ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଘରେ ବ୍ୟବହୃତ ଝରକା ଗ୍ଲାସର ପ୍ରକାର

ଆମ ଘରର ସୌନ୍ଦର୍ଯ୍ୟ, ଆରାମ ଏବଂ ଶକ୍ତି କୁଶଳତା ନିର୍ଦ୍ଧାରଣ କରିବାରେ ଝରକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆପଣଙ୍କ ଘରର ଝରକାଗୁଡିକ ପାଇଁ ଉପଯୁକ୍ତ ପ୍ରକାରର ଝରକା ଗ୍ଲାସ ଆବିଷ୍କାର କରନ୍ତୁ ଏବଂ ଆପଣଙ୍କ ରହିବା ସ୍ଥାନର ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକାରିତା ବୃଦ୍ଧି କରନ୍ତୁ।

Share:


ଝରକା ଯେକୌଣସି ଘରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଘର ଭିତରକୁ ପ୍ରାକୃତିକ ଆଲୋକ ପ୍ରବେଶ କରିବାକୁ ଦିଏ ଏବଂ ଭଲ ଭାବେ ଘର ଭିତରେ ବାୟୁ ଚଳାଚଳ କରାଇବାରେ ସହାୟକ ହେବା ସହ ବାହ୍ୟ ଜଗତ ସହିତ ଏକ ସଂଯୋଗ ପ୍ରଦାନ କରିଥାଏ । ସଠିକ୍ ଝରକା ଗ୍ଲାସ୍ ଚୟନ କରିବା କଥା ଆସିଲେ ଅନେକ ବିକଳ୍ପ ଉପଲବ୍ଧ ହୁଏ ଯେପରିକି ପ୍ରତ୍ୟେକର ନିଜସ୍ୱ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଏବଂ ଲାଭ ଅଛି। ଏହି ବ୍ଲଗରେ, ଆମେ ସାଧାରଣତଃ ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଝରକା ଗ୍ଲାସ୍ ଆବିଷ୍କାର କରିବୁ, ଯାହା ଆପଣଙ୍କୁ ଝରକା ପାଇଁ ଆପଣଙ୍କର ପସନ୍ଦ ବିଷୟରେ ଭଲ ଭାବରେ ବୁଝିବାରେ ସହାୟକ ହୋଇପାରିବ ।


ଘର ପାଇଁ ବିଭିନ୍ନ ପ୍ରକାରର ଝରକା ଗ୍ଲାସ୍

ଝରକା କେବଳ ସାଦା ଗ୍ଲାସରେ ତିଆରି ହେବାର ଦିନ ଏବେ ଅତୀତ । ଆଜିକାଲି ଉନ୍ନତ ଜ୍ଞାନକୌଶଳ ଓ ଉଦ୍ଭାବନ ଯୋଗୁଁ ବିଭିନ୍ନ ପ୍ରକାରର ଗ୍ଲାସର ବିକାଶ ହୋଇପାରିଛି । ଏହି ବିବିଧ ବିକଳ୍ପଗୁଡିକ ଶକ୍ତି କୁଶଳତା, ସୁରକ୍ଷା, ଗୋପନୀୟତା ଏବଂ ସୌନ୍ଦର୍ଯ୍ୟ ଭଳି ବିଭିନ୍ନ ଆବଶ୍ୟକତା ପୂରଣ କରେ । ଆସନ୍ତୁ ଘରର ଝରକା ପାଇଁ କେତେକ ଲୋକପ୍ରିୟ ପ୍ରକାରର ଗ୍ଲାସ ବିଷୟରେ ଜାଣିବା ।


ଘର ପାଇଁ 10 ପ୍ରକାରର ଝରକା ଗ୍ଲାସ

 

1) ଟଗେନ୍ଡ ଗ୍ଲାସ୍

ଟେମ୍ପର୍ଡ ଗ୍ଲାସ ନାମରେ ମଧ୍ୟ ଜଣାଶୁଣା ଏହି ପ୍ରକାର ଗ୍ଲାସ ସାଧାରଣ ଗ୍ଲାସ ତୁଳନାରେ ଅଧିକ ଶକ୍ତିଶାଳୀ ଏବଂ ଅଧିକ ସ୍ଥାୟୀ ଅଟେ । ଏକ ଟେମ୍ପର୍ଡ ଗ୍ଲାସ ଝରକାକୁ ଗରମ କରି କରାଯାଏ ଏବଂ ଏହା ଭାଙ୍ଗିଲେ ଛୋଟ ଛୋଟ ହୋଇଯାଏ ଏବଂ ହାନିକାରକ ନୁହେଁ ଫଳରେ ଆଘାତର ଆଶଙ୍କାକୁ ହ୍ରାସ କରିଥାଏ ।

 

2) କ୍ଲିୟର ଫ୍ଲୋଟ୍ ଗ୍ଲାସ୍

ଏହା ଝରକାରେ ବ୍ୟବହୃତ ହେଉଥିବା ଗ୍ଲାସର ସବୁଠାରୁ ସାଧାରଣ ପ୍ରକାର ଅଟେ । ଏହା ସ୍ୱଚ୍ଛ, ରଙ୍ଗହୀନ ଏବଂ ସର୍ବାଧିକ ଆଲୋକ ପ୍ରସାରଣକୁ ଅନୁମତି ଦେଇଥାଏ । ଏହା ଉତ୍କୃଷ୍ଟ ସ୍ପଷ୍ଟତା ପ୍ରଦାନ କରେ ଏବଂ ଆପଣଙ୍କ ଘରେ ପର୍ଯ୍ୟାପ୍ତ ପ୍ରାକୃତିକ ଆଲୋକ ପ୍ରବେଶ କରିବାକୁ ଅନୁମତି ଦିଏ, ଯାହା ଏକ ଉଜ୍ଜ୍ୱଳ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରେ ।

 

3) ଟିଣ୍ଟେଡ୍ ଗ୍ଲାସ

ଟିଣ୍ଟେଡ୍ ଗ୍ଲାସ ବିଭିନ୍ନ ଶେଡ୍ ଏବଂ ରଙ୍ଗରେ ଉପଲବ୍ଧ, ଯାହା ଦ୍ୱାରା ଘର ମାଲିକମାନେ ଶକ୍ତି କୁଶଳତା ଏବଂ ଗୋପନୀୟତାରେ ଉନ୍ନତି ଆଣିବା ସହିତ ସେମାନଙ୍କ ଝରକାଗୁଡିକର ରୂପରେଖକୁ କଷ୍ଟୋମାଇଜ୍ କରିପାରିବେ । ଏହା ସୂର୍ଯ୍ୟକିରଣରୁ ଚମକ ଏବଂ ଉତ୍ତାପ ହ୍ରାସ କରିବାରେ ସାହାଯ୍ୟ କରେ, ଏକ ଆରାମଦାୟକ ଆଭ୍ୟନ୍ତରୀଣ ପରିବେଶ ପ୍ରଦାନ କରେ ।

 

4) ଷ୍ଟେନଡ୍ ଗ୍ଲାସ



ପ୍ରାୟତଃ ସାଜସଜ୍ଜା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଷ୍ଟେନଡ୍ ଗ୍ଲାସରେ ସୁନ୍ଦର ରଙ୍ଗ ଏବଂ ଜଟିଳ ଡିଜାଇନ୍ ରହିଥାଏ। ଚର୍ଚ୍ଚ, ଐତିହାସିକ କୋଠା ଏବଂ ଘରେ ଷ୍ଟେନଡ୍ ଗ୍ଲାସ ଥିବା ଝରକା ଦେଖିବାକୁ ମିଳେ, ଯାହା ସ୍ଥାପତ୍ୟରେ ଏକ ଅନନ୍ୟ କଳାତ୍ମକ ସ୍ପର୍ଶ ଯୋଡିଥାଏ ।

 

5) ରିଫ୍ଲେକ୍ଟିଭ୍ ଗ୍ଲାସ

ଏହି ପ୍ରକାର ଗ୍ଲାସର ଉପରି ଭାଗରେ ଏକ ପତଳା ଧାତବ କୋଟିଂ ଥାଏ, ଯାହା ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିଥାଏ ଏବଂ ଉତ୍ତାପ ବୃଦ୍ଧି ଏବଂ ଚମକକୁ ହ୍ରାସ କରିଥାଏ । ଗରମ ଜଳବାୟୁରେ ଥିବା ଘର କିମ୍ବା ସିଧାସଳଖ ସୂର୍ଯ୍ୟକିରଣ ପାଉଥିବା ବଡ଼ ଝରକା ଥିବା ଘର ପାଇଁ ପ୍ରତିଫଳିତ ଗ୍ଲାସ ଉପଯୁକ୍ତ ଅଟେ । ଏହା ଗୋପନୀୟତା ମଧ୍ୟ ବଢ଼ାଇଥାଏ, କାରଣ ରିଫ୍ଲେକ୍ଟିଭ୍ କୋଟିଂ ଯୋଗୁଁ ଦିବାଲୋକରେ ବାହାରୁ ଭିତରକୁ ଦେଖିବା କଷ୍ଟକର ହୋଇଥାଏ ।

 

6) ଇନସୁଲେଟେଡ୍ ଗ୍ଲାସ୍

ଇନସୁଲେଟେଡ୍ ଗ୍ଲାସରେ ଏକାଧିକ ଗ୍ଲାସ ରହିଥାଏ। ଏହି ଡିଜାଇନ୍ ଏକ ଆରାମଦାୟକ ଆଭ୍ୟନ୍ତରୀଣ ତାପମାତ୍ରା ବଜାୟ ରଖିବାରେ ସାହାଯ୍ୟ କରେ, ବିଜୁଳି ଖର୍ଚ୍ଚ ହ୍ରାସ କରେ ଏବଂ ଗ୍ଲାସରେ ଘନୀକରଣ ବା ଜଳକଣା ହେବା କମ୍ କରିଥାଏ । ଉଭୟ ଗରମ ଏବଂ ଥଣ୍ଡା ଜଳବାୟୁରେ ଘର ପାଇଁ ଇନସୁଲେଟେଡ୍ ଗ୍ଲାସ ଉପଯୁକ୍ତ ଅଟେ, କାରଣ ଏହା ଉତ୍କୃଷ୍ଟ ଥର୍ମାଲ ଇନସୁଲେସନ ଏବଂ ସାଉଣ୍ଡପ୍ରୁଫିଙ୍ଗ୍ ପ୍ରଦାନ କରିଥାଏ ।

 

7) ଲେମିନେଟେଡ୍ ଗ୍ଲାସ୍

ଲେମିନେଟେଡ୍ ଗ୍ଲାସର ଗଠନ ଏହାକୁ ପ୍ରଭାବ ପ୍ରତି ଅତ୍ୟଧିକ ପ୍ରତିରୋଧୀ କରିଥାଏ, ଯାହା ଦ୍ୱାରା ଭଙ୍ଗା ଗ୍ଲାସରୁ ଆଘାତ ହେବାର ଆଶଙ୍କା ହ୍ରାସ ପାଇଥାଏ । ଲେମିନେଟେଡ୍ ଗ୍ଲାସ ଝରକା ମଧ୍ୟ ଉତ୍କୃଷ୍ଟ ଶବ୍ଦ ଇନସୁଲେସନ୍ ପ୍ରଦାନ କରିଥାଏ ଏବଂ କ୍ଷତିକାରକ ଅତି ବାଇଗଣି ରଶ୍ମିକୁ ଅବରୋଧ କରିଥାଏ, ଯେଉଁଥିପାଇଁ ବ୍ୟସ୍ତବହୁଳ ରାସ୍ତା ନିକଟରେ କିମ୍ବା ଝଡ଼ ପ୍ରବଣ ଅଞ୍ଚଳରେ ଝରକା ପାଇଁ ଏହା ଉପଯୁକ୍ତ ହୋଇଥାଏ ।

 

8) ଟେକ୍ସଚର୍ଡ୍ ଗ୍ଲାସ



ଟେକ୍ସଚର୍ଡ ଗ୍ଲାସ, ଯାହାକୁ ପ୍ୟାଟର୍ଣ୍ଣ କିମ୍ବା ଅସ୍ପଷ୍ଟ ଗ୍ଲାସ ମଧ୍ୟ କୁହାଯାଏ, ଏହାର ପୃଷ୍ଠଭାଗରେ ପାଟର୍ନ କିମ୍ବା ଡିଜାଇନ୍ ରହିଛି, ଯାହା ଗୋପନୀୟତା ସାଙ୍ଗକୁ ଆକର୍ଷଣୀୟତା ପ୍ରଦାନ କରେ । ଟେକ୍ସଚର୍ଡ ପୃଷ୍ଠଭାଗ ଆଲୋକକୁ ବିସ୍ତାର କରିଥାଏ ଏବଂ ଦୃଶ୍ୟମାନତାକୁ ଅସ୍ପଷ୍ଟ କରିଥାଏ ଏବଂ ଏହା ତଥାପି ପ୍ରାକୃତିକ ଆଲୋକକୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ । ଏହା ପ୍ରାୟତଃ ବାଥରୁମ୍, ପ୍ରବେଶ ପଥ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର ହୁଏ ଯେଉଁଠାରେ ଆଲୋକ ପଡ଼ିବା ସହ ଗୋପନୀୟତା ମଧ୍ୟ ଜରୁରୀ ହୋଇଥାଏ ।

 

9) ଲୋ-ଇ ଗ୍ଲାସ୍

ଲୋ-ଇ ବା ଲୋ ଏମିସନ୍ ଗ୍ଲାସ୍ କ୍ଷତିକାରକ ଅତି ବାଇଗଣି ରଶ୍ମିକୁ ଅବରୋଧ କରି ସୁରକ୍ଷା ଏବଂ ଆରାମ ପ୍ରଦାନ କରିଥାଏ। ଶକ୍ତି-କୁଶଳ ଝରକା ପାଇଁ ଏହା ଏକ ଉତ୍ତମ ବିକଳ୍ପ, ଯାହା ଗରମ ଏବଂ ଥଣ୍ଡା କରିବା ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରେ ।

 

10) ଥର୍ମାଲ ଗ୍ଲାସ

ଏହି ପ୍ରକାରର ଗ୍ଲାସ ବିଶେଷ ଭାବରେ ଉତ୍ତାପ ସ୍ଥାନାନ୍ତରକୁ କମ୍ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଅତ୍ୟଧିକ ଜଳବାୟୁରେ ଥିବା ଘରଗୁଡ଼ିକ ପାଇଁ ଉପଯୁକ୍ତ । ଏହା ଉଭୟ ସିଙ୍ଗଲ୍ ଏବଂ ମଲ୍ଟି-ପେନ୍ କନଫିଗୁରେସନରେ ଦେଖିବାକୁ ମିଳେ, ଯାହା ଉତ୍କୃଷ୍ଟ ଥର୍ମାଲ ଦକ୍ଷତା ପ୍ରଦାନ କରିଥାଏ ଏବଂ ଶବ୍ଦ ଗତିକୁ ହ୍ରାସ କରିଥାଏ ।

 

ଝରକା ଗ୍ଲେଜିଂର ପ୍ରକାର



ଘରେ ବ୍ୟବହାର ହେଉଥିବା ଝରକା ଗ୍ଲାସର ପ୍ରକାର ବ୍ୟତୀତ, ଗ୍ଲେଜିଂ ପଦ୍ଧତି କିମ୍ବା ଝରକା ଫ୍ରେମରେ ଗ୍ଲାସ ଲଗାଇବାର ପଦ୍ଧତି ଝରକାଗୁଡିକର କାର୍ଯ୍ୟଦକ୍ଷତା ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆସନ୍ତୁ ଜାଣିବା ତିନିଟି ସାଧାରଣ ପ୍ରକାରର ଝରକା ଗ୍ଲେଜିଂ:

 

1) ସିଙ୍ଗଲ୍-ଗ୍ଲେଜେଡ୍ ଝରକା

ସିଙ୍ଗଲ-ଗ୍ଲେଜେଡ୍ ଝରକା ହେଉଛି ସବୁଠାରୁ ମୌଳିକ ଏବଂ ପାରମ୍ପରିକ ପ୍ରକାରର ଝରକା ଗ୍ଲେଜିଂ । ଏଥିରେ ଗ୍ଲାସର ଗୋଟିଏ ପେନ୍ ରହିଥାଏ ଯାହା ଝରକା ଫ୍ରେମ୍ ଭିତରେ ଲଗାଯାଇଥାଏ । ସିଙ୍ଗଲ-ଗ୍ଲେଜେଡ୍ ଝରକା ସବୁଠାରୁ ଶସ୍ତା ବିକଳ୍ପ ହୋଇଥିବା ବେଳେ, ତାହାର ସୀମିତ ଇନସୁଲେସନ୍ ଗୁଣ ରହିଛି। ତାହା ଉପାଦାନଗୁଡିକ ବିରୁଦ୍ଧରେ ପ୍ରତିବନ୍ଧକ ପ୍ରଦାନ କରେ କିନ୍ତୁ ଅନ୍ୟ ଗ୍ଲେଜିଂ ବିକଳ୍ପ ତୁଳନାରେ ଉତ୍ତାପ ହ୍ରାସ ଏବଂ ଶବ୍ଦ ପ୍ରସାରଣକୁ ରୋକିବାରେ କମ୍ ପ୍ରଭାବଶାଳୀ ଅଟେ ।

 

2) ଡବଲ୍-ଗ୍ଲେଜେଡ୍ ଝରକା

ଡବଲ୍-ଗ୍ଲେଜେଡ୍ ଝରକାଗୁଡିକ ତାହାର ଉନ୍ନତ ଇନସୁଲେସନ୍ କ୍ଷମତା ପାଇଁ ଲୋକପ୍ରିୟତା ହାସଲ କରିଛି। ବାୟୁ ଆବଦ୍ଧ କିମ୍ବା ଗ୍ୟାସ୍ ଭର୍ତ୍ତି ସ୍ଥାନ ଦ୍ୱାରା ଅଲଗା ହୋଇଥିବା ଦୁଇଟି ଗ୍ଲାସ ପେନ୍ ବ୍ୟବହାର କରି ଏଗୁଡ଼ିକ ନିର୍ମାଣ କରାଯାଏ, ଯାହା ସାଧାରଣତଃ ଆର୍ଗନ୍ କିମ୍ବା କ୍ରିପ୍ଟନ୍ ଗ୍ୟାସରେ ଭର୍ତ୍ତି ହୋଇଥାଏ । ପେନ୍ ମଧ୍ୟରେ ବାୟୁ କିମ୍ବା ଗ୍ୟାସର ଇନସୁଲେଟିଂ ସ୍ତର ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରେ, ଯାହା ଉତ୍ତାପ ସ୍ଥାନାନ୍ତରକୁ ହ୍ରାସ କରେ ଏବଂ ଶକ୍ତି କୁଶଳତା ବୃଦ୍ଧି କରେ । ଗ୍ରୀଷ୍ମ ଋତୁରେ ଘରକୁ ଥଣ୍ଡା କରିବା ଓ ଶୀତଦିନେ ଗରମ ରଖିବା ସହ ବାହାର ଶବ୍ଦ ପ୍ରବେଶକୁ କମ୍ କରିବାରେ ଡବଲ୍ ଗ୍ଲେଜେଡ୍ ଝରକା ସାହାଯ୍ୟ କରିଥାଏ।

 

3) ଟ୍ରିପଲ-ଗ୍ଲେଜେଡ୍ ଝରକା

ଟ୍ରିପଲ୍-ଗ୍ଲେଜେଡ୍ ଝରକା ତିନି ପ୍ରକାର ଝରକା ଗ୍ଲେଜିଂ ମଧ୍ୟରେ ସର୍ବୋଚ୍ଚ ସ୍ତରର ଇନସୁଲେସନ୍ ପ୍ରଦାନ କରିଥାଏ, ଯାହା ପରିବେଶ ଅନୁକୂଳ ଘର ନିର୍ମାଣ ପାଇଁ ଏକ ଉତ୍କୃଷ୍ଟ ପସନ୍ଦ କରିଥାଏ । ସେଥିରେ ତିନିଟି ଗ୍ଲାସ ପେନ୍ ରହିଛି ଯେଉଁଥିରେ ଦୁଇଟି ଆବଦ୍ଧ ବାୟୁ କିମ୍ବା ଗ୍ୟାସ୍ ଭର୍ତ୍ତି ସ୍ଥାନ ରହିଛି। ଗ୍ଲାସ ଏବଂ ଇନସୁଲେସନର ଏହି ଅତିରିକ୍ତ ସ୍ତର ଉତ୍ତାପ ହ୍ରାସକୁ ଯଥେଷ୍ଟ କମ୍ କରେ, ଶକ୍ତି ଦକ୍ଷତା ବୃଦ୍ଧି କରେ ଏବଂ ଶବ୍ଦ ଇନସୁଲେସନରେ ଉନ୍ନତି ଆଣେ । ଖରାପ ଜଳବାୟୁ, ଅତ୍ୟଧିକ ତାପମାତ୍ରା କିମ୍ବା ଉଚ୍ଚ ଶବ୍ଦ ସ୍ତର ଥିବା ଅଞ୍ଚଳରେ ଟ୍ରିପଲ୍-ଗ୍ଲେଜେଡ୍ ଝରକା ବିଶେଷ ଭାବରେ ଲାଭଦାୟକ ଅଟେ, କାରଣ ତାହା ଅସାଧାରଣ ଥର୍ମାଲ ଆରାମ ଏବଂ ଶବ୍ଦ ହ୍ରାସ ପ୍ରଦାନ କରେ ।



ଇଚ୍ଛାନୁସାରେ ସୌନ୍ଦର୍ଯ୍ୟ, ଆରାମ ଏବଂ ଶକ୍ତି କୁଶଳତା ହାସଲ କରିବା ପାଇଁ ଆପଣଙ୍କ ଘର ପାଇଁ ସଠିକ୍ ପ୍ରକାରର ଝରକା ଗ୍ଲାସ ଚୟନ କରିବା ଜରୁରୀ ଅଟେ । ଉପଲବ୍ଧ ବିଭିନ୍ନ ପ୍ରକାରର ଝରକା ଗ୍ଲାସ ଏବଂ ଗ୍ଲେଜିଂ ବିକଳ୍ପକୁ ବୁଝିବା ଦ୍ୱାରା, ଆପଣ ଅବଗତ ହୋଇ ନିଷ୍ପତ୍ତି ନେଇପାରିବେ ଯାହା ଆପଣଙ୍କ ଆବଶ୍ୟକତା ଏବଂ ପସନ୍ଦକୁ ସର୍ବୋତ୍ତମ ଭାବରେ ଅନୁକୂଳ କରିଥାଏ । ସୁରକ୍ଷାଠାରୁ ଆରମ୍ଭ କରି ଗୋପନୀୟତା ପର୍ଯ୍ୟନ୍ତ ଉପଲବ୍ଧ ବିକଳ୍ପଗୁଡିକ ବୁଝନ୍ତୁ ଏବଂ ଆପଣଙ୍କ ଘର ପାଇଁ ଉପଯୁକ୍ତ ଗ୍ଲାସ ପ୍ରକାର ସନ୍ଧାନ କରନ୍ତୁ। ସ୍ଥାପନା କରିବା ପ୍ରକ୍ରିୟାରେ ଉପଯୋଗୀ ମାର୍ଗଦର୍ଶନ ପାଇଁ କବାଟ ଏବଂ ଝରକା ଫ୍ରେମ୍ ଫିକ୍ସିଂ ଉପରେ ଆମର ଭିଡିଓକୁ ଦେଖନ୍ତୁ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |





ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....