ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନିଜ ଘର ପାଇଁ ବିଭିନ୍ନ ପ୍ରକାର ପ୍ଲମ୍ବିଂ ପାଇପ୍‌‌ଗୁଡ଼ିକୁ ବୁଝିବା

ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ପ୍ଲମ୍ବିଂ ପାଇପ୍‌‌ଗୁଡ଼ିକୁ ବୁଝିରଖିବା ଜରୁରୀ ହୋଇଥାଏ। ଏହାଦ୍ୱାରା ଆପଣ ନିଜର ପ୍ଲମ୍ବିଂ ପ୍ରଣାଳୀର ରକ୍ଷଣାବେକ୍ଷଣ, ମରାମତି କିମ୍ବା ଅପ୍‌‌ଗ୍ରେଡ୍ ସମ୍ପର୍କରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ। ଆସନ୍ତୁ ବିଭିନ୍ନ ପ୍ଲମ୍ବିଂ ପାଇପ୍‌‌ ସମ୍ବନ୍ଧୀୟ ଗହନ କଥାଗୁଡ଼ିକୁ ଜାଣିବା ଏବଂ ଆପଣଙ୍କ ଘର ପାଇଁ କେଉଟି ସବୁଠାରୁ ଉପଯୁକ୍ତ ତାହା ଆବିଷ୍କାର କରିବା।

Share:


ପ୍ଲମ୍ବିଂ ଯେକୌଣସି ଘରର ଏକ ଅତ୍ୟାବଶ୍ୟକ ଅଂଶ ହୋଇଥାଏ। ଏହା ଜଳର ବିତରଣ ଏବଂ ବର୍ଜ୍ୟଜଳର ନିଷ୍କାସନକୁ ସକ୍ଷମ କରିଥାଏ। ପ୍ଲମ୍ବିଂ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ପାଇପ୍। ପ୍ଲମ୍ବିଂରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ପାଇପ୍ ବିବିଧ ପଦାର୍ଥରେ ନିର୍ମିତ ହୋଇଥାଏ ଏବଂ ସେଗୁଡ଼ିକ ପ୍ରତ୍ୟେକର ନିଜସ୍ୱ ବୈଶିଷ୍ଟ୍ୟ ଓ ଲାଭ ରହିଥାଏ। ଫଳପ୍ରଦ ଜଳ ପ୍ରବାହ, ସ୍ଥାୟିତ୍ୱ ଓ ଦୀର୍ଘ ଜୀବନକୁ ସୁନିଶ୍ଚିତ କରିବା ନିମନ୍ତେ ନିଜ ଘର ପାଇଁ ସଠିକ୍ ପ୍ରକାର ପାଇପ୍ ଚୟନ କରିବା ଅତ୍ୟାବଶ୍ୟକ ଅଟେ। ସେଗୁଡ଼ିକର ବୈଶିଷ୍ଟ୍ୟ, ଫାଇଦା ଏବଂ ସୀମିତତାକୁ ବୁଝିବା ଦ୍ୱାରା ଆପଣ ନିଜ ଘରର ପ୍ଲମ୍ବିଂ ଆବଶ୍ୟକତା ଲାଗି ସଠିକ୍ ପାଇପ୍ ଚୟନ ବାବଦରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ।

 

ଆସନ୍ତୁ ବିଭିନ୍ନ ପ୍ରକାର ପ୍ଲମ୍ବିଂ ପାଇପ୍‌‌ଗୁଡ଼ିକୁ ବୁଝିବା ଏବଂ ଆପଣଙ୍କର ପ୍ଲମ୍ବିଂ ଆବଶ୍ୟକତା ପାଇଁ ଉପଲବ୍ଧ ବିକଳ୍ପଗୁଡ଼ିକୁ ଆବିଷ୍କାର କରିବା।



ବିଭିନ୍ନ ପ୍ରକାର ପ୍ଲମ୍ବିଂ ପାଇପ୍

 

 

୧. ପେକ୍ସ ପାଇପ୍

ପେକ୍ସ (କ୍ରସ୍-ଲିଙ୍କ୍‌‌ଡ) ପଲିଏଥିଲିନ୍) ପାଇପ୍ ଏହାର ନମନୀୟତା, ସ୍ଥାପନରେ ସହଜତା ଏବଂ ଅତି କମ୍ ତାପମାତ୍ରାକୁ ସହନ କରିବାର ଗୁଣ ଯୋଗୁଁ ଆଜିକାଳି ଜନାଦୃତି ଲାଭ କରିଛି। ସେଗୁଡ଼ିକ ଅତି ଘନ ପଲିଏଥିଲିନ୍ ପଦାର୍ଥରେ ନିର୍ମିତ ହୋଇଥାଏ ଯାହାକୁ ଅତିରିକ୍ତ ଫିଟିଂ କିମ୍ବା ସୋଲଜରିଂ ବିନା ବଙ୍କା କରାଯାଇପାରିବ କିମ୍ବା ଆକାର ଦିଆଯାଇପାରିବ। ଗରମ ଓ ଥଣ୍ଡା ପାଣି ଲାଇନ୍‌‌ଗୁଡ଼ିକ ମଧ୍ୟରେ ପାର୍ଥକ୍ୟକୁ ଜାଣିବା ପାଇଁ ଏହା ନାଲି ଓ ନୀଳ ଭଳି ବିଭିନ୍ନ ରଙ୍ଗରେ ଆସିଥାଏ।

 

ପେକ୍ସ ପାଇପ୍‌‌ର ଲାଭ

 

କ) ନମନୀୟ ଏବଂ ସହଜରେ ସ୍ଥାପନ କରିହୁଏ

ପେକ୍ସ ପାଇପ୍ ଅତି ନମନୀୟ ହୋଇଥାଏ, ଏହାକୁ ସଂକୀର୍ଣ୍ଣ ଜାଗା ଓ କୋଣଗୁଡ଼ିକରେ ସ୍ଥାପନ କରିବା ସହଜ ଅଟେ। ଏହାକୁ କାନ୍ଥ ଓ ଚଟାଣ ମଧ୍ୟରେ ଭର୍ତ୍ତି କରାଯାଇପାରିବ, ତେଣୁ ଅତିରିକ୍ତ ଫିଟିଂର ଆବଶ୍ୟକତା ହ୍ରାସ ପାଏ ଏବଂ ଲିକ୍‌‌ର ଆଶଙ୍କା ନ ଥାଏ।

 

ଖ) ଘନୀଭୂତ ହୁଏନାହିଁ

ପେକ୍ସ ପାଇପ୍ ଘନୀଭୂତ ହୋଇ ନ ଥାଏ, ତେଣୁ ପାଣି ପାଇପ୍ ଘନୀଭୂତ ଏବଂ ଫାଟିବାର ଆଶଙ୍କା ରହୁଥିବା ଅତ୍ୟଧିକ ଥଣ୍ଡା ଜଳବାୟୁ ଥିବା ସ୍ଥାନ ପାଇଁ ଏହା ଏକ ଆଦର୍ଶ ବିକଳ୍ପ ଅଟେ।

 

ଗ) କ୍ଷୟ ଏବଂ କାତି ପ୍ରତିରୋଧ

ଧାତବ ପାଇପ୍‌‌ ବିପରୀତ, ପେକ୍ସ କ୍ଷୟ ଏବଂ କାତି ଛାଡ଼ିବା ଭଳି ସମସ୍ୟାର ପ୍ରତିରୋଧୀ ଅଟେ । ଏହା ଉତ୍ତମ ଜଳ ପ୍ରବାହକୁ ସୁନିଶ୍ଚିତ କରିବା ସହ ସମୟ କ୍ରମେ ଅବରୁଦ୍ଧ ହେବାର ଆଶଙ୍କାକୁ ହ୍ରାସ କରିଥାଏ।

 

ଘ) ଉତ୍କୃଷ୍ଟ ଦୀର୍ଘାୟୁ

ପେକ୍ସ ପାଇପ୍‌‌ର ଜୀବନ ଦୀର୍ଘ ହୋଇଥାଏ। ନିର୍ମାତାମାନେ ଏଥିରେ ୨୫ କିମ୍ବା ତାହାଠାରୁ ଅଧିକ ବର୍ଷର ୱାରେଣ୍ଟି ଦେଇଥାନ୍ତି ।


୨. ପିଭିସି ପାଇପ୍



ପିଭିସି (ପଲିଭିନାଇଲ୍ କ୍ଲୋରାଇଡ୍) ପାଇପ୍‌‌ର ସୁଲଭତା, ସ୍ଥାୟିତ୍ୱ ଏବଂ ବହୁମୁଖୀ ଉପଯୋଗିତା କାରଣରୁ ତାହା ଆବାସିକ ପ୍ଲମ୍ବିଂ ପ୍ରଣାଳୀରେ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଏହା ଏକ କଠୋର ପାଇପ୍ ହୋଇଥାଏ ଯାହା ବିଭିନ୍ନ ଆକାରରେ ଉପଲବ୍ଧ ଏବଂ ସଲଭେଣ୍ଟ ସିମେଣ୍ଟ ବ୍ୟବହାର କରାଯାଇ ତାହାକୁ ସହଜରେ ସଂଯୋଗ କରିହେବ।

 

ପିଭିସି ପାଇପ୍‌‌ର ଲାଭ

 

କ) ସୁଲଭତା

ବିଭିନ୍ନ ପ୍ରକାର ପାଣି ପାଇପ୍ ମଧ୍ୟରୁ ପିଭିସି ପାଇପ୍ ପ୍ଲମ୍ବିଂ ପ୍ରଣାଳୀ ପାଇଁ ସବୁଠାରୁ ଖର୍ଚ୍ଚ-ସାଶ୍ରୟୀ ବିକଳ୍ପ ହୋଇଥାଏ, ତେଣୁ ଉଭୟ ନୂଆ ସ୍ଥାପନା ଓ ମରାମତି ପାଇଁ ଏଗୁଡ଼ିକ ଲୋକପ୍ରିୟ ଅଟେ।

 

ଖ) ସ୍ଥାୟିତ୍ୱ

ପିଭିସି ପାଇପ୍ କ୍ଷୟ, ରାସାୟନିକ ପଦାର୍ଥ ଏବଂ ଅତିବାଇଗଣୀ ରଶ୍ମି  ପ୍ରତିରୋଧକ ଅଟେ, ଯାହା ଏହାକୁ ଉଭୟ ଆଭ୍ୟନ୍ତରୀଣ ଏବଂ ବାହାର ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ ।

 

ଗ) ସହଜ ସ୍ଥାପନା

ପିଭିସି ପାଇପ୍ ହାଲୁକା ଅଟେ, ଯାହା ପରିଚାଳନା ଏବଂ ସ୍ଥାପନା କାର୍ଯ୍ୟକୁ ସହଜ କରିଥାଏ । ଅନ୍ୟ ପାଇପ୍ ସାମଗ୍ରୀ ତୁଳନାରେ ଏଥିପାଇଁ କମ୍ ଉପକରଣ ଏବଂ ଫିଟିଂ ଆବଶ୍ୟକ ହୁଏ ।

 

ଘ) କମ୍ ରକ୍ଷଣାବେକ୍ଷଣ

ପିଭିସି ପାଇପ୍‌‌ଗୁଡ଼ିକ ପେଣ୍ଟିଂ କିମ୍ବା କୋଟିଂ ଆବଶ୍ୟକ କରେନାହିଁ ଏବଂ ଅପେକ୍ଷାକୃତ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରେ, ତେଣୁ ଦୀର୍ଘକାଳୀନ ସଞ୍ଚୟ ସୁନିଶ୍ଚିତ ହୋଇଥାଏ।


୩. ତମ୍ବା ପାଇପ୍

ତମ୍ବା ପାଇପ୍ ଏହାର ସ୍ଥାୟୀତ୍ୱ, ବିଶ୍ୱସନୀୟତା ଏବଂ ସୌନ୍ଦର୍ଯ୍ୟ କାରଣରୁ ଅନେକ ବର୍ଷ ଧରି ପ୍ଲମ୍ବିଂ ପ୍ରଣାଳୀ ପାଇଁ ଏକ ଲୋକପ୍ରିୟ ପସନ୍ଦ ହୋଇଛି । ତମ୍ବା ପାଇପ୍ ଦୁଇଟି ମୁଖ୍ୟ ପ୍ରକାରରେ ଉପଲବ୍ଧ: କଠୋର ତମ୍ବା ଏବଂ ନମନୀୟ ତମ୍ବା ।

 

ତମ୍ବା ପାଇପ୍‌‌ର ଲାଭ

 

କ) ଦୀର୍ଘାୟୁ

ତମ୍ବା ପାଇପ୍‌‌ର ଜୀବନକାଳ ଦୀର୍ଘ ହୋଇଥାଏ ଏବଂ ଉପଯୁକ୍ତ ଭାବରେ ସ୍ଥାପନ ଏବଂ ରକ୍ଷଣାବେକ୍ଷଣ କରାଗଲେ ଏହା ଅନେକ ଦଶନ୍ଧି ପର୍ଯ୍ୟନ୍ତ ଚାଲିଥାଏ।

 

ଖ) ଉତ୍କୃଷ୍ଟ ତାପ ପ୍ରତିରୋଧ

ତମ୍ବା ପାଇପ୍ ଉଚ୍ଚ ତାପମାତ୍ରାକୁ ସହନ କରିପାରିଥାଏ, ତେଣୁ ଗରମ ପାଣି ଯୋଗାଣ ଲାଇନ୍ ପାଇଁ ତାହା ଏକ ଆଦର୍ଶ ପାଇପ୍ ଅଟେ ।

 

ଗ) କ୍ଷୟ ପ୍ରତିରୋଧ

ତମ୍ବା କ୍ଷୟପ୍ରାପ୍ତ ହୁଏନାହିଁ, ତେଣୁ ପ୍ରଦୂଷକ ଉପାଦାନ ବିନା ନିରବଚ୍ଛିନ୍ନ ସ୍ୱଚ୍ଛ ପାଣି ସୁନିଶ୍ଚିତ ହୋଇଥାଏ ।

 

ଘ) ସୌନ୍ଦର୍ଯ୍ୟ

ତମ୍ବା ପାଇପ୍‌‌ଗୁଡ଼ିକ ଦେଖିବାକୁ ସୁନ୍ଦର ଲାଗିଥାଏ ଏବଂ ଆପଣଙ୍କ ଘରର ଶୋଭାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

 

 

୪. ଏବିଏସ୍ ପାଇପ୍

ଏବିଏସ୍ (ଆକ୍ରାଇଲୋନାଇଟ୍ରିଲ୍ ବୁଟାଡିନ୍ ଷ୍ଟାଇରିନ୍) ପାଇପ୍ ସାଧାରଣତ ନାଳ, ବର୍ଜ୍ୟ ଜଳ ଏବଂ ଭେଣ୍ଟ (ଡିଡବ୍ଲ୍ୟୁଭି) ପ୍ରଣାଳୀରେ ବ୍ୟବହୃତ ହୁଏ । ଏହା ହାଲୁକା ଏବଂ ଦୀର୍ଘସ୍ଥାୟୀ ପ୍ଲାଷ୍ଟିକ ପାଇପ୍ ଅଟେ ଯାହା ରାସାୟନିକ ପଦାର୍ଥ ପ୍ରତିରୋଧୀ ହୋଇଥାଏ ଏବଂ ଉଚ୍ଚ ତାପମାତ୍ରାକୁ ସହନ କରିପାରିଥାଏ।

 

ଏବିଏସ୍ ପାଇପ୍‌‌ର ଲାଭ

 

କ) ସୁଲଭତା

ଏବିଏସ୍ ପାଇପ୍ ଖର୍ଚ୍ଚ-ସାଶ୍ରୟୀ ଏବଂ ବଜେଟ୍-ଅନୁକୂଳ ପାଇପ୍ ଅଟେ, ତେଣୁ ଆବାସିକ ପ୍ଲମ୍ବିଂ ପ୍ରୋଜେକ୍ଟ ପାଇଁ ଏହା ଏକ ଲୋକପ୍ରିୟ ପସନ୍ଦ ଅଟେ।

 

ଖ) ରାସାୟନିକ ପ୍ରତିରୋଧ

ଏବିଏସ୍ ପାଇପ୍ ରାସାୟନିକ ପଦାର୍ଥ ପ୍ରତି ଅତ୍ୟଧିକ ପ୍ରତିରୋଧୀ, ଏହା ଡ୍ରେନ୍ ଏବଂ ବର୍ଜ୍ୟବସ୍ତୁ ପ୍ରଣାଳୀ ସମେତ ବିଭିନ୍ନ ପ୍ରୟୋଗ ପାଇଁ ଉପଯୁକ୍ତ ।

 

ଘ) ଧ୍ୱନି ହ୍ରାସ

ଏବିଏସ୍ ପାଇପ୍‌‌ରେ ଉତ୍କୃଷ୍ଟ ଧ୍ୱନି-ନିୟନ୍ତ୍ରଣକାରୀ ଗୁଣ ରହିଛି, ଯାହା ଜଳ ପ୍ରବାହ ଜନିତ କୋଳାହଳକୁ ହ୍ରାସ କରିଥାଏ ଏବଂ ସାମଗ୍ରିକ ଆରାମରେ ଉନ୍ନତି ଆଣିଥାଏ ।

 

ଘ) ସହଜ ସ୍ଥାପନା

ଏବିଏସ୍ ପାଇପ୍ ହାଲୁକା ଏବଂ କାଟିବାରେ ସହଜ, ସ୍ଥାପନ ପ୍ରକ୍ରିୟାକୁ ଦ୍ରୁତ ଏବଂ ସରଳ କରିଥାଏ ।

 

 

୫. ଫ୍ଲେକ୍ସି ପାଇପ୍

ଫ୍ଲେକ୍ସି ପାଇପ୍, ଯାହାକୁ ଫ୍ଲେକ୍ସିବଲ୍ ବ୍ରେଡେଡ୍ ସପ୍ଲାଏ ଲାଇନ୍ ମଧ୍ୟ କୁହାଯାଏ, ସାଧାରଣତଃ ମୁଖ୍ୟ ଜଳ ଯୋଗାଣ ସହିତ ନଳ ଏବଂ ଶୌଚାଳୟ ପରି ଫିକ୍ଚର୍ସକୁ ସଂଯୋଗ କରିବା ପାଇଁ ବ୍ୟବହୃତ ହୁଏ । ଏହା ସୁଦୃଢ଼ ରବର କିମ୍ବା ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ଏବଂ ନମନୀୟ ହେବା ପାଇଁ ଡିଜାଇନ୍ କରାଯାଇଛି, ଯାହା ସହଜ ସ୍ଥାପନା ଏବଂ ସଂଯୋଗ ପାଇଁ ଅନୁମତି ଦେଇଥାଏ ।

 

ଫ୍ଲେକ୍ସି ପାଇପ୍‌‌ର ଲାଭ

 

କ) ନମନୀୟତା

ଫ୍ଲେକ୍ସି ପାଇପ୍ ଅତ୍ୟନ୍ତ ନମନୀୟ, ସଂକୀର୍ଣ୍ଣ ଜାଗା ଏବଂ କୋଣ ସ୍ଥାନଗୁଡ଼ିକରେ ସହଜରେ ସ୍ଥାପନ କରିବା ସହଜ ହୋଇଯାଏ ।

 

ଖ) ଲିକ୍ ପ୍ରତିରୋଧ

ଫ୍ଲେକ୍ସି ପାଇପ୍‌‌ର ବ୍ରେଡେଡ୍ ବା ବେଣୀ ଭଳି ଡିଜାଇନ୍ ଅତିରିକ୍ତ ଶକ୍ତି ଦେଇଥାଏ ଏବଂ ତାହାକୁ ଲିକ୍ ଓ ଫାଟିବାରୁ ରୋକିଥାଏ।

 

ଗ) ଦ୍ରୁତ ସ୍ଥାପନା

ଫ୍ଲେକ୍ସି ପାଇପ୍‌‌ ପୂର୍ବରୁ ଲାଗିରହିଥିବା ଫିଟିଂ ସହିତ ଆସିଥାଏ, ଯାହା ସ୍ଥାପନକୁ ଦ୍ରୁତ ଏବଂ ଜଞ୍ଜାଳମୁକ୍ତ କରିଥାଏ।

 

ଘ) ସୁସଙ୍ଗତତା

ଫ୍ଲେକ୍ସି ପାଇପ୍‌‌ଗୁଡ଼ିକ ବିଭିନ୍ନ ପ୍ଲମ୍ବିଂ ଫିକ୍ସର୍ ସହ ସୁସଙ୍ଗତ ହୋଇଥାଏ ଏବଂ ଏହାକୁ ଉଭୟ ଆବାସିକ ଏବଂ ବାଣିଜ୍ୟିକ ପ୍ରୟୋଗରେ ବ୍ୟବହାର କରାଯାଇପାରିବ।

 

 

୬. ଗାଲ୍‌‌ଭାନାଇଜ୍‌‌ଡ ଷ୍ଟିଲ୍ ପାଇପ୍ ଏବଂ କାଷ୍ଟ୍ ଆଇରନ୍ ପାଇପ୍

ଏକଦା ପ୍ଲମ୍ବିଂ ପ୍ରଣାଳୀ ପାଇଁ ଗାଲ୍‌‌ଭାନାଇଜ୍‌‌ଡ ଷ୍ଟିଲ୍ ପାଇପ୍ ଏବଂ କାଷ୍ଟ୍ ଆଇରନ୍ ପାଇପ୍ ଲୋକପ୍ରିୟ ପସନ୍ଦ ଥିଲା, କିନ୍ତୁ କାଳକ୍ରମେ ତାହାର ବ୍ୟବହାର ହ୍ରାସ ପାଇଛି । ତଥାପି କିଛି ପୁରୁଣା ଘରେ ସେଗୁଡ଼ିକୁ ଦେଖିବାକୁ ମିଳିଥାଏ।

 

କ) ଗାଲ୍‌‌ଭାନାଇଜ୍‌‌ଡ ଷ୍ଟିଲ୍ ପାଇପ୍

ଗାଲଭାନାଇଜଡ୍ ଷ୍ଟିଲ୍ ପାଇପ୍ ହେଉଛି ଇସ୍ପାତ ପାଇପ୍ ଯାହାକୁ କ୍ଷୟରୁ ରକ୍ଷା କରିବା ପାଇଁ ଜିଙ୍କର ଏକ ସ୍ତରରେ ଲେପିତ କରାଯାଇଥାଏ। ସେଗୁଡ଼ିକୁ ସାଧାରଣତଃ ଜଳ ଯୋଗାଣ ଲାଇନ ଏବଂ ଆଉଟଡୋର ପ୍ଲମ୍ବିଂ ପ୍ରୟୋଗରେ ବ୍ୟବହାର କରାଯାଉଥିଲା।

 

୧) କ୍ଷୟ ପ୍ରତିରୋଧ

ଜିଙ୍କ ଲେପନ କିଛି ମାତ୍ରାରେ କ୍ଷୟ ପ୍ରତିରୋଧ ଯୋଗାଇଥାଏ, ଯାହା ପାଇପ୍‌‌ର ଜୀବନକାଳକୁ ବୃଦ୍ଧି କରେ।

 

୨) ସୁଦୃଢ଼ ନିର୍ମାଣ

ଗାଲଭାନାଇଜଡ୍ ଷ୍ଟିଲ୍ ପାଇପ୍ ଦୃଢ଼ ହୋଇଥାଏ ଏବଂ ଉଚ୍ଚ-ଚାପ ଜଳ ଯୋଗାଣ ପ୍ରଣାଳୀକୁ ସମ୍ଭାଳିପାରେ।

 

ଖ) କାଷ୍ଟ୍ ଆଇରନ୍ ପାଇପ୍

ଡ୍ରେନେଜ୍ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ପାଇଁ ପୁରୁଣାକାଳିଆ ଘରଗୁଡ଼ିକରେ କାଷ୍ଟ୍ ଆଇରନ୍ ପାଇପ୍ ବହୁଳ ଭାବେ ବ୍ୟବହୃତ ହେଉଥିଲା। ସେଗୁଡ଼ିକ ଦୀର୍ଘସ୍ଥାୟୀ ଏବଂ ଭାରି ଭାର ସହ୍ୟ କରିପାରେ, ଯେଉଁ କାରଣରୁ ତାହା ଭୂଲମ୍ବ ଥାକ ପାଇଁ ଉପଯୁକ୍ତ କରିଥାଏ।

 

୨) ସ୍ଥାୟିତ୍ୱ

କାଷ୍ଟ୍ ଆଇରନ୍ ପାଇପ୍‌‌ର ସ୍ଥାୟିତ୍ୱ ଅସାଧାରଣ ହୋଇଥାଏ ଏବଂ ତାହା ଦଶନ୍ଧି ଦଶନ୍ଧି ଧରି ଚାଲିପାରେ।

 

୨) ଧ୍ୱନି ପ୍ରତିରୋଧ

କାଷ୍ଟ୍ ଆଇରନ୍ ପାଇପ୍ ଉତ୍କୃଷ୍ଟ ଧ୍ୱନି ପ୍ରତିରୋଧ (ଇନସୁଲେସନ୍) ଯୋଗାଇଥାଏ, ପାଇପ୍ ମଧ୍ୟ ଦେଇ ପ୍ରବାହିତ ଜଳର କୋଳାହଳକୁ ହ୍ରାସ କରିଥାଏ।

 

 

୭. ପଲିବୁଟାଇଲିନ୍ ପାଇପ୍

୧୯୭୦ରୁ ୧୯୯୦ ଦଶକରେ ଆବାସିକ ପ୍ଲାମ୍ବିଂରେ ପଲିବୁଟାଇଲିନ୍ ପାଇପ୍ ବ୍ୟବହାର କରାଯାଉଥିଲା। କିନ୍ତୁ ଲିକ୍ ଓ ଫାଟିବା ସମସ୍ୟା କାରଣରୁ ସେଗୁଡ଼ିକ ଅନାଦୃତ ହୋଇଗଲା ଆଉ ବ୍ୟାପକ ଭାବେ ବ୍ୟବହୃତ ହେଉନାହିଁ। ପଲିବୁଟାଇଲିନ୍ ପାଇପ୍ ପଲିବୁଟାଇଲିନ୍ ନାମକ ଏକ ପ୍ଲାଷ୍ଟିକ୍ ରେଜିନ୍‌‌ରୁ ତିଆରି ହୋଇଥାଏ ଏବଂ ଉଭୟ ଜଳ ଯୋଗାଣ ଏବଂ ବିତରଣ ଲାଇନ୍ ପାଇଁ ତାହାକୁ ବ୍ୟବହାର କରାଯାଉଥିଲା।

 

ପଲିବୁଟାଇଲିନ୍ ପାଇପ୍‌‌ର ଲାଭ

 

କ) ସୁଲଭତା

ସେ କାଳରେ ଉପଲବ୍ଧ ହେଉଥିବା ଅନ୍ୟ ସାମଗ୍ରୀ ତୁଳନାରେ ପଲିବୁଟାଇଲିନ୍ ପାଇପ୍‌‌ ଅପେକ୍ଷାକୃତ ଶସ୍ତା ଥିଲା।

 

ଖ) ନମନୀୟତା

ତାହାର ନମନୀୟତା କାରଣରୁ ସେଗୁଡ଼ିକୁ ସହଜରେ ସ୍ଥାପନ କରିହେଉଥିଲା, ଅତିରିକ୍ତ ଫିଟିଂସ୍‌‌ର ଆବଶ୍ୟକତା ପଡ଼ୁ ନ ଥିଲା।

 

ଗ) କ୍ଷୟ ପ୍ରତିରୋଧ

ପଲିବୁଟାଇଲିନ୍ ପାଇପ୍‌‌ କ୍ଷୟପ୍ରାପ୍ତ ହୁଏନାହିଁ, ସଫା ପାଣି ପ୍ରବାହ ଯୋଗାଇଥାଏ ।

 

ତଥାପି, ଏହା ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ଯେ ପଲିବୁଟାଇଲିନ୍ ପାଇପ୍‌‌‌ ଅକାମୀ ହେବାର ଇତିହାସ ରହିଛି, ଯାହା ମଧ୍ୟରେ ଲିକ୍ ହେବା ଏବଂ ଫାଟ ସୃଷ୍ଟି ହେବା ଅନ୍ତର୍ଭୁକ୍ତ । ଏହି କାରଣରୁ ଆଜିକାଲି ତାହାକୁ ପ୍ଲମ୍ବିଂ ପ୍ରଣାଳୀ ପାଇଁ ଏକ ଉପଯୁକ୍ତ ବିକଳ୍ପ ଭାବେ ବିବେଚନା କରାଯାଉନାହିଁ ।

 

 

୮. ବ୍ଲାକ୍ ଆଇରନ୍ ପାଇପ୍

ବ୍ଲାକ୍ ଆଇରନ୍ ପାଇପ୍, ଯାହାକୁ କଳା ଇସ୍ପାତ ପାଇପ୍ ମଧ୍ୟ କୁହାଯାଏ, ମୁଖ୍ୟତଃ ଗ୍ୟାସ୍ ବିତରଣ ପାଇଁ ବ୍ୟବହୃତ ହୁଏ । ଏଗୁଡ଼ିକ ଇସ୍ପାତରେ ନିର୍ମିତ ଏବଂ କଳା ଲୌହ ଅକ୍ସାଇଡ୍‌‌ର ଏକ ସୁରକ୍ଷାସ୍ତରରେ ଲେପିତ ହୋଇଥାଏ ।

 

ବ୍ଲାକ୍ ଆଇରନ୍ ପାଇପ୍‌‌ର ଲାଭ

 

କ) ଶକ୍ତି ଏବଂ ସ୍ଥାୟିତ୍ୱ

ବ୍ଲାକ୍ ଆଇରନ୍ ପାଇପ୍ ଶକ୍ତିଶାଳୀ ଏବଂ ସ୍ଥାୟୀ ହୋଇଥାଏ, ଉଚ୍ଚ ଚାପ ଏବଂ ଭାରକୁ ସହ୍ୟ କରିବାରେ ସକ୍ଷମ।

 

ଖ) କ୍ଷୟ ପ୍ରତିରୋଧୀ

କଳା ଲୌହ ଅକ୍ସାଇଡ୍ ଲେପ କିଛି ମାତ୍ରାରେ କ୍ଷୟ ପ୍ରତି ପ୍ରତିରୋଧ ଦେଇଥାଏ।

 

ଗ) ଗ୍ୟାସ୍ ବିତରଣ ପାଇଁ ଉପଯୁକ୍ତ

ତାହାର ଶକ୍ତି ଏବଂ ସ୍ଥାୟିତ୍ୱ କାରଣରୁ ସେଗୁଡ଼ିକୁ ସାଧାରଣତଃ ପ୍ରାକୃତିକ ବାଷ୍ପ ବିତରଣ ଲାଇନ୍‌‌ରେ ବ୍ୟବହାର କରାଯାଏ।

 

ଗ୍ୟାସ୍ ବିତରଣ ପାଇଁ ବ୍ଲାକ୍ ଆଇରନ୍ ପାଇପ୍  ଏକ ନିର୍ଭରଯୋଗ୍ୟ ବିକଳ୍ପ ହୋଇଥିଲେ ମଧ୍ୟ ତମ୍ବା କିମ୍ବା ପିଭିସି ଭଳି ଅନ୍ୟ ପଦାର୍ଥ ତୁଳନାରେ ଏହା କ୍ଷୟ ହେବାର ଆଶଙ୍କା ଅଧିକ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଏହା ବ୍ୟବହୃତ ହୁଏ ନାହିଁ ।


ଘରେ ଜଳ ଯୋଗାଣ ପାଇଁ ସର୍ବୋତ୍ତମ ପ୍ଲମ୍ବିଂ ପାଇପ୍ କିପରି ଚୟନ କରିବେ?



ଜଳ ଯୋଗାଣ ପାଇଁ ଅନେକ ପ୍ରକାରର ପାଇପ୍ ଅଛି ଏବଂ ଆପଣଙ୍କ ଘରର ପ୍ଲାମ୍ବିଂ ଆବଶ୍ୟକତା ପାଇଁ ସର୍ବୋତ୍ତମ ପାଇପ୍ ଚୟନ କରିବା ଉପରେ ଯତ୍ନବାନ ଭାବରେ ବିଚାର କରିବା ଆବଶ୍ୟକ । ନିଷ୍ପତ୍ତି ନେବା ସମୟରେ ଏହି ସବୁ ଜରୁରୀ କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ:

 

 

କ) କାର୍ଯ୍ୟକାରିତା

ପାଇପ୍‌‌ର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରନ୍ତୁ ଏବଂ ଏପରି ଏକ ସାମଗ୍ରୀ ଚୟନ କରନ୍ତୁ ଯାହା ଆପଣଙ୍କ ନିର୍ଦ୍ଦିଷ୍ଟ ପ୍ଲମ୍ବିଂ ଆବଶ୍ୟକତା ସହ ଖାପ ଖାଉଥିବ।

 

୨) ସ୍ଥାନ ଏବଂ ସୁଗମ୍ୟତା

ଉପଲବ୍ଧ ଜାଗାକୁ ବିଚାରକୁ ନିଅନ୍ତୁ ଏବଂ ସଂକୀର୍ଣ୍ଣ ସ୍ଥାନରେ ନମନୀୟତା ଯୋଗାଉଥିବା ପାଇପ୍ ବାଛନ୍ତୁ।

 

୩) ଜଳ ଚାପ ଏବଂ ତାପମାତ୍ରା

ଜଳର ଚାପ ଓ ତାପମାତ୍ରା ଆବଶ୍ୟକାର ମୂଲ୍ୟାୟନ କରନ୍ତୁ ଓ ତାହା ସହିତ ଖାପ ଖାଉଥିବା ସାମର୍ଥ୍ୟର ପାଇପ୍ ଚୟନ କରନ୍ତୁ ।

 

୪) ସ୍ଥାୟିତ୍ୱ ଏବଂ ଦୀର୍ଘାୟୁ

ଦୀର୍ଘସ୍ଥାୟୀ କାର୍ଯ୍ୟଦକ୍ଷତା ପାଇଁ କ୍ଷୟ, ରାସାୟନିକ ପଦାର୍ଥ ଏବଂ ଥଣ୍ଡା ତାପମାତ୍ରା ପ୍ରତି ପ୍ରତିରୋଧର ମୂଲ୍ୟାଙ୍କନ କରନ୍ତୁ।

 

୫) ବଜେଟକୁ ବିଚାରକୁ ନିଅନ୍ତୁ

ପାଇପ ସାମଗ୍ରୀଗୁଡ଼ିକର ମୂଲ୍ୟ ଭିନ୍ନ ହୋଇଥିବାରୁ ପ୍ଲମ୍ବିଂ ପାଇପ୍ ସ୍ଥାପନା ପାଇଁ ଆପଣଙ୍କ ବଜେଟ୍ ନିର୍ଦ୍ଧାରଣ କରନ୍ତୁ, ଏବଂ ସୁଲଭତା ଓ ଗୁଣବତ୍ତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ଅଟେ ।

 

୬) ସ୍ଥାନୀୟ ନିର୍ମାଣ ନିୟମାବଳୀ

ପ୍ଲମ୍ବିଂ ପାଇପ୍ ବାବଦରେ ଆପଣଙ୍କର ସ୍ଥାନୀୟ ନିର୍ମାଣ ସମ୍ବନ୍ଧୀୟ ନିୟମାବଳୀ ଓ ଆଇନକାନୁନ୍ ସହିତ ନିଜକୁ ପରିଚିତ କରନ୍ତୁ ଏବଂ ଆପଣ ଚୟନ କରିଥିବା ପାଇପ୍ ସାମଗ୍ରୀ ଯେପରି ସେହି ନିୟମର ଅନୁପାଳନ କରୁଛି ତାହା ସୁନିଶ୍ଚିତ କରିନିଅନ୍ତୁ।

 

୭) ପେସାଦାର ଉପଦେଶ

ଆପଣଙ୍କ ଆବଶ୍ୟକତା ଅନୁଯାୟୀ ମୂଲ୍ୟବାନ ଉପଦେଶ ପାଇଁ ଜଣେ ପ୍ଲମ୍ବର କିମ୍ବା ଠିକାଦାରଙ୍କ ସହ ପରାମର୍ଶ କରନ୍ତୁ, ଯାହା ଆପଣଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସକ୍ଷମ କରିବ ।

 

ଏହିସବୁ କାରକଗୁଡ଼ିକୁ ବିଚାରକୁ ନେଇ ଆପଣ ନିଜ ଘର ଲାଗି ଜଳ ଯୋଗାଣ ପାଇଁ ସର୍ବୋତ୍ତମ ପାଇପ୍ ଚୟନ କରିପାରିବେ।



ଶେଷରେ, ବିଭିନ୍ନ ପ୍ରକାରର ପ୍ଲମ୍ବିଂ ପାଇପ୍ ସମ୍ପର୍କରେ ବୁଝିବା ଦ୍ୱାରା ଆପଣ ଆପଣଙ୍କ ଘର ପାଇଁ ସଠିକ୍ ପ୍ଲମ୍ବିଂ ପାଇପ୍ ଚୟନ କରିପାରିବେ । ଏକ ସୁଚିନ୍ତିତ ନିଷ୍ପତ୍ତି ଦ୍ୱାରା, ଆପଣ ଏକ ବିଶ୍ୱସନୀୟ ଏବଂ ଦକ୍ଷ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିପାରିବେ, ଯାହା ଦ୍ୱାରା ଆପଣଙ୍କ ପରିବାରର ସାମଗ୍ରିକ ଆରାମ ଏବଂ କଲ୍ୟାଣ ସୁନିଶ୍ଚିତ ହୋଇପାରିବ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....