲିକ୍ ହୋଇପାରେ ଏବଂ ଚୂଡ଼ାନ୍ତ ପୃଷ୍ଠଭାଗ ବା ଢାଞ୍ଚାରେ ଶୂନ୍ୟତା ଓ ଅସମାନତା ଦେଖାଦେଇପାରେ । ଏହାକୁ ଏଡ଼ାଇବା ପାଇଁ ସାଧାରଣତଃ ଶଟରିଂ ବ୍ୟବହାର କରାଯାଇଥାଏ । ନିର୍ମାଣ କ୍ଷେତ୍ରରେ ଶଟରିଂ ହେଉଛି ଏକ ଅସ୍ଥାୟୀ ଢାଞ୍ଚା, ଯାହା କଂକ୍ରିଟ୍ କୁ ସେଟ୍ ହେବା ପର୍ଯ୍ୟନ୍ତ ସାହାରା ଯୋଗାଇଥାଏ ।

 

4. ଅନୁପଯୁକ୍ତ କିଓରିଂ

ଯଦି କଂକ୍ରିଟ୍ କୁ ଉପଯୁକ୍ତ ଭାବେ କିଓରିଂ ନ କରାଯାଏ, ତେବେ ସେଥିରେ ଫାଟ ଓ ଶୂନ୍ୟତା ତଥା ହନିକମ୍ବିଂ ସୃଷ୍ଟି ହୋଇଥାଏ । କଂକ୍ରିଟ୍ କୁ ତାହାର ଶକ୍ତି ଓ ସ୍ଥାୟିତ୍ୱ ପାଇବାରେ ସାହାଯ୍ୟ କରିବା ପାଇଁ ଉପଯୁକ୍ତ କିଓରିଂ ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା ଅଟେ ।

 

5. ସ୍ଥାପନା ବା ଢଳେଇରେ ସମସ୍ୟା

ଅତ୍ୟଧିକ ଉଚ୍ଚତାରୁ କିମ୍ବା ଅଧିକ ଦୂରରୁ କିମ୍ବା ଅନୁପଯୁକ୍ତ ଉପକରଣ ବ୍ୟବହାର କରି କଂକ୍ରିଟ୍ ଢାଳିବା ଭଳି ଅନୁପଯୁକ୍ତ ସ୍ଥାପନା କୌଶଳ ମଧ୍ୟ ହନିକମ୍ବିଂର କାରଣ ହୋଇପାରେ । ଚୂଡ଼ାନ୍ତ ଉତ୍ପାଦଟିକୁ ଢାଞ୍ଚାଗତ ଭାବେ ବଳିଷ୍ଠ ଏବଂ ଦୀର୍ଘସ୍ଥାୟୀ କରିବା ସୁନିଶ୍ଚିତ କରିବା ନିମନ୍ତେ ହନିକମ୍ବର ମୂଳ କାରଣଗୁଡ଼ିକୁ ଚିହ୍ନଟ ଓ ନିରାକରଣ କରିବା ଜରୁରୀ ଅଟେ ।



କଂକ୍ରିଟ୍‌‌ରେ ହନିକମ୍ବର ପ୍ରକାରଭେଦ:

ଫର୍ମୱାର୍କକୁ ଅସମ୍ପୂର୍ଣ୍ଣ ଭାବେ ଭରିବା କିମ୍ବା କଂକ୍ରିଟ୍‌‌‌କୁ ଉପଯୁକ୍ତ ଭାବେ ଘନୀଭୂତ (କମ୍ପାକ୍ସନ୍) ନ କରିବା କାରଣରୁ କଂକ୍ରିଟ୍ ଶୁଖି ଟାଣ ହେବା ପରେ ସେଥିରେ ରହୁଥିବା ଶୂନ୍ୟତା ବା ଗର୍ତ୍ତ/ଛିଦ୍ରଗୁଡ଼ିକୁ ହନିକମ୍ବିଂ କୁହାଯାଏ । ହନିକମ୍ବିଂ ଏକାଧିକ ଆକାରରେ ଦେଖାଦେଇପାରେ, ଛୋଟରୁ ଆରମ୍ଭ କରି ମଧ୍ୟମ ଓ ବଡ଼ ଆକାର ପର୍ଯ୍ୟନ୍ତ ।

 

1. ଛୋଟ ହନିକମ୍ବ:



କଂକ୍ରିଟ୍‌ରେ ଛୋଟ ଆକାରର ହନିକମ୍ବ ସାଧାରଣତଃ 10 ମିମିରୁ କମ୍ ଆକାରର ହୋଇଥାଏ ଏବଂ ସେଗୁଡ଼ିକ କଂକ୍ରିଟ୍ ଢଳେଇ ଓ କମ୍ପାକ୍ସନ୍ ପରେ ରହିଯାଇଥିବା ଛୋଟମୋଟ ଶୂନ୍ୟତା ବା ପୃଷ୍ଠଭାଗ ଅସମାନତା କାରଣରୁ ସୃଷ୍ଟି ହୋଇପାରେ । ଏହି ଛୋଟ ହନିକମ୍ବଗୁଡ଼ିକ ସାଧାରଣତଃ ଢାଞ୍ଚା ପାଇଁ ଚିନ୍ତାଜନକ ବିଷୟ ହୋଇ ନ ଥାଏ, କିନ୍ତୁ ତାହା ଚୂଡ଼ାନ୍ତ ଉତ୍ପାଦର ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିପାରେ ।

 

2. ମଧ୍ୟମ ଆକାରର ହନିକମ୍ବ:



କଂକ୍ରିଟ୍‌‌ରେ ମଧ୍ୟମ ଆକାରର ହନିକମ୍ବ ସାଧାରଣତଃ 10 ମିମି ଓ 50 ମିମି ଆକାର ମଧ୍ୟରେ ହୋଇଥାଏ । ଏହା ସାଧାରଣତଃ କମ୍ପାକ୍ସନ୍ ସମୟରେ ଅପର୍ଯ୍ୟାପ୍ତ ଭାଇବ୍ରେସନ୍ କିମ୍ବା ନିମ୍ନ ମାନର ଫର୍ମୱାର୍କ ସଂସ୍ଥାପନ ଭଳି ସମସ୍ୟା କାରଣରୁ ସୃଷ୍ଟି ହୋଇଥାଏ । ଏହି ହନିକମ୍ବଗୁଡ଼ିକ କଂକ୍ରିଟ୍‌‌ର ଶକ୍ତି ଏବଂ ସ୍ଥାୟିତ୍ୱକୁ ହ୍ରାସ କରିପାରେ । ଚୂଡ଼ାନ୍ତ ଉତ୍ପାଦର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ସେଥିରେ ପ୍ରତିକାରମୂଳକ ପଦକ୍ଷେପ ଆବଶ୍ୟକ ହୋଇପାରେ ।

 

3. ବଡ଼ ଆକାରର ହନିକମ୍ବ:



କଂକ୍ରିଟ୍‌‌ରେ ବଡ଼ ଆକାରର ହନିକମ୍ବଗୁଡ଼ିକ ସାଧାରଣତଃ 50 ମିମିରୁ ବଡ଼ ହୋଇଥାଏ । ଅପର୍ଯ୍ୟାପ୍ତ ଫର୍ମୱାର୍କ, ଅନୁପଯୁକ୍ତ ଢଳେଇ କିମ୍ବା କମ୍ପାକ୍ସନ୍ ଅଥବା କଂକ୍ରିଟ୍ ଢାଳିବା ପୂର୍ବରୁ ଫର୍ମୱାର୍କରୁ ଅଳିଆ ଆବର୍ଜନା କିମ୍ବା ଅବରୋଧକୁ ନ ହଟାଇବା କାରଣରୁ ଏହି ସମସ୍ୟା ଦେଖାଦେଇଥାଏ । ବଡ଼ ଆକାରର ହନିକମ୍ବଗୁଡ଼ିକ କଂକ୍ରିଟ୍‌‌‌ର ଢାଞ୍ଚାଗତ ଅଖଣ୍ଡତାକୁ ଅପେକ୍ଷାକୃତ ହ୍ରାସ କରିପାରେ ଏବଂ ସମ୍ପୃକ୍ତ ଢାଞ୍ଚା ବଡ଼ ଧରଣର ମରାମତି କିମ୍ବା ସମ୍ପୂର୍ଣ୍ଣ ପ୍ରତିବଦଳ ଆବଶ୍ୟକ କରିପାରେ ।




ସାାରାଂଶରେ, କଂକ୍ରିଟ୍ ନିର୍ମାଣରେ ହନିକମ୍ବିଂ ଏକ ସାଧାରଣ ସମସ୍ୟା ଅଟେ, ଯାହା ଚୂଡ଼ାନ୍ତ ସଂରଚନାର ଶକ୍ତି ଏବଂ ସ୍ଥାୟିତ୍ୱକୁ ହ୍ରାସିତ କରିପାରେ । ଉପଯୁକ୍ତ କମ୍ପାକ୍ସନ୍, ମିଶ୍ରଣର ଉପଯୁକ୍ତ ଅନୁପାତ, ଫର୍ମୱାର୍କ, କିଓରିଂ ଏବଂ ଢଳେଇ କୌଶଳ ମାଧ୍ୟମରେ ହନିକମ୍ବିଂ ସମସ୍ୟାକୁ ନିବାରଣ କରାଯାଇପାରିବ । ଚୂଡ଼ାନ୍ତ ସଂରଚନାର ଢାଞ୍ଚାଗତ ବଳିଷ୍ଠତା ଏବଂ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସାମଗ୍ରୀ ଏବଂ କୌଶଳ ବ୍ୟବହାର କରି ହନିକମ୍ବିଂର ମରାମତି କରାଯାଇପାରିବ । ତେଣୁ, ଏବେ ଆପଣ ଜାଣିଲେ ଯେ ଢାଞ୍ଚାରେ ହନିକମ୍ବ ଦେଖିଲେ ଆପଣ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିପାରିବେ!


କଂକ୍ରିଟ୍‌‌ର ସୁକରଣୀୟତା ସମ୍ପର୍କରେ ଅଧିକ ଜାଣିବା ପାଇଁ କଂକ୍ରିଟ୍ କମ୍ପାକ୍ସନ୍ ବା କଂକ୍ରିଟ୍ କୁ ଘନୀଭୂତ କରିବା ଉପରେ ପର୍ଯ୍ୟବସିତ ଏହି ଭିଡିଓ ଦେଖନ୍ତୁ ।




ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....