ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ୱାଲ୍ ଟାଇଲିଂ ଓ ସ୍ଥାପନ ସମ୍ପର୍କରେ ଜାଣି ରଖିବାଯୋଗ୍ୟ କଥାଗୁଡ଼ିକ

ଏକ ଘରର ନବୀକରଣ କାର୍ଯ୍ୟ କିମ୍ବା ନୂଆ ଘର ନିର୍ମାଣ କାର୍ଯ୍ୟରେ ପ୍ରାୟତଃ ବାସ ପରିବେଶର ସୌନ୍ଦର୍ଯ୍ୟ, ସ୍ଥାୟିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରୁଥିବା ସହିତ ଜଡ଼ିତ ନିଷ୍ପତ୍ତିଗୁଡ଼ିକ ସଂଶ୍ଳିଷ୍ଟ ହୋଇଥାଏ । ନିଜ ଘରର କାନ୍ଥକୁ ରୂପାନ୍ତରିତ କରିବା ପାଇଁ ଟାଇଲ୍ ଗୁଡ଼ିକୁ ପସନ୍ଦ କରିବା ଏବଂ କାନ୍ଥରେ କିପରି ଠିକ୍ ଢଙ୍ଗରେ ଟାଇଲ୍ ଗୁଡ଼ିକୁ ଲଗାଯିବ ତାହା ଶିଖିବା ଦ୍ୱାରା ଆପଣଙ୍କ ବାସସ୍ଥାନର ସାମଗ୍ରିକ ରୂପରଙ୍ଗ ଅପେକ୍ଷାକୃତ ଭାବେ ପ୍ରଭାବିତ ହୋଇଥାଏ ।

Share:


ଇଣ୍ଟେରିୟର୍ସରେ ଗଭୀର ଆଗ୍ରହ ରଖୁଥିବା ଘରମାଲିକମାନଙ୍କ ପାଇଁ ୱାଲ୍ ଟାଇଲ୍ ସ୍ଥାପନା ଏକ ରୁଚିପୂର୍ଣ୍ଣ ବିଷୟ ହୋଇଥାଏ । ନିଜ ବାସଭବନରେ ୱାଲ୍ ଟାଇଲ୍ ର ସ୍ଥାପନା କେବଳ ଯେ ଆପଣଙ୍କ ଘରର ଶୋଭା ଶୋଭା ଓ ସୌନ୍ଦର୍ଯ୍ୟ ବୃଦ୍ଧି କରେ ତାହା ନୁହେଁ, ବରଂ ଡ୍ରାଏୱାଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ସେଗୁଡ଼ିକ ଅଧିକ ଦୀର୍ଘସ୍ଥାୟୀ ଏବଂ ବହୁ-ଉପଯୋଗୀ ସାମଗ୍ରୀ ଭାବେ କାମରେ ଲାଗିଥାଏ । ୱାଲ୍ ଟାଇଲ୍ ସ୍ଥାପନା ଆର୍ଦ୍ରତାକୁ ପ୍ରତିରୋଧ କରିପାରିବ ଏବଂ କାନ୍ଥ ନିର୍ମାଣ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ଅଧିକ ସହଜରେ ଓ ଅନାୟାସରେ ସ୍କ୍ରବିଂକୁ ସହ୍ୟ କରିପାରିବ । ଆପଣଙ୍କ ଘରର ଇଣ୍ଟେରିୟର୍ ନିର୍ମାଣର ସମଗ୍ର ପ୍ରକ୍ରିୟାରେ ଜଣେ ଏକ୍ସପର୍ଟ ଆପଣଙ୍କୁ ସହଯୋଗ କରୁଥିଲେ ମଧ୍ୟ, କାନ୍ଥଗୁଡ଼ିକରେ ଟାଇଲ୍ ସ୍ଥାପନ କେମତି ସ୍ଥାପନ କରାଯାଏ ତାହା ଆପଣ ଜାଣିରଖିବା ନିହାତି ଜରୁରୀ ଅଟେ । ଏହାଦ୍ୱାରା ଆପଣ ନିଜ ବାସସ୍ଥାନ ପାଇଁ ୱାଲ୍ ଟାଇନ୍ ସ୍ଥାପନର ଏକ ସ୍ମୁଦ୍, ଫଳପ୍ରଦ ପ୍ରକ୍ରିୟାକୁ ସୁନିଶ୍ଚିତ କରିପାରିବେ ।

 

 



  • ୱାଲ୍ ଟାଇଲ୍ ଲଗାଇବା ଦ୍ୱାରା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ତାହାର କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିଯାଇଥାଏ ।
 
  • ସିମେଣ୍ଟ, ବାଲି ଏବଂ ଟାଇଲ୍ ଆଢେସିଭ୍ ରୁ ଆରମ୍ଭ କରି ସୁରକ୍ଷାମୂଳକ ଗ୍ଲୋଭ୍, ଉପଯୁକ୍ତ ସାଧନ ଏବଂ ଇପକ୍ସି ଗ୍ରାଉଟ୍, ସଠିକ୍ ସାମଗ୍ରୀ ଏକ ବାଧାହୀନ ସ୍ଥାପନା ପ୍ରକ୍ରିୟାକୁ ସୁନିଶ୍ଚିତ କରିଥାଏ ।
 
  • ଟାଇଲିଂ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଟାଇଲିଂ ପାଇଁ କାନ୍ଥକୁ ପ୍ରସ୍ତୁତ କରିବା, ଦୋଷତ୍ରୁଟିକୁ ଯାଞ୍ଚ କରିବା, ଉପଯୁକ୍ତ ତାପମାତ୍ରା ବଜାୟ ରଖିବା ଏବଂ ଲେଆଉଟ୍ ର ଯୋଜନା କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।
 
  • ମୋର୍ଟାର୍ ମିଶ୍ରଣ କରିବା ଏବଂ ପ୍ରୟୋଗ କରିବାଠାରୁ ଆରମ୍ଭ କରି ଟାଇଲ୍ ଲଗାଇବା ଏବଂ ଗ୍ରାଉଟିଂ କରିବା ପର୍ଯ୍ୟନ୍ତ, ସଫଳ ଟାଇଲ୍ ସ୍ଥାପନା ପାଇଁ ପ୍ରତ୍ୟେକ ସୋପାନ ବିନିର୍ଦ୍ଦିଷ୍ଟ କୌଶଳ ଆବଶ୍ୟକ କରିଥାଏ ।
 
  • ଟାଇଲ୍ ସ୍ଥାପନ ସମୟରେ ସମରୂପୀ ରେଖାକୁ ସୁନିଶ୍ଚିତ କରିବା, ହାଲୁକା ଚାପ ବଜାୟ ରଖିବା ଏବଂ ନିଖୁଣ ଏଲାଇନମେଣ୍ଟ ଏକ ଦୋଷତ୍ରୁଟିହୀନ ୱାଲ୍ ଫର୍ମାଟ୍ କୁ ସୁନିଶ୍ଚିତ କରିଥାଏ ।

ୱାଲ୍ ଟାଇଲ୍ ସ୍ଥାପନ ପାଇଁ ଆବଶ୍ୟକୀୟ ସାମଗ୍ରୀ



କାନ୍ଥରେ ୱାଲ୍ ଟାଇଲ୍ କେମିତି ସ୍ଥାପନ କରାଯିବ ତାହା ଶିଖିବା ସମୟରେ, ଆପଣ ଟାଇଲିଂ ଲାଗି କାନ୍ଥକୁ ପ୍ରସ୍ତୁତ କରିବା ତଥା ନିଜ ବାସଭବନରେ ଏକ ଶୋଭନୀୟ ତଥା ଦୀର୍ଘସ୍ଥାୟୀ ୱାଲ୍ ସ୍ପେଶ୍ ତିଆରି କରିବା ଲାଗି ନିମ୍ନଲିଖିତ ସାମଗ୍ରୀ ଆବଶ୍ୟକ କରିବେ ।

 

1. ସିମେଣ୍ଟ

ସିମେଣ୍ଟକୁ ଏକ ଶୁଷ୍କ ସ୍ଥାନରେ ରଖିବାକୁ ଭୁଲନ୍ତୁ ନାହିଁ; ମୋର୍ଟାର୍ ତିଆରି ପାଇଁ ଆପଣ ଏହି ସାମଗ୍ରୀ ଆବଶ୍ୟକ କରିବେ ।

 

2. ବାଲି

ସିମେଣ୍ଟ ଓ ପାଣି ସହିତ ମିଶାଇ ମୋର୍ଟାର୍ ପ୍ରସ୍ତୁତ କରିବା ପାଇଁ ଆପଣ ଏହି ସାମଗ୍ରୀ ଆବଶ୍ୟକ କରିବେ ।

 

3. ଟାଇଲ୍ ଆଢେସିଭ୍

ନିଜର ୱାଲ୍ ଟାଇଲ୍ ଫିଟିଂ ପାଇଁ ଆପଣ ବଜାରରେ ଉପଲବ୍ଧ ହେଉଥିବା ରେଡି-ମେଡ୍ ଟାଇଲ୍ ଆଢେସିଭ୍ ବ୍ୟବହାର କରିପାରିବେ ।

 

4. ଟାଇଲ୍

ଆପଣ ଘରର ଯେଉଁ ସ୍ଥାନରେ ଟାଇଲ୍ ଲଗାଇବାକୁ ଚାହୁଁଛନ୍ତି ସେହି ଜାଗାର ସୌନ୍ଦର୍ଯ୍ୟ ସହିତ ଖାପ ଖାଉଥିବା ସର୍ବୋତ୍ତମ କ୍ୱାଲିଟିର ଟାଇଲ୍ ଚୟନ କରନ୍ତୁ ।

 

5. ହାତ ଗ୍ଲୋଭ୍

ସୁରକ୍ଷାମୂଳକ ହାତ ଗ୍ଲୋଭ୍ସ ପିନ୍ଧିବା ଦ୍ୱାରା ଆପଣ ସିମେଣ୍ଟଜନିତ ଜ୍ୱାଳା ଏବଂ ୱାଲ୍ ଟାଇଲ୍ ସ୍ଥାପନ ଲାଗି ବ୍ୟବହୃତ ଆଢେସିଭ୍ ସୃଷ୍ଟି କରୁଥିବା କୁଣ୍ଡିଆରୁ ସୁରକ୍ଷିତ ରହିପାରିବେ ।

 

6. ଇପକ୍ସି ଗ୍ରାଉଟ୍

ଟାଇଲ୍ ଗୁଡ଼ିକ ମଧ୍ୟରେ ରହିଥିବା ଫାଙ୍କଗୁଡ଼ିକୁ ଭରିବା ପାଇଁ ଏକ ଟଚ୍ ସିଲ୍ ତିଆରି କରିବା ପାଇଁ ୱାଲ୍ ଟାଇଲିଂରେ ଏହି ସାମଗ୍ରୀ ଆବଶ୍ୟକ ହୋଇଥାଏ ।

 

7. ଗ୍ରାଉଟ୍ ଫ୍ଲୋଟ୍

ୱାଲ୍ ଟାଇଲ୍ ଲଗାଇବା ପାଇଁ ଇପକ୍ସି ଗ୍ରାଉଟ୍ ର ସ୍ମୁଦ୍ ପ୍ରୟୋଗ ପାଇଁ ଏହି ସାଧନ ଆବଶ୍ୟକ ହୋଇଥାଏ ।

 

8. ସ୍ପଞ୍ଜ

ନୂଆକରି ସମ୍ପୂର୍ଣ୍ଣ ହୋଇଥିବା ୱାଲ୍ ଟାଇଲ୍ ଉପରୁ ଅତିରିକ୍ତ ଗ୍ରାଉଟ୍ କୁ ସଫା କରିବା ପାଇଁ ଏକ ସଫା, ଓଦା ସ୍ପଞ୍ଜ ଆବଶ୍ୟକ ହେବ ।

 

9. ମାପଫିତା

କାନ୍ଥରେ ଟାଇଲ୍ ଲଗାଇବା ପାଇଁ ପୂର୍ବରୁ ସଞ୍ଚାଳିତ ହୋଇଥିବା କ୍ଷେତ୍ରର ମାପ ଅନୁଯାୟୀ ହିସାବ କରାଯାଇଥିବା ସଠିକ୍ ପରିମାଣର ସାମଗ୍ରୀ ଆପଣ ବ୍ୟବହାର କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଏହି ସାଧନ ଆବଶ୍ୟକ ହୋଇଥାଏ ।

 

10. ଡାଇମଣ୍ଡ କଟର୍

ନିଜର ଆବଶ୍ୟକତା ଅନୁଯାୟୀ ଟାଇଲ୍ ଗୁଡ଼ିକୁ କାଟିବା ପାଇଁ ଏହି ହତିଆର ଆବଶ୍ୟକ ହୋଇଥାଏ ।

 

11. କାଠପଟା ବା ବାଟେନ୍ସ

ଟାଇଲ୍ ଗୁଡ଼ିକୁ ଭୂମିରୁ କିଛି ଇଞ୍ଚ ଉପରେ ରଖିବା ପାଇଁ ଆପଣ ଲମ୍ବା କାଠପଟା ବା ବାଟେନ୍ସ ଆବଶ୍ୟକ କରିବେ ।

 

12. କରଣି

ୱାଲ୍ ଟାଇଲ୍ ଲଗାଇବା ପାଇଁ ଆପଣ ତିଆରି କରିଥିବା ମୋର୍ଟାର୍ ମିଶ୍ରଣକୁ ଲଗାଇବା ପାଇଁ ଏହି ସରଞ୍ଜାମ ଆବଶ୍ୟକ ହୋଇଥାଏ ।

 

ୱାଲ୍ ଟାଇଲିଂର ସୋପାନ କ୍ରମିକ ପଦ୍ଧତି



ନିଜ ଘର ପାଇଁ ଏକ ସୁନ୍ଦର ତଥା ଦୀର୍ଘସ୍ଥାୟୀ ୱାଲ୍ ଟାଇଲ୍ ସ୍ଥାପନା ସୃଷ୍ଟି କରିବା ପାଇଁ ନିମ୍ନପ୍ରଦତ୍ତ ୱାଲ୍ ଟାଇଲ୍ ସ୍ଥାପନା ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ ।

 

1) ଟାଇଲିଂ ପାଇଁ କାନ୍ଥକୁ ପ୍ରସ୍ତୁତ କରିବା

 

1. କଂକ୍ରିଟ୍, କିଓର୍ଡ ମୋର୍ଟାର୍ ବେଡ୍, ଯୋଡ଼େଇ ତଥା ଟାଇଲ୍ ଲଗାଯିବା ପାଇଁ ଉଦ୍ଦିଷ୍ଟ ପ୍ଲାଏଉଡ୍ ପୃଷ୍ଠଭାଗଟି ସମତଳ, ଶୁଷ୍କ, ଢାଞ୍ଚାଗତ ଭାବେ ଉପଯୁକ୍ତ ଏବଂ ସମ୍ପୂର୍ଣ୍ଣ ସଫାସୁତରା ହୋଇଥିବା ଆବଶ୍ୟକ ।

 

2. ସମସ୍ତ ପ୍ରଦୂଷକ ଉପାଦାନକୁ ସାଣ୍ଡିଂ, ସ୍କ୍ରେପିଂ ଏବଂ ଚିପିଂ କରି କିମ୍ବା ‘ପ୍ରୋ-ଷ୍ଟ୍ରିପ୍ ସିଲର୍ ଏଣ୍ଡ ଆଢେସିଭ୍ ରିମୁଭର୍’ ବ୍ୟବହାର କରି ଦୂର କରାଯିବା ଜରୁରୀ ଅଟେ । କୌଣସି ଦୋଷତ୍ରୁଟି ଥିଲେ ତାହାକୁ ସୁଧାର କରାଯିବା ଆବଶ୍ୟକ ।

 

3. କାନ୍ଥର ଟାଇଲିଂ ପୃଷ୍ଠଭାଗରେ କୌଣସି ଶିଉଳି କିମ୍ବା କ୍ଷୟକ୍ଷତି ନାହିଁ ବୋଲି ଯାଞ୍ଚ କରିନିଅନ୍ତୁ । କାରଣ, କାନ୍ଥରେ ଫାଟ ଏହା ସୂଚାଇଥାଏ ଯେ କାନ୍ଥଟି ଦୁର୍ବଳ ଅଟେ ଓ ତାହାକୁ ବଦଳାଯିବା ଆବଶ୍ୟକ ।

 

4. କାନ୍ଥକୁ ଦବାଇ ଯାଞ୍ଚ କରିନିଅନ୍ତୁ ଯେ କାନ୍ଥରେ କୌଣସି କୋମଳତା ନାହିଁ, ବିଶେଷକରି ଷ୍ଟଡ୍ ସ୍ଥାନରେ । ଯଦି କୋମଳତା ଅନୁଭବ ହୁଏ, ତେବେ କାନ୍ଥଟି ମରାମତି ଆବଶ୍ୟକ କରିପାରେ।

 

5. ଯଦି ଆପଣ ଏକ ବୃହଦ୍ ପୃଷ୍ଠଭାଗରେ ଟାଇଲ୍ ଲଗାଇବାର ଯୋଜନା କରୁଛନ୍ତି ତେବେ ଟାଇଲ୍ ଗୁଡ଼ିକୁ ସିଧାସଳଖ ଡ୍ରାଏ ୱାଲ୍ ରେ ଲଗାଇବା ପରିବର୍ତ୍ତେ ବ୍ୟାକର୍ ଭାବେ ଏକ ଟାଇଲିଂ ବୋର୍ଡ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଟାଇଲିଂ ବୋର୍ଡ ଡ୍ରାଏୱାଲ୍ ତୁଳନାରେ ଅଧିକ ଜଳନିରୋଧୀ ହୋଇଥାଏ ଏବଂ ତାହା ଆପଣଙ୍କ ୱାଲ୍ ଟାଇଲ୍ ସ୍ଥାପନାକୁ ଫାଟିବା କିମ୍ବା ବଙ୍କିବାରୁ ପ୍ରତିରୋଧ କରିଥାଏ ।

 

2) ତାପମାତ୍ରା ଯାଞ୍ଚ

ଏହା ମନେରଖିବା ଜରୁରୀ ଯେ, କୋଠରୀ, ସମସ୍ତ ୱାଲ୍ ଟାଇଲିଂ ସାମଗ୍ରୀ ଏବଂ ଆଢେସିଭ୍ ଗୁଡ଼ିକୁ ୱାଲ୍ ଟାଇଲ୍ ସ୍ଥାପନ କରିବାର 24 ଘଣ୍ଟା ପୂର୍ବରୁ ଏବଂ 48 ଘଣ୍ଟା ପର ପର୍ଯ୍ୟନ୍ତ 10° ରୁ 21° ତାପମାତ୍ରା ମଧ୍ୟରେ ରଖିବାକୁ ହୋଇଥାଏ ।

 

3) ଲେଆଉଟ୍ ଯୋଜନା



  • ମାପଫିତା ଏବଂ ଚକ୍ ଖଡ଼ି ବ୍ୟବହାର କରି ୱାଲ୍ ଟାଇଲ୍ ସ୍ଥାପନା ପୃଷ୍ଠଭାଗର ମଧ୍ୟ-ରେଖା (ଉଭୟ ଭୂଲମ୍ବ ଏବଂ ଭୂସମାନ୍ତର)କୁ ଚିହ୍ନିତ କରନ୍ତୁ ।  ଏହାଦ୍ୱାରା ଆପଣ ୱାଲ୍ ଟାଇଲ୍ ଗୁଡ଼ିକୁ ସହଜରେ ସଳଖ ରଖିପାରିବେ ଏବଂ ପୃଷ୍ଠଭାଗକୁ ବିଭିନ୍ନ ଟାଇଲିଂ ବିଭାଗରେ ବାଣ୍ଟିପାରିବେ ।
 
  • ଆପଣ ଯେମିତି ଆଶା କରୁଛନ୍ତି ଟାଇଲ୍ ଗୁଡ଼ିକ ଲାଗିବା ପରେ ଯେପରି ଠିକ୍ ସେମିତି ଦେଖାଯିବ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଥମେ ୱାଲ୍ ଟାଇଲ୍ ଗୁଡ଼ିକୁ ଡ୍ରାଏ ଫିଟ୍ କରି ଦେଖିନିଅନ୍ତୁ ।
 
  • ଟାଇଲ୍ ର ରୂପକୁ ନେଇ ସନ୍ତୁଷ୍ଟ ହେଲା ପରେ, ପ୍ରାନ୍ତ ଓ କୋଣଗୁଡ଼ିକରେ ଟାଇଲ୍ ଗୁଡ଼ିକ କେମିତି ମିଶିବ ତାହାର ରଣନୀତି ପ୍ରସ୍ତୁତ କରନ୍ତୁ ।
 
  • ସ୍ଥାପନା ପାଇଁ ଆପଣଙ୍କୁ ଟାଇଲ୍ ଆକାରକୁ ନେଇ ମଧ୍ୟ ଯୋଜନା ତିଆରି କରିବାକୁ ହେବ । ପ୍ରତ୍ୟେକ ଦାଡ଼ିରେ ଆପଣଙ୍କର ୱାଲ୍ ଟାଇଲିଂ କେତେ ପରିମାଣର ଜାଗା ଆବଶ୍ୟକ କରୁଛି ତାହା ମାପିବା ପରେ ଆପଣ କାନ୍ଥକୁ ବଡ଼ କିମ୍ବା ଛୋଟ ଆକାରର ଟାଇଲ୍ସ ସହିତ ଟାଇଲିଂ କରିବା ଆରମ୍ଭ କରିବେ ତାହା ନିର୍ଦ୍ଧାରଣ କରିବା ଆରମ୍ଭ କରନ୍ତୁ ।
 
  • ଶେଷରେ ସେହି ଅନୁଯାୟୀ ଟାଇଲ୍ ଗୁଡ଼ିକୁ କାଟିବା ଲାଗି ଡାଇମଣ୍ଡ କଟର୍ ବ୍ୟବହାର କରନ୍ତୁ ।

 

4) ଲେଭଲିଂ



1. ଅସ୍ଥାୟୀ କାଠ ବାଟେନ୍ ଯେପରି ସମତଳ ଅଛି ଏବଂ ଆପଣଙ୍କ ଟାଇଲ୍ ଧାଡ଼ିର ଠିକ୍ ଉପରେ ରହିଛି ତାହା ସୁନିଶ୍ଚିତ କରନ୍ତୁ ।

 

2. କାଠ ବାଟେନ୍ ଉପରେ ୱାଲ୍ ଟାଇଲିଂ କରିବାର କାର୍ଯ୍ୟ ସରିବା ପରେ, ଆପଣ ଅସ୍ଥାୟୀ ବାଟେନ୍ କୁ କାଢ଼ିପାରନ୍ତି ଏବଂ ତଳ ଧାଡ଼ିରେ ଟାଇଲ୍ ଲଗାଇବା ଆରମ୍ଭ କରିପାରନ୍ତି ।

 

5) ମିଶ୍ରଣ

ଟାଇଲ୍ ଫିଟିଂ ପାଇଁ ଆପଣ ମୋର୍ଟାର୍ ର ଏକ ପତଳା ସେଟ୍ ଆବଶ୍ୟକ କରିବେ । ମୋର୍ଟାର୍ ପ୍ରସ୍ତୁତ କରିବା ସମୟରେ, ନିର୍ମାତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବା ଯଦିଓ ପରାମର୍ଶଯୋଗ୍ୟ, ତଥାପି ଆପଣ ଏକ ସାଧାରଣ ମାନକ ନିୟମକୁ ମଧ୍ୟ ଅନୁସରଣ କରିପାରିବେ - ଗୁଣ୍ଡ ଉପାଦାନ (ସିମେଣ୍ଟ ଓ ବାଲି)କୁ ଏକ ବାଲଟିରେ ପକାଇ ମିଶାନ୍ତୁ ଓ ତା’ପରେ ଧୀରେ ଧୀରେ ପାଣି ମିଶାନ୍ତୁ ଓ ସମାନ ସମୟରେ ଫେଣ୍ଟିବା ଜାରି ରଖନ୍ତୁ । ମନେରଖନ୍ତୁ, ଉପଯୁକ୍ତ ୱାଲ୍ ଟାଇଲ୍ ଫିଟିଂ ପାଇଁ ମୋର୍ଟାରର ଗାଢ଼ାପଣ ପିନଟ୍-ବଟର୍ ଭଳି ହେବା ଉଚିିତ୍ । ପ୍ରଥମ ଥର ମିଶାଇବା ପରେ ଆପଣ ତାହାକୁ ‘‘ସ୍ଲେକ୍’’ ହେବା ପାଇଁ ଛାଡ଼ିପାରନ୍ତି, ଅର୍ଥାତ୍ ତାହାକୁ ପୁଣିଥରେ ଫେଣ୍ଟିବା ପୂର୍ବରୁ ଅତି କମରେ 10-15 ମିନିଟ୍ ସେମିତି ଛାଡ଼ିଦିଅନ୍ତୁ ।

 

6) ମୋର୍ଟାର୍ ପ୍ରୟୋଗ କରିବା



1. ପୃଷ୍ଠଭାଗ ସଂସ୍ପର୍ଶ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆପଣ କରଣିର ସମତଳ ପାର୍ଶ୍ୱକୁ ବ୍ୟବହାର କରି ମୋର୍ଟାର୍ ପ୍ରୟୋଗ କରିବା ଆରମ୍ଭ କରିପାରନ୍ତି ।

 

2. ଏହାପରେ, ଆପଣ କରଣିକୁ 45° କୋଣରେ ରଖି ଏକ ହୁଡ଼ା ପ୍ୟାଟର୍ଣ୍ଣରେ ମୋର୍ଟାରକୁ ସମାନ ରୂପେ ଖେଳାଇପାରନ୍ତି ।

 

3. ଏକ ସଳଖ ପ୍ୟାଟର୍ଣ୍ଣରେ ପୃଷ୍ଠଭାଗ ଉପରେ ଦୀର୍ଘ ସୁଇପିଂ ମୋଶନ୍ ସାହାଯ୍ୟରେ ମୋର୍ଟାର୍ ଲଗାଇବା ଜାରି ରଖନ୍ତୁ ।

 

7) ଟାଇଲ୍ ବିଛାଇବା



ସାମାନ୍ୟ ଟୁଇଷ୍ଟିଂ ମୋଶନ ସହିତ ୱାଲ୍ ଟାଇଲ୍ କୁ ମୋର୍ଟାରରେ ଚାପିଦିଅନ୍ତୁ ଏବଂ ୱାଲ୍ ଟାଇଲ୍ ଲଗାଇବାର ସମଗ୍ର ପ୍ରକ୍ରିୟାରେ ସମରୂପୀ ରେଖାକୁ ଯାଞ୍ଚ କରିବା ଜାରି ରଖନ୍ତୁ ।

 

ଟାଇଲ୍ ଲଗାଇବା ସମୟରେ, ପ୍ରୟୋଗ କରାଯାଉଥିବା ଚାପ ଏବଂ ଏଲାଇନମେଣ୍ଟ ହାଲୁକା ହେବା ଆବଶ୍ୟକ ।

 

8) ଗ୍ରାଉଟିଂ



 

1. 24 ଘଣ୍ଟା ପରେ, ଟାଇଲ୍ ଜଏଣ୍ଟଗୁଡ଼ିକରେ ଗ୍ରାଉଟ୍ ଲଗାନ୍ତୁ ଏବଂ ଟାଇଲ୍ ପୃଷ୍ଠଭାଗକୁ ସଫା ରଖନ୍ତୁ ।

 

2. ଗ୍ରାଉଟ୍ ଫ୍ଲୋଟ୍ କୁ 45° କୋଣରେ ରଖି ଇପକ୍ସି ଗ୍ରାଉଟ୍ କୁ ଖେଳାଇଦିଅନ୍ତୁ ଏବଂ ଫାଙ୍କ ମଧ୍ୟରେ ଗ୍ରାଉଟକୁ ଠେଲିବା ପାଇଁ ତୀର୍ଯ୍ୟକ୍ ସ୍ୱାଇପ୍ ବ୍ୟବହାର କରନ୍ତୁ ।

 

3. ଟାଇଲ୍ ଉପରୁ କୌଣସି ଅତିରିକ୍ତ ଗ୍ରାଉଟ୍ କୁ ହଟାଇବା ପାଇଁ ଗ୍ରାଉଟ୍ ଫ୍ଲୋଟ୍ ବ୍ୟବହାର କରନ୍ତୁ ଏବଂ ତାହାକୁ 20 ମିନିଟ୍ ପାଇଁ କିଓର୍ ହେବାକୁ ଦିଅନ୍ତୁ ।

 

4. ତାହାପରେ, ଏକ ସଫା, ଓଦା ସ୍ପଞ୍ଜ ବ୍ୟବହାର କରି ଟାଇଲ୍ ରୁ ଅବଶିଷ୍ଟ ଅତିରିକ୍ତ ଗ୍ରାଉଟ୍ କୁ ପୋଛିଦିଅନ୍ତୁ ।

 

5. ଟାଇଲ୍ ଗୁଡ଼ିକୁ ଏକ ଗ୍ରାଉଟ୍ ସିଲର୍ ବ୍ୟବହାର କରି ସିଲ୍ କରନ୍ତୁ, ଯାହା ଫାଙ୍କଗୁଡ଼ିକରେ ଶିଉଳିର ବିକାଶକୁ ପ୍ରତିରୋଧ କରିବ ।




 

କାନ୍ଥରେ ଟାଇଲ୍ ଲଗାଇବାର ପଦ୍ଧତିକୁ ଆହୁରି ଭଲଭାବେ ବୁଝିବା ପାଇଁ ଆପଣ ଆମର ନିମ୍ନଲିଖିତ ଭିଡିଓ ଦେଖିପାରନ୍ତି – ୱାଲ୍ ଟାଇଲ୍ କେମିତି ସ୍ଥାପନ କରିବେ? ଆପଣଙ୍କ ୱାଲ୍ ଟାଇଲ୍ ସ୍ଥାପନା ପାଇଁ ସର୍ବୋତ୍ତମ କ୍ୱାଲିଟିର ଇପକ୍ସି ଗ୍ରାଉଟ୍ କ୍ରୟ କରିବାକୁ ଚାହୁଁଥିଲେ, ଦେଖନ୍ତୁ ଷ୍ଟାଇଲ୍ ଇପକ୍ସି ଗ୍ରାଉଟ୍, ଅଲ୍‌ଟ୍ରାଟେକ୍ ସିମେଣ୍ଟ ଦ୍ୱାରା ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....