ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଚିନାମାଟି ବନାମ ସେରାମିକ୍: ପାର୍ଥକ୍ୟ କ’ଣ ଏବଂ ଆପଣ କେଉଁଟିକୁ ବାଛିବା ଉଚିତ୍?

ବଜାରରେ ଅନେକ ପ୍ରକାର ଟାଇଲ ଉପଲବ୍ଧ ହୋଇଥାଏ । ଆପଣଙ୍କ ଘର ପାଇଁ କେଉଁଟା ଠିକ୍ ହେବ ତାହାର ନିଷ୍ପତ୍ତି ନେବା ବେଳେବେଳେ କଷ୍ଟକର ହୋଇଥାଏ । ଟାଇଲ୍ ପ୍ରତ୍ୟେକ କୋଠରୀର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ନିଜର ପରବର୍ତ୍ତୀ ପ୍ରକଳ୍ପ ପାଇଁ ବୁଝିବିଚାରି ନିଷ୍ପତ୍ତି ନେବା ହିଁ ବିଜ୍ଞତାର ପରିଚୟ ଅଟେ ।

Share:


ବଜାରରେ ଉପଲବ୍ଧ ହେଉଥିବା ଟାଇଲ୍ ଗୁଡ଼ିକର ବିଶାଳ ବର୍ଗମାଳା କାରଣରୁ ନିଜ ଘର କିମ୍ବା ଅଫିସ୍ ପାଇଁ ସଠିକ୍ ଟାଇଲ୍ ଚୟନ କରିବା ସମୟରେ ଆପଣ ଦ୍ୱନ୍ଦ୍ୱରେ ପଡ଼ିବା ଏକ ସ୍ୱାଭାବିକ କଥା ହୋଇଥାଏ । ସେଗୁଡ଼ିକ ମଧ୍ୟରୁ ଚିନାମାଟି (ପୋର୍ସେଲିନ୍) ଏବଂ ସେରାମିକ୍ ଟାଇଲ୍ ଦୁଇଟି ଲୋକପ୍ରିୟ ବିକଳ୍ପ ଅଟେ । ଏହି ଦୁଇ ପ୍ରକାର ଟାଇଲ୍ ସ୍ଥାୟିତ୍ୱ, ବହୁ ଉଦ୍ଦେଶ୍ୟ ପାଇଁ ଉପଯୁକ୍ତତା ଏବଂ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ଚିନାମାଟି ଓ ସେରାମିକ୍ ଟାଇଲ୍ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବୁଝିଥିଲେ ହିଁ ଆପଣ ନିଜର ଆବଶ୍ୟକତା ଓ ପସନ୍ଦକୁ ଖାପ ଖୁଆଉଥିବା ଭଳି ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ । ଏହି ବ୍ଲଗ୍‌‌ରେ ଆମେ ଚିନାମାଟି ଓ ସେରାମିକ୍ ଟାଇଲ୍ ଗୁଡ଼ିକର ବୈଶିଷ୍ଟ୍ୟତା ଏବଂ ସେଗୁଡ଼ିକ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକ ଉପରେ ଆଲୋଚନା କରିବୁ, ସେଗୁଡ଼ିକର ଅନନ୍ୟ ଗୁଣଧର୍ମକୁ ଆପଣଙ୍କୁ ଜଣାଇବୁ; ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଦାୟିତ୍ୱ ଆପଣଙ୍କ ଉପରେ ହିଁ ଛାଡ଼ିବୁ ।



ଚିନାମାଟି (ପୋର୍ସେଲିନ୍) ଟାଇଲ୍ କ’ଣ?



ଚିନାମାଟି (ପୋର୍ସେଲିନ୍) ଟାଇଲ୍ ହେଉଛି ଏକ ପ୍ରକାର ସେରାମିକ୍ ଟାଇଲ୍ ଯାହା ଅଧିକ ସୂକ୍ଷ୍ମ ଚିକିଟା ମାଟିକୁ ଉଚ୍ଚତର ତାପମାତ୍ରାରେ ପୋଡ଼ାଯାଇ ତିଆରି ହୋଇଥାଏ । ପୋଡ଼ିବାର ଏହି ପ୍ରକ୍ରିୟା ଏକ ଅଧିକ ଘନ ଏବଂ ଅଧିକ ଦୀର୍ଘସ୍ଥାୟୀ ଟାଇଲ୍ ତିଆରି କରିଥାଏ, ଯାହାର ଜଳ ଅବଶୋଷଣ ହାର ୦.୫%ରୁ କମ୍ ହୋଇଥାଏ । ଚିନାମାଟି ଟାଇଲ୍‌ର ଘନତ୍ୱ କାରଣରୁ ସେଗୁଡ଼ିକ ଅତ୍ୟଧିକ ଦାଗ, ରାଞ୍ଚୁଡ଼ା ଦାଗ ତଥା ଆର୍ଦ୍ରତା ପ୍ରତିରୋଧୀ ହୋଇଥାଏ । ପାଦରେ ଅଧିକ ଚଲାବୁଲା ହେଉଥିବା ଜାଗା କିମ୍ବା ପାଣି ସଂସ୍ପର୍ଶରେ ଆସୁଥିବା ସ୍ଥାନଗୁଡ଼ିକ ପାଇଁ ତାହା ଉତ୍କୃଷ୍ଟ ବିକଳ୍ପ ଅଟେ, ଯଥା - ବାଥ୍‌‌‌‌ରୁମ୍ ଏବଂ କିଚେନ୍ । ଚିନାମାଟି ଟାଇଲ୍ ବିବିଧ ରଙ୍ଗ, ଆକୃତି ଏବଂ ଫିନିଶ୍ ସମେତ ବ୍ୟାପକ ବର୍ଗର ଡିଜାଇନ୍ ସହିତ ଉପଲବ୍ଧ ହୋଇଥାଏ ।

 

ଚିନାମାଟି ଟାଇଲ୍ସର ଏକ ପ୍ରମୁଖ ଲାଭ ହେଉଛି ଯେ, ସେଗୁଡ଼ିକ ବ୍ୟାପକ ବର୍ଗମାଳାର ଡିଜାଇନ, ରଙ୍ଗ, ଆକୃତି ଏବଂ ଫିନିଶ୍‌‌ରେ ଉପଲବ୍ଧ ହୋଇଥାଏ । ତେଣୁ, ଇଣ୍ଟେରିୟର୍ ଡିଜାଇନ୍ କରିବା ସମୟରେ ଆପଣଙ୍କୁ କୌଣସି ବୁଝାମଣା କରିବାକୁ ପଡ଼ି ନ ଥାଏ । ଚକଚକିଆ ଓ ପଲିଶ୍‌‌ଡରୁ ଆରମ୍ଭ କରି ଟେକ୍ଚର୍ଡ ଏବଂ ରଷ୍ଟିକ୍ ରୂପ ପର୍ଯ୍ୟନ୍ତ, ଚିନାମାଟି ଟାଇଲ୍ ପ୍ରାକୃତିକ ପଥର, କାଠ, ଏପରିକି କପଡ଼ାର ରୂପକୁ ଅନୁକରଣ କରିପାରିଥାଏ । ଏହା ଫଳରେ ଆପଣ ନିଜ ଜାଗାକୁ ଯେଭଳି ରୂପରେ ସଜାଇବାକୁ ଚାହିଁବେ ତାକୁ ସେହି ରୂପ ଦେଇପାରିବେ । ଅତିରିକ୍ତ ଭାବେ, ଗ୍ରାଉଟିଂ ସମୟରେ ଚିନାମାଟି ଟାଇଲ୍ ସହିତ ଇପକ୍ସି ଗ୍ରାଉଟ୍ ବ୍ୟବହାର କରିବା ଦ୍ୱାରା ବର୍ଦ୍ଧିତ ସ୍ଥାୟିତ୍ୱ ଏବଂ ଦାଗ ପ୍ରତିରୋଧକ କ୍ଷମତା ମିଳିଥାଏ ଏବଂ ଦୀର୍ଘସ୍ଥାୟୀ ତଥା ରକ୍ଷଣାବେକ୍ଷଣରେ ସହଜ ସ୍ଥାପନା ସୁନିଶ୍ଚିତ ହୋଇଥାଏ ।


ସେରାମିକ୍ ଟାଇଲ୍ କ’ଣ?



ଅନ୍ୟପକ୍ଷରେ, ସେରାମିକ୍ ଟାଇଲ୍‌‌ଗୁଡ଼ିକ ଚିକିଟା ମାଟି, ଖଣିଜ ଦ୍ରବ୍ୟ ଏବଂ ପାଣି ଦ୍ୱାରା ନିର୍ମିତ ହୋଇଥାଏ । ସେଗୁଡ଼ିକୁ ଚିନାମାଟି ଟାଇଲ୍‌ଠାରୁ କମ୍ ତାପମାତ୍ରାରେ ପୋଡ଼ାଯାଇଥାଏ । ଏହାଫଳରେ ସାମାନ୍ୟ କମ୍ ଘନତ୍ୱବିଶିଷ୍ଟ ଏବଂ ଅଧିକ ଛିଦ୍ରାଳ ଉତ୍ପାଦ ପ୍ରାପ୍ତ ହୋଇଥାଏ । ସେରାମିକ୍ ଟାଇଲ୍‌‌ଗୁଡ଼ିକର ଜଳ ଅବଶୋଷଣ ହାର ସାଧାରଣତଃ ୦.୫%ରୁ ଅଧିକ ହୋଇଥାଏ । ଯଦିଓ, ଏହି ଟାଇଲ୍‌‌ଗୁଡ଼ିକ ଚିନାମାଟି ଟାଇଲ୍ ତୁଳନାରେ କମ୍ ଦୀର୍ଘସ୍ଥାୟୀ, ତଥାପି ତାହା ଘଷରା ଓ ରାଞ୍ଚୁଡ଼ା ଦାଗକୁ ଭଲଭାବେ ପ୍ରତିରୋଧ କରିପାରିଥାଏ । ତେଣୁ, ସେଗୁଡ଼ିକ ଅଧିକାଂଶ ଆବାସିକ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ । ସେରାମିକ୍ ଟାଇଲ୍‌‌ଗୁଡ଼ିକ ବିବିଧ ଭେରାଇଟିର ଷ୍ଟାଇଲ୍, ଆକାର ଓ ଟେକ୍ସର୍‌‌ରେ ଉପଲବ୍ଧ ହୋଇଥାଏ, ଯାହା ଫଳରେ ଆପଣ ନିଜର ସୃଜନଶୀଳତାକୁ ମୁକ୍ତ ଭାବେ ଅଭିବ୍ୟକ୍ତ କରିପାରିଥାନ୍ତି ଓ ନିଜ ସ୍ଥାନକୁ ନିଜ ପସନ୍ଦର ରୂପ ଦେଇପାରିଥାନ୍ତି ।

 

ବିଭିନ୍ନ ଡିଜାଇନ୍ ପସନ୍ଦକୁ ସୁହାଇବା ପାଇଁ ସେରାମିକ୍ ଟାଇଲ୍ ଗୁଡ଼ିକ ବ୍ୟାପକ ଭେରାଇଟିର ଷ୍ଟାଇଲ୍, ଆକାର ଏବଂ ଟେକ୍ସରରେ ଆସିଥାଏ । ଆପଣଙ୍କ ପସନ୍ଦ ହୁଏତ ଏକ ସଫାସୁତୁରା ଓ ନ୍ୟୂନତମ ଡିଜାଇନ୍ ରହିଥିବା ରୂପ ହୋଇପାରେ କିମ୍ବା ଅଧିକ ନିର୍ଭୀକ ଏବଂ ରଙ୍ଗବେରଙ୍ଗ ସାଜସଜ୍ଜା ହୋଇପାରେ; ଆପଣଙ୍କ ପସନ୍ଦକୁ ସୁହାଉଥିବା ରୂପରେ ସେରାମିକ୍ ଟାଇଲ୍ସ ଉପଲବ୍ଧ ହୋଇଥାଏ । ସେଗୁଡ଼ିକ ବିବିଧ ଫିନିଶ୍, ଯେପରିକି ମ୍ୟାଟ୍, ଗ୍ଲସି, ଟେକ୍ସର୍ଡ, ପ୍ୟାଟର୍ନଯୁକ୍ତ ବିକଳ୍ପରେ ମିଳିଥାଏ ।


ଚିନାମାଟି ଓ ସେରାମିକ୍ ଟାଇଲ୍ସ ମଧ୍ୟରୁ କେଉଁଟା ଅଧିକ ଭଲ?


ଚିନାମାଟି ଅଧିକ ଭଲ କି ସେରାମିକ୍ ଟାଇଲ୍ ଅଧିକ ଭଲ ତାହା ଚୂଡ଼ାନ୍ତ ରୂପେ ଆପଣଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ଟାଇଲ୍ ଲଗାଯାଉଥିବା ସ୍ଥାନର ପରିବେଶ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ପ୍ରକାର ପାଇଁ ନିମ୍ନଲିଖିତ ମୁଖ୍ୟ ଗୁଣଧର୍ମକୁ ବିଚାରକୁ ନିଆଯାଇପାରିବ:

 

୧. ସ୍ଥାୟିତ୍ୱ

ଚିନାମାଟି ଟାଇଲ୍ସ ଅଧିକ ଘନ ଏବଂ ଅଧିକ ଦୀର୍ଘସ୍ଥାୟୀ ହୋଇଥାଏ । ତେଣୁ ସେଗୁଡ଼ିକ ଖଣ୍ଡିଆଖାବରା, ରାଞ୍ଚୁଡ଼ା ଦାଗ ଓ ଆର୍ଦ୍ରତାକୁ ଦକ୍ଷତାର ସହ ପ୍ରତିରୋଧ କରିପାରେ । ସେରାମିକ୍ ଟାଇଲ୍ସ, ଯଦିଓ ସାମନ୍ୟ କମ୍ ଘନତ୍ୱ ବିଶିଷ୍ଟ, ତଥାପି ତାହା ଦୀର୍ଘସ୍ଥାୟୀ ଓ ଅଧିକାଂଶ ଆବାସିକ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ ।

 

୨. ଜଳ ପ୍ରତିରୋଧ

ଚିନାମାଟି ଟାଇଲ୍ସର ଜଳ ଅବଶୋଷଣ ହାର କମ୍ ରହିଥାଏ, ତେଣୁ ସେଗୁଡ଼ିକ ପାଣିଜନିତ କ୍ଷୟକ୍ଷତିକୁ ଅଧିକ ଫଳପ୍ରଦ ଢଙ୍ଗରେ ପ୍ରତିରୋଧ କରିପାରିଥାଏ । ସେରାମିକ୍ ଟାଇଲ୍ସ ଅଧିକ ଛିଦ୍ରାଳ ହୋଇଥିଲେ ମଧ୍ୟ ତାହାକୁ କମ୍ ପାଣିର ସଂସ୍ପର୍ଶରେ ଆସୁଥିବା କିମ୍ବା ଉପଯୁକ୍ତ ଭାବେ ସିଲ୍ ହୋଇଥିବା ସ୍ଥାନଗୁଡ଼ିକରେ ବ୍ୟବହାର କରାଯାଇପାରିବ ।

 

୩. ଡିଜାଇନ୍ ବିକଳ୍ପ

ଉଭୟ ଚିନାମାଟି ଏବଂ ସେରାମିକ୍ ଟାଇଲ୍ସ ବ୍ୟାପକ ବର୍ଗମାଳାର ଡିଜାଇନ୍ ବିକଳ୍ପ ସମେତ ବିବିଧ ରଙ୍ଗ, ପ୍ୟାଟର୍ନ ଓ ଫିନିଶ୍‌‌ରେ ଉପଲବ୍ଧ ହୋଇଥାଏ । ଚିନାମାଟି ଟାଇଲ୍ସରେ ଅଧିକ ସୂକ୍ଷ୍ମ ଡିଜାଇନ୍ କାରୁକାର୍ଯ୍ୟ ରହିପାରେ, କିନ୍ତୁ ସେରାମିକ୍ ଟାଇଲ୍ସରେ ମଧ୍ୟ ବିଭିନ୍ନ ସୌନ୍ଦର୍ଯ୍ୟବୋଧକୁ ସୁହାଇଲା ଭଳି ଡିଜାଇନ୍‌‌ର ପର୍ଯ୍ୟାପ୍ତ ବିକଳ୍ପ ଉପଲବ୍ଧ ଅଟେ ।

 

୪. ମୂଲ୍ୟ

ନିର୍ମାଣ ପ୍ରକ୍ରିୟା ଏବଂ ଉଚ୍ଚତର ଗୁଣବତ୍ତା ଯୋଗୁଁ ସେରାମିକ୍ ଟାଇଲ୍ସ ତୁଳନାରେ ଚିନାମାଟି ଟାଇଲ୍ସ ଅଧିକ ମହଙ୍ଗା ହୋଇଥାଏ । ସେରାମିକ୍ ଟାଇଲ୍ସ ପକେଟ୍‌‌କୁ ସୁହାଇଲା ଭଳି ମୂଲ୍ୟରେ ମିଳିବା ସହିତ ସେଥିରେ ବିଭିନ୍ନ ସୌନ୍ଦର୍ଯ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ହୋଇଥାଏ ।

 

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଚିନାମାଟି ଓ ସେରାମିକ୍ ଟାଇଲ୍ସଗୁଡ଼ିକ ସମାନ କି? ନା, ସେଗୁଡ଼ିକ ସମାନ ନୁହେଁ । ବାଥ୍‌‌ରୁମ୍ ଓ କିଚେନ୍ ଭଳି ଅତ୍ୟଧିକ ଦୀର୍ଘସ୍ଥାୟିତ୍ୱ ଏବଂ ଆର୍ଦ୍ରତା ପ୍ରତିରୋଧ ଆବଶ୍ୟକ କରୁଥିବା ସ୍ଥାନଗୁଡ଼ିକରେ ଚିନାମାଟି ଟାଇଲ୍ସ ଅଧିକ ଉପଯୁକ୍ତ ହୋଇଥାଏ । ଅନ୍ୟପକ୍ଷରେ, ସେରାମିକ୍ ଟାଇଲ୍ସ ଅଧିକାଂଶ ଆବାସିକ ପ୍ରୟୋଗ ପାଇଁ ଏକ ବହୁ ଉପଯୋଗୀ ଏବଂ ମୂଲ୍ୟ ସାଶ୍ରୟୀ ବିକଳ୍ପ ସାବ୍ୟସ୍ତ ହୋଇଥାଏ । ତେଣୁ, ସେରାମିକ୍ ତୁଳନାରେ ଚିନାମାଟି ଅଧିକ ଭଲ କିମ୍ବା ଚିନାମାଟି ତୁଳନାରେ ସେରାମିକ୍ ଅଧିକ ଭଲ ତାହା ନିର୍ଦ୍ଧାରଣ କରିବା ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆପଣ ଉପରୋକ୍ତ ଦିଗଗୁଡ଼ିକୁ ବିଚାରକୁ ନେବା ଜରୁରୀ ହୋଇଥାଏ ।



ଫ୍ଲୋରିଂ ଏବଂ କାନ୍ଥରେ ଲଗାଇବା ପାଇଁ ଯଦିଓ ଉଭୟ ଟାଇଲ୍ସ ଲୋକପ୍ରିୟ ଅଟେ, କିନ୍ତୁ ସ୍ଥାୟିତ୍ୱ, ଉପଯୋଗ ଏବଂ ଡିଜାଇନ୍ ଦୃଷ୍ଟିରୁ ଚିନାମାଟି କିମ୍ବା ସେରାମିକ୍ ତାହାକୁ ବାଛିବା ଆପଣଙ୍କ ପସନ୍ଦ ଉପରେ ନିର୍ଭର କରିଥାଏ । ଚିନାମାଟି ଓ ସେରାମିକ୍ ଟାଇଲ୍ସ ମଧ୍ୟରେ ରହିଥିବା ଫରକଗୁଡ଼ିକୁ ବୁଝିବା ପରେ, ଆପଣ ନିଜର ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ପସନ୍ଦକୁ ବିଚାରକୁ ନିଅନ୍ତୁ ଏବଂ ତା’ପରେ ହିଁ ନିଜ ପ୍ରୋଜେକ୍ଟ ପାଇଁ ସର୍ବୋତ୍ତମ ବିକଳ୍ପଟିକୁ ବାଛନ୍ତୁ । ଟାଇଲ୍-ସମ୍ବନ୍ଧୀୟ ବିଷୟ (ଯେପରିକି, ଟାଇଲ୍ ଫୁଟିବାର କାରଣ) ଉପରେ ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଟାଇଲ୍ ଫୁଟିବା ଉପରେ ପର୍ଯ୍ୟବସିତ ଆମର ବ୍ଲଗ୍ ଦେଖନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....