ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ପଥର ଯୋଡ଼େଇର ବିଭିନ୍ନ ପ୍ରକାରଭେଦକୁ ବୁଝିବା

ପଥର ଯୋଡ଼େଇର ଦୁନିଆରେ ପଦାର୍ପଣ କରନ୍ତୁ ଏବଂ ଚିରସ୍ଥାୟୀ ତଥା ମନଲୋଭା ଢାଞ୍ଚା ତିଆର କରିବା ପାଇଁ ବ୍ୟବହୃତ ବିଭିନ୍ନ ମାଧ୍ୟମକୁ ଆବିଷ୍କାର କରନ୍ତୁ ।

Share:


ସ୍ଥାପତ୍ୟ କଳାରେ ପ୍ରାଚୀନ କାଳରୁ ହିଁ ପଥର ଯୋଡ଼େଇ କାମ ବ୍ୟବହୃ ହୋଇଆସିଛି । ଆଧୁନିକ ଯୁଗରେ ମଧ୍ୟ ଏହି ପ୍ରଥା ବଳବତ୍ତର ରହିଛି । ଐତିହାସିକ ସ୍ମାରକୀରୁ ଆରମ୍ଭ କରି ସାମ୍ପ୍ରତିକ ସଂରଚନାଗୁଡ଼ିକ ପର୍ଯ୍ୟନ୍ତ, ପଥର ଯୋଡ଼େଇ ଉଭୟ ସୌନ୍ଦର୍ଯ୍ୟଗତ ଏବଂ ଢାଞ୍ଚାଗତ ଲାଭ ଯୋଗାଇଥାଏ । ଏହି ବ୍ଲଗ୍ ରେ, ଆମେ ପଥର ଯୋଡ଼େଇ କ’ଣ ଏବଂ ପଥର ଯୋଡ଼େଇର ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବା ।

 

 


ପଥର ଯୋଡ଼େଇ କାମ କ’ଣ?

ପଥର ଯୋଡ଼େଇର ଅର୍ଥ ହେଉଛି ମୋର୍ଟାର୍ ସହିତ ପଥରଗୁଡ଼ିିକୁ ଯୋଡ଼ି ଢାଞ୍ଚାଗୁଡ଼ିକର ନିର୍ମାଣ କରିବାର କଳା । ଏହି ସ୍ଥାପତ୍ୟଗତ କୌଶଳ ଶତାବ୍ଦୀ ଶତାବ୍ଦୀ ଧରି ପ୍ରଚଳିତ ରହିଆସିଛି, ଯାହା ଆମକୁ କାଳଜୟୀ ତଥା ବଳିଷ୍ଠ ବିଲଡିଂ ଏବଂ ସ୍ମାରକୀ ଯୋଗାଇଛି । ପଥର ଯୋଡ଼େଇର ପ୍ରଥାରେ ବିଭିନ୍ନ ରୂପ ସଂଶ୍ଳିଷ୍ଟ ହୋଇଥାଏ ଏବଂ ପ୍ରତ୍ୟେକର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଏବଂ ପ୍ରୟୋଗ ରହିଥାଏ ।

 

ପଥର ଯୋଡ଼େଇ କାମର ବିଭିନ୍ନ ପ୍ରକାରଭେଦ

ବ୍ୟବହାର କରାଯାଉଥିବା ପଥରର ବିନ୍ୟାସ, ଆକାର ଏବଂ ଆକୃତି ଉପରେ ନିଭର୍ଭର କରି ପଥର ଯୋଡ଼େଇର ବିଭିନ୍ନ ପ୍ରକାରଭେଦ ରହିଛି, ଯେମିତିକି- ରବଲ୍ ମାସୋନ୍ରି, ଆଶଲାର୍ ମାସୋନ୍ରି ଏବଂ ସ୍କୋୟାର୍ଡ ଷ୍ଟୋନ୍ ମାସୋନ୍ରି ।


1. ରବଲ୍ ଷ୍ଟୋନ୍ ମାସୋନ୍ରି

ରବଲ୍ ମାସୋନ୍ରି (ବା ଛୋଟ ପଥର ଖଣ୍ଡଗୁଡ଼ିକର ଯୋଡ଼େଇ) ପଥର ଯୋଡ଼େଇର ସବୁଠାରୁ ସରଳ କିସମ ଅଟେ । ଏଠାରେ, ପଥରଗୁଡ଼ିକୁ ତାହାର ପ୍ରାକୃତିକ ରୂପରେ ଅର୍ଥାତ୍ ସେଗୁଡ଼ିକୁ କୌଣସି ଆକୃତି ଦିଆ ନ ଯାଇ କିମ୍ବା ବିଶୋଧନ କରା ନ ଯାଇ ବ୍ୟବହାର କରାଯାଇଥାଏ । ଏଭଳି ପଥରଗୁଡ଼ିକର ଆକାର ଓ ଆକୃତି ଅନିୟମିତ ହୋଇଥିବାରୁ ଏହି ଯୋଡ଼େଇରେ ଥିବା ଜଏଣ୍ଟଗୁଡ଼ିକୁ ଅଧିକ ଚଉଡ଼ା ହୋଇଥାଏ । ପଥର ଯୋଡ଼େଇର ଏହା ସବୁଠାରୁ ଅର୍ଥସାଶ୍ରୟୀ ବିକଳ୍ପ ଅଟେ, କାରଣ ଏଥିରେ ଅମାର୍ଜିତ ପଥରଗୁଡ଼ିକୁ ବ୍ୟବହାର କରାଯାଇଥାଏ ।

 

a) ଅନ୍-କୋର୍ସଡ୍ ରାଣ୍ଡମ୍ ରବଲ୍



ଅନ୍-କୋର୍ସଡ୍ ରାଣ୍ଡମ୍ ରବଲ୍ ମାସୋନ୍ରିର ଅର୍ଥ ହେଉଛି ଅତ୍ୟନ୍ତ ଅସମାନ ଆକାର ଓ ଆକୃତିର ପଥର ବ୍ୟବହାର କରି ଯୋଡ଼େଇ କାମ କରିବା । ଯେହେତୁ ପଥରଗୁଡ଼ିକର ଆକାର ଅତ୍ୟନ୍ତ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ଏକ ପ୍ରଶସ୍ତ ପୃଷ୍ଠ କ୍ଷେତ୍ରରେ ସମାନ ଚାପ ବିତରଣକୁ ସୁନିଶ୍ଚିତ କରିବା ପାଇଁ ସେଗୁଡ଼ିକୁ ଯତ୍ନର ସହିତ ଅବସ୍ଥାପିତ କରିବା ଜରୁରୀ ହୋଇଥାଏ । ଢାଞ୍ଚାକୁ ଅଧିକ ମଜବୁତ କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ କେତେକ ବଡ଼ ଆକାରର ପଥର ବ୍ୟବହାର କରାଯାଇଥାଏ । ଅନ୍-କୋର୍ସଡ୍ ରାଣ୍ଡମ ରବଲ୍ ବ୍ୟବହାର କାରଣରୁ ନିର୍ମିତ ହୋଇଥିବା ପ୍ରତ୍ୟେକ ସଂଚରନାର ରୂପାକୃତି ଭିନ୍ନ ଭିନ୍ନ ହୋଇଥାଏ ।

 

b) କୋର୍ସଡ୍ ରବଲ୍ ମାସୋନ୍ରି



ଏହା ଏକ ନିର୍ମାଣ ପଦ୍ଧତି ଅଟେ, ଯେଉଁଠି ପଥରଗୁଡ଼ିକୁ ସ୍ତର ବା ‘କୋର୍ସ’ରେ ବ୍ୟବହର କରାଯାଏ । ପଥରଗୁଡ଼ିକ ଖଦଡ଼ା ହୋଇଥାଏ, ଉପଯୁକ୍ତ ଆକାରର ହୋଇ ନ ଥାଏ, କିନ୍ତୁ ସେଗୁଡ଼ିକୁ ଏପରି ଭାବେ ସଜାଯାଇଥାଏ ଯେ ପ୍ରତ୍ୟେକ ସ୍ତର ସଳଖ ଏବଂ ସମତଳ ହୋଇଥାଏ । ଏକ ମଜବୁତ ଫାଉଣ୍ଡେସନ୍ ଆବଶ୍ୟକ କରୁଥିବା ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ପ୍ରାଥମିକ ଭାବେ ଏ ପ୍ରକାର ଯୋଡ଼େଇ କାମକୁ ବ୍ୟବହାର କରାଯାଇଥାଏ ।

 

c) ପଲିଗନାଲ୍ ରବଲ୍ ମାସୋନ୍ରି



ଏହାର ନାମ ସୂଚାଉଥିବା ଭଳି, ଏଠାରେ ବ୍ୟବହୃତ ହେଉଥିବା ପଥରଗୁଡ଼ିକ ବର୍ଗାକାର କିମ୍ବା ଆୟତାକାର ନୁହେଁ ବରଂ ପଲିଗନ୍ ଭଳି ଏକାଧିକ ପାର୍ଶ୍ୱବିଶିଷ୍ଟ ହୋଇଥାଏ । ସେଗୁଡ଼ିକର ଆକାର ଓ ଆକୃତି ସମାନ ହୋଇ ନ ଥାଏ, କିନ୍ତୁ ସେଗୁଡ଼ିକର ଏକାଧିକ ପାର୍ଶ୍ୱଗୁଡ଼ିକ ଢାଞ୍ଚା ଉପରେ ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସୃଷ୍ଟି କରିଥାଏ, ଯାହା ଦେଖିବାକୁ ସୁନ୍ଦର ଓ ନିଆର ହୋଇଥାଏ ।

 

d) ଫ୍ଲିଣ୍ଟ୍ ରବଲ୍ ମାସୋନ୍ରି



ଏହି ପଦ୍ଧତିରେ, ଫ୍ଲିଣ୍ଟ ବା ଝକମକି ପଥର ନାମକ ଏକ ପଥର ବ୍ୟବହୃତ ହୋଇଥାଏ, ଯାହା ଅତ୍ୟନ୍ତ କଠିନ ଏବଂ ଦୀର୍ଘସ୍ଥାୟୀ ପଥର ଅଟେ । ଏହି ପଥର ନିଜର ଶକ୍ତି ପାଇଁ ଜଣାଶୁଣା ଅଟେ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥାଏ । ଫ୍ଲିଣ୍ଟ ରବଲ୍ ମାସୋନ୍ରି ସାଧାରଣତଃ ଏପରି ପଥର ବହୁଳ ଭାବେ ମିଳୁଥିବା ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଥାଏ ।

 

2. ଆଶଲାର୍ ମାସୋନ୍ରି



ଆଶଲାର୍ ମାସୋନ୍ରିରେ ପରିଷ୍କୃତ ଏବଂ ଯଥାଯଥ ଭାବେ କଟାଯାଇଥିବା ପଥର ବ୍ୟବହାର କରାଯାଏ । ଏହା ଏକ ପଲିଶ୍‌‌‌‌ଡ ଏବଂ ଭବ୍ୟ ଫିନିଶ୍ ଯୋଗାଇଥାଏ ଯାହା ଦେଖିବାକୁ ଭାରି ସୁନ୍ଦର ଲାଗିଥାଏ । କିନ୍ତୁ, ଯେହେତୁ ପଥରଗୁଡ଼ିକୁ କାଟିବା ଓ ଡ୍ରେସିଂ କରିବା ପାଇଁ ପରିଶ୍ରମ ଆବଶ୍ୟକ ହେଉଥିବାରୁ, ଏ ପ୍ରକାର ପଥର ଯୋଡ଼େଇ କାମ ରବଲ୍ ମାସୋନ୍ରି ତୁଳନାରେ ଅଧିକ ମହଙ୍ଗା ହୋଇଥାଏ । କେତେକ ଶ୍ରେଣୀଗୁଡ଼ିକ ହେଲା:

 

a) ଆଶଲାର୍ ଫାଇନ୍ ମାସୋନ୍ରି



ଏ ପ୍ରକାର ପଥର ଯୋଡ଼େଇ କାମରେ ଅତି ସାବଧାନତାର ସହିତ ପଥର କାମ କରାଯାଇଥାଏ ଏବଂ ପ୍ରତ୍ୟେକ ପଥରର ମୁହଁକୁ ସମ୍ପୂର୍ଣ୍ଣ ରୂପେ ସମରୂପୀ ଓ ସମତଳ କରାଯାଇଥାଏ, ଯାହାଦ୍ୱାରା ଏକ ମସୃଣ, ସଳଖ ଫିନିଶ୍ ପ୍ରାପ୍ତ ହୋଇଥାଏ ।  ଏହି କିସମର ପଥର ଯୋଡ଼େଇ କାମ ତାହାର ପ୍ରାୟ-ଯୋଡ଼େଇରେଖା ବିହୀନ ରୂପର ବୈଶିଷ୍ଟ୍ୟ ଯୋଗୁଁ ସୁପରିଚିତ, ଯେଉଁଠି ମୋର୍ଟାର୍ ରେଖାଗୁଡ଼ିକ ଅତ୍ୟନ୍ତ ସରୁ ଓ ପ୍ରାୟତଃ ଦୃଶ୍ୟମାନ ହୋଇ ନ ଥାଏ । ସାଧାରଣତଃ, ଏହାଦ୍ୱାରା ଢାଞ୍ଚାଗୁଡ଼ିକୁ ଅଧିକ ମାର୍ଜିତ ଓ ପଲିଶ୍ଡ ରୂପ ମିଳିଥାଏ ।

 

b) ଆଶଲାର୍ ରଫ୍ ମାସୋନ୍ରି



ଫାଇନ୍ ମାସୋନ୍ରି ବିପରୀତ, ଆଶଲାର୍ ରଫ୍ ମାସୋନ୍ରିରେ ପଥର ପୃଷ୍ଠଭାଗରେ ତାହାର ପ୍ରାକୃତିକ ବିନ୍ୟାସ ଏବଂ ସୂକ୍ଷ୍ମତା ବଜାୟ ରଖାଯାଇଥାଏ। ହେଲେ, ପଥରଗୁଡ଼ିକର ବର୍ଗାକାର କିମ୍ବା ଆୟତାକାର ଆକାରକୁ ବଜାୟ ରଖାଯାଏ । ଏହାଦ୍ୱାରା ଖଦଡ଼ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ବର୍ଗାକାର କୋଣଗୁଡ଼ିକର ନିଆରା ସମ୍ମିଶ୍ରଣ ମିଳିଥାଏ । ଏଭଳି ପଥର ଯୋଗୁଁ ଢାଞ୍ଚାଗୁଡ଼ିକରେ ଗ୍ରାମୀଣ ରୂପ ସମେତ ବ୍ୟବସ୍ଥିତ ରୂପ ପ୍ରାପ୍ତ ହୋଇଥାଏ ।

 

c) ରକ୍ ଏବଂ କ୍ୱାରୀ ଫେସଡ୍



ଏ ପ୍ରକାର ମାସୋନ୍ରି କୌଶଳ ଆଶଲାର ମାସୋନ୍ରିର ଏକ ଉପ-ବର୍ଗ ଅଟେ । ପଥରଗୁଡ଼ିକର ଧାରଗୁଡ଼ିକୁ ପରିଷ୍କାର ଭାବେ କଟାଯାଇଥାଏ ଏବଂ ସେଗୁଡ଼ିକର ବାହ୍ୟ ପୃଷ୍ଠଭାଗକୁ ପଥରଖଣିରୁ ଯେପରି ଆସିଥିଲା ସେହିଭଳି ପ୍ରାକୃତିକ ଭାବେ ଛାଡ଼ିଦିଆଯାଇଥାଏ । ତେଣୁ, ଏପରି ମାସୋନ୍ରିକୁ ‘ରକ୍-ଫେସଡ୍’ ବା ‘କ୍ୱାରୀ-ଫେସଡ୍’ କୁହାଯାଏ । ଏହି କୌଶଳ ପଥରର ପୃଷ୍ଠଭାଗରେ ତାହାର ପ୍ରାକୃତିକ ରୂପକୁ ଅକ୍ଷୂର୍ଣ୍ଣ ରଖିଥାଏ; ଯଥାଯଥ ଭାବେ କଟା ଯାଇଥିବା ଧାର ଏବଂ ପୃଷ୍ଠଭାଗର ପ୍ରାକୃତିକ ରୂପ ମଧ୍ୟରେ ଥିବା ପ୍ରଭେଦ ଢାଞ୍ଚାକୁ ଏକ ମନୋରମ ରୂପ ପ୍ରଦାନ କରିଥାଏ ।

 

d) କୋର୍ସ ମାସୋନ୍ରିରେ ଆଶଲାର୍ ବ୍ଲକ୍



କୋର୍ସ ମାସୋନ୍ରିରେ ଆଶଲାର୍ ବ୍ଲକ୍ ପଦ୍ଧତିରେ ଉଭୟ ଆଶଲାର୍ ଏବଂ ରବଲ୍ ମାସୋନ୍ରିର ସିଦ୍ଧାନ୍ତକୁ କାମରେ ଲଗାଯାଇଥାଏ । କାନ୍ଥର ସମ୍ମୁଖ ଭାଗ ପଥର ପୃଷ୍ଠଭାଗରେ ଖଦଡ଼ କିମ୍ବା ହାତୁଡ଼ିରେ ଭଙ୍ଗାଯାଇଥିବା ପ୍ୟାଟର୍ଣ୍ଣ ପ୍ରଦର୍ଶିତ ହେଉଥିବାବେଳେ, ପଛପଟ କାନ୍ଥକୁ ରବଲ୍ ମାସୋନ୍ରି ବ୍ୟବହାର କରି ତିଆରି କରାଯାଏ । ଏହା ଏକ ଆକର୍ଷଣୀୟ ବୈଷମ୍ୟ ସୃଷ୍ଟି କରିଥାଏ, କାରଣ ପଛ ପାର୍ଶ୍ୱର ରବଲ୍-ପଥରର ଅନିୟମିତତା ସମ୍ମୁଖ ଭାଗର ବ୍ୟବସ୍ଥିତ ପୃଷ୍ଠ ଦ୍ୱାରା ସନ୍ତୁଳିତ ହୋଇଯାଏ ।

 

e) ଆଶଲାର୍ ଚାମ୍ଫେର୍ଡ ମାସୋନ୍ରି

ଯୋଡ଼େଇର ଏହି ଶୈଳୀରେ ଆଶଲାର୍ ମାସୋନ୍ରିର ଚିରାଚରିତ ସିଦ୍ଧାନ୍ତକୁ ଅନୁସରଣ କରାଯାଏ, ଯେଉଁଠି ପଥର ବ୍ଲକ୍ ଗୁଡ଼ିକୁ ଯଥାଯଥ ଆକୃତିରେ କଟାଯାଇଥାଏ । ହେଲେ, ଏ ଧରଣରର ପଥର ଯୋଡ଼େଇରେ ପଥରର ଧାରଗୁଡ଼ିକୁ ଦାଢ଼ୁଆ ଏବଂ ସଳଖ କରାଯିବା ପରିବର୍ତ୍ତେ ସେଗୁଡ଼ିକୁ ବେଭେଲ୍ଡ ବା ଚାମ୍ଫର୍ଡ ବା ଖାଲୁଆ କରାଯାଇଥାଏ । ଏହାର ଅର୍ଥ ଧାରଗୁଡ଼ିକୁ ଏପରି ଏକ କୋଣରେ କଟାଯାଇଥାଏ ଯାହା ଧାରଗୁଡ଼ିକୁ ଗଡ଼ାଣିଆ ରୂପ ଦେଇଥାଏ । ଏହାଦ୍ୱାରା ଢାଞ୍ଚାର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ସ୍ଥାପତ୍ୟଗତ ସ୍ଥାୟିତ୍ୱ ମଧ୍ୟ ଉନ୍ନତ ହୁଏ, କାରଣ ଏପରି ଚାମ୍ଫର୍ଡ ଧାରଗୁଡ଼ିକ ସମୟକ୍ରମେ ବାହ୍ୟ ଉପାଦାନରୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ହ୍ରାସିତ ହୋଇଯାଇଥାଏ ।

 

3. ସ୍କୋୟାର୍ ରବଲ୍ ମାସୋନ୍ରି

ସ୍କୋୟାର୍ଡ ଷ୍ଟୋନ୍ ମାସୋନ୍ରିରେ ପଥରଗୁଡ଼ିକର କୋଣଗୁଡ଼ିକୁ ବର୍ଗାକାର ଏବଂ ସମତଳ ଭାବେ କଟାଯିବା ସୁନିଶ୍ଚିତ କରାଯାଇଥାଏ । ଏହା ପଥରଗୁଡ଼ିକୁ ଅବିକଳ ଏବଂ ସଫାସୁତରା ରୂପ ଦେଇଥାଏ । ଏହାର ଦୁଇଟି ପ୍ରକାରଭେଦ ରହିଛି:

 

a) ଅନ୍-କୋର୍ସଡ୍ ସ୍କୋୟାର୍ ରବଲ୍ ମାସୋନ୍ରି

ଏ ପ୍ରକାର ପଥର ଯୋଡ଼େଇରେ କଟାଯାଇ ନ ଥିବା କିମ୍ବା ଖଦଡ଼ ଭାବେ କଟାଯାଇଥିବା ବିଭିନ୍ନ ଆକାରର ପଥର ବ୍ୟବହାର ହୋଇଥାଏ, ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣ କିମ୍ବା ଡିଜାଇନ୍ ନ ଥାଏ । ପଥରଗୁଡ଼ିକ ଯେମତି ଆସେ ସେଗୁଡ଼ିକୁ ସେମିତି ଗଦା କରି ରଖାଯାଏ, ଯାହାଫଳରେ ଏକ ଅଣ-ୟୁନିଫର୍ମ, ରାଣ୍ଡମ୍ ରୂପ ପ୍ରାପ୍ତ ହୋଇଥାଏ । ପଥରଗୁଡ଼ିକ ମଧ୍ୟରେ ଥିବା ଫାଙ୍କଗୁଡ଼ିକୁ ଛୋଟ ପଥର କିମ୍ବା ମୋର୍ଟାର୍ ସାହାଯ୍ୟରେ ଭରାଯାଇଥାଏ । ପଥର ଯୋଡ଼େଇର ଏହି ରୂପ ସାଧାରଣତଃ ଅଧିକ ଅର୍ଥସାଶ୍ରୟୀ ହୋଇଥାଏ, କାରଣ ଏଥିରେ କମ୍ ଶ୍ରମ ଆବଶ୍ୟକ ହୁଏ । କିନ୍ତୁ, ତାହା ଏତେ ସୌନ୍ଦର୍ଯ୍ୟବୋଧକ ହୋଇ ନ ଥାଏ ।

 

b) କୋର୍ସଡ୍ ରବଲ୍ ମାସୋନ୍ରି

ଅନ୍ୟ ପକ୍ଷରେ, କୋର୍ସଡ୍ ରବଲ୍ ମାସୋନ୍ରିରେ ପଥରଗୁଡ଼ିକୁ ନିର୍ଦ୍ଦିଷ୍ଟ ଭୂସମାନ୍ତର ସ୍ତର ବା କୋର୍ସରେ ସଜା ଯାଇଥାଏ । ଯଦିଓ ବ୍ୟବହାର କରାଯାଉଥିବା ପଥରଗୁଡ଼ିକ ଖଦଡ଼ ବା ଆବଡ଼ା ଖାବଡ଼ା ଓ ଅନିୟମିତ ହୋଇପାରେ, ତଥାପି ସେଗୁଡ଼ିକୁ ଏପରି ଉପାୟରେ ଖଞ୍ଜାଯାଇଥାଏ ଯାହା ଦ୍ୱାରା ସମଗ୍ର ଢାଞ୍ଚାରେ ସୁସଙ୍ଗତ ଭୂସମାନ୍ତର ରେଖା ସୃଷ୍ଟି ହୋଇଥାଏ । ଚୂଡ଼ାନ୍ତ ଢାଞ୍ଚାଟିର ସୌନ୍ଦର୍ଯ୍ୟ ଅଧିକ ମହତ୍ତ୍ୱ ରଖୁଥିବା ସ୍ଥାନଗୁଡ଼ିକରେ ଏହି କୌଶଳକୁ ବ୍ୟବହାର କରାଯାଇଥାଏ । ଏହା ଉଭୟ ଗ୍ରାମୀଣ ରମଣୀୟତା ଏବଂ ସ୍ଥାପତ୍ୟଗତ ପରିଚ୍ଛନ୍ନତା ମଧ୍ୟରେ ସୁନ୍ଦର ସନ୍ତୁଳନ ପ୍ରଦାନ କରିଥାଏ ।



ଉପସଂହାରରେ ଏହା କୁହାଯାଇପାରିବ ଯେ, ଆଶଲାର୍ ରୁ ଆରମ୍ଭ କରି ରଷ୍ଟିକ୍ ରବଲ୍ ପର୍ଯ୍ୟନ୍ତ, ପଥର ଯୋଡ଼େଇର କୌଶଳଗୁଡ଼ିକ ବିଲଡିଂ ଏବଂ ଡିଜାଇନ୍ ପାଇଁ ବିବିଧ ବିକଳ୍ପ ଯୋଗାଇଥାଏ । ପ୍ରତ୍ୟେକର ନିଜସ୍ୱ ଲାଭ ଏବଂ ରୂପ ରହିଛି, ଯାହା ପଥର କାର୍ଯ୍ୟରେ ଉପଲବ୍ଧ ନମନୀୟତାର ନିଦର୍ଶନ ଅଟେ । ଏହି ଶୈଳୀଗୁଡ଼ିକ ଆମକୁ ଏହା ସ୍ମରଣ କରାଇଦେଇଥାଏ ଯେ, ଯଦିଓ ପଥର ଯୋଡ଼େଇର ପ୍ରୟୋଗ ଅନେକ, କିନ୍ତୁ ନିଖୁଣ ଚୂଡ଼ାନ୍ତ ଫିନିଶ୍ ପାଇବା ପାଇଁ ଏହି କଳା ଦକ୍ଷତା ଏବଂ ସୃଜନଶୀଳତା ଆବଶ୍ୟକ କରିଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....