ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଏକ ଚିରପୋଷଣକ୍ଷମ ଭବିଷ୍ୟତ ପାଇଁ ଗ୍ରୀନ୍ ହୋମ୍ ନିର୍ମାଣର ମହତ୍ତ୍ୱ

ଗ୍ରୀନ୍ ହୋମ୍ ନିର୍ମାଣର ତାତ୍ପର୍ଯ୍ୟ ହେଉଛି ପରିବେଶ ଅନୁକୂଳ ଏବଂ କାର୍ଯ୍ୟଦକ୍ଷ ଘର ତିଆରି କରିବା। ଏହି ମାର୍ଗ କିପରି ଭାବେ ଉଭୟ ପରିବେଶ ଓ ଆପଣଙ୍କର ନିତିଦିନିଆ ଜୀବନ ପାଇଁ ଲାଭଦାୟକ ଅଯେ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା।

Share:


ଗ୍ରୀନ୍ ହୋମ୍ ନିର୍ମାଣ କ’ଣ?

ଗ୍ରୀନ୍ ହୋମ୍ ନିର୍ମାଣ ବା ପରିବେଶ ଅନୁକୂଳ ଘର ନିର୍ମାଣର ଅର୍ଥ ହେଉଛି ଏପରି ଘର ତିଆରି କରିବା ଯାହା ପରିବେଶ ପାଇଁ ଭଲ ହୋଇଥିବ। ଘର ନିର୍ମାଣର ଏହା ଏକ ସ୍ମାର୍ଟ ଏବଂ ଭବିଷ୍ୟତ ଅଭିମୁଖୀ ଉପାୟ ଅଟେ। ଆମେ ବର୍ତ୍ତମାନ ଏପରି ସମୟରେ ବାସ କରୁଛି ଯେଉଁଠି ଆମ ପୃଥିବୀର ଯତ୍ନ ନେବା ଆଜିର ପ୍ରଥମ ପ୍ରାଧାନ୍ୟତା ଅଟେ, ତେଣୁ ସେ ଦୃଷ୍ଟିରୁ ଗ୍ରୀନ୍ ହୋମ୍ ଅନେକ ମହତ୍ତ୍ୱ ରଖିଥାଏ।

cdxc

ଏହି ପରିବେଶ ଅନୁକୂଳ ମାର୍ଗରେ ଘର ତିଆରିର ପ୍ରତ୍ୟେକ ସୋପାନ ଜଡ଼ିତ, ତାହାର ଡିଜାଇନ୍‌‌ରୁ ଆରମ୍ଭ କରି ନିର୍ମାଣ ସାମଗ୍ରୀ ଏବଂ ଘରର ଉପକରଣ ପର୍ଯ୍ୟନ୍ତ। ପରିବେଶ ଅନୁକୂଳ ଘର ନିର୍ମାଣର ମୁଖ୍ୟ ଲକ୍ଷ୍ୟ ହେଉଛି ଏପରି ଏକ ଘର ଯାହା ପାରମ୍ପରିକ ନିର୍ମାଣ ପଦ୍ଧତି ତୁଳନାରେ ପରିବେଶ ଉପରେ ନଗଣ୍ୟ ପ୍ରଭାବ ପକାଉଥିବ। ଘରଗୁଡ଼ିକୁ କାର୍ଯ୍ୟଦକ୍ଷ ଏବଂ ସମ୍ବଳର ସ୍ମାର୍ଟ ଉପଯୋଗରେ ସକ୍ଷମ ଭାବେ ଗଢ଼ିତୋଳିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ।

 


ଗ୍ରୀନ୍ ବିଲ୍‌‌ଡିଂର ଲାଭ



ଗ୍ରୀନ୍ ହାଉସ୍ ନିର୍ମାଣ ପଦ୍ଧତିରେ ଅନେକ ଲାଭ ରହିଛି। ଘର ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ଅର୍ଥାତ୍ ନିର୍ମାଣରୁ ନବୀକରଣ ପର୍ଯ୍ୟନ୍ତ, ସେଥିରେ ସମ୍ବନ୍ଧିତ ଗ୍ରୀନ୍ ହୋମ୍ ନିର୍ମାଣ ଅବଧାରଣାଗୁଡ଼ିକୁ ସାମିଲ କରାଯାଇପାରିବ। ହେଲେ, ଏପରି ନିର୍ମାଣର ସର୍ବାଧିକ ଲାଭ ସେତେବେଳେ ମିଳିପାରିବ ଯଦି ପ୍ରକଳ୍ପ ଆରମ୍ଭରୁ ହିଁ ଆର୍କିଟେକ୍ଟ ଏବଂ ଡିଜାଇନରମାନେ ଏପରି କାର୍ଯ୍ୟାଭ୍ୟାସକୁ ଆପଣାଇଥିବେ। ଘର ନିର୍ମାଣ ପ୍ରକଳ୍ପ ନିମନ୍ତେ ଗ୍ରୀନ୍ ବିଲ୍‌‌ଡିଂର କେତେକ ଲାଭଗୁଡ଼ିକ ହେଲା:

 

୧. ପରିବେଶୀୟ ଲାଭ

ଗ୍ରୀନ୍ ବିଲ୍‌‌ଡିଂର ସବୁଠାରୁ ଉଲ୍ଲେଖନୀୟ ଲାଭ ହେଉଛି ପରିବେଶ ଉପରେ ତାହାର ସକାରାତ୍ମକ ପ୍ରଭାବ। ପାଣିର ବ୍ୟବହାର ହ୍ରାସ କରିବା ଏବଂ ଜୀବାଶ୍ମ ଇନ୍ଧନ ଭଳି ଅଣ-ନବୀକରଣଯୋଗ୍ୟ ଶକ୍ତି ଉତ୍ସର ଉପଯୋଗକୁ ନ୍ୟୂନତମ କରି ଗ୍ରୀନ୍ ବିଲ୍‌ଡିଂ ଆମ ପରିବେଶ ଓ ପ୍ରାକୃତିକ ପରିପାର୍ଶ୍ୱକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ। ପରିବେଶ ଅନୁକୂଳ ଘର ନିର୍ମାଣ କେବଳ ଜଳର ଅପଚୟକୁ ହ୍ରାସ କରେ ତାହା ନୁହେଁ, ବରଂ ଏହା ଜଳ ସମ୍ପଦକୁ ବୃଦ୍ଧି କରିଥାଏ ଏବଂ ପ୍ରାକୃତିକ ସାମଗ୍ରୀର ସଂରକ୍ଷଣ କରିଥାଏ।

 

୨. ଟଙ୍କା ସଞ୍ଚୟ ଏବଂ ଆର୍ଥିକ ଲାଭ

ଗ୍ରୀନ୍ ହୋମ୍ ନିର୍ମାଣ ଏକ ସ୍ମାର୍ଟ ଆର୍ଥିକ ବିକଳ୍ପ ମଧ୍ୟ ଅଟେ। ଏଥିରେ ଅନେକ ଅର୍ଥ-ସଞ୍ଚୟକାରୀ ଲାଭ ରହିଥାଏ, ଯେପରିକି ଘରର ବାସିନ୍ଦାଙ୍କ ପାଇଁ କମ୍ ପରିଚାଳନାଗତ ଖର୍ଚ୍ଚ, ବର୍ଦ୍ଧିତ ଉତ୍ପାଦକତା ଏବଂ ହ୍ରାସିତ ଉପଯୋଗିତା ବିଲ୍। ଅଧିକନ୍ତୁ, ପରିଚାଳନାଗତ ଖର୍ଚ୍ଚରେ ସଞ୍ଚୟ କାରଣରୁ ଏହା ନିବେଶର ପ୍ରତିଫଳ ଏବଂ ଆର୍ଥିକ ଲାଭକୁ ବୃଦ୍ଧି ମଧ୍ୟ କରିଥାଏ। ଗ୍ରୀନ୍ ହୋମ୍ ଏବଂ ବିଲ୍‌‌ଡିଂଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହଜ ହୋଇଥାଏ, ଯାହାଫଳରେ ରକ୍ଷଣାବେକ୍ଷଣ ବାବଦୀୟ ଖର୍ଚ୍ଚ ମଧ୍ୟ କମିଯାଏ।

 

୩. ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ

ଆଜିର ଯୁଗର ଏକ ବଡ଼ ଆହ୍ୱାନ ହେଉଛି କମ୍ ଶକ୍ତିର ଉପଯୋଗ କରୁଥିବା ଏକ ବାସଯୋଗ୍ୟ ବିଲ୍‌‌ଡିଂ ନିର୍ମାଣ କରିବା। ପରିବେଶ ଅନୁକୂଳ ଘର ନିର୍ମାଣରୁ ଏହା ହାସଲ କରିବା ସମ୍ଭବ। ଉଦାହରଣସ୍ୱରୂପ, ଫଳପ୍ରଦ ଇନସୁଲେସନ୍ ବ୍ୟବହାର କଲେ ତାହା ଘର ଭିତର ତାପମାତ୍ରାକୁ ଆରାମଦାୟକ ରଖିଥାଏ। ସେହିଭଳି ଏପରି ଘର ସ୍ମାର୍ଟ ଶୀତତାପ ନିୟନ୍ତ୍ରଣ କରିବା ସହ ଘରକୁ ପ୍ରାକୃତିକ ଆଲୋକ, ଏପରିକି ସବୁଜ ଛାତର ସୁବିଧା ଦେଇ ଶକ୍ତି ସଞ୍ଚୟ କରିଥାଏ ଏବଂ ବିଲ୍‌‌ଡିଂକୁ ରହିବା କିମ୍ବା କାମ କରିବା ପାଇଁ ଅଧିକ ଆରାମଦାୟକ କରିଥାଏ।


ଗ୍ରୀନ୍ ହୋମ୍ ନିର୍ମାଣକୁ କାର୍ଯ୍ୟକାରୀ କିପରି କରିବେ?



ଗ୍ରୀନ୍ ହୋମ୍ ନିର୍ମାଣର ପ୍ରକ୍ରିୟାକୁ ରେଖାଙ୍କିତ କରୁଥିବା ଏକ ସୋପାନ-କ୍ରମିକ ମାର୍ଗଦର୍ଶିକା ଏଠାରେ ଦିଆଗଲା:

 

୧. ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ

ନିଜର ଗ୍ରୀନ୍ ହୋମ୍‌‌ରୁ ଆପଣ କ’ଣ ଚାହୁଁଛନ୍ତି ତାହା ସ୍ଥିର କରିନିିଅନ୍ତୁ। ଶକ୍ତି ସଞ୍ଚୟ କରିବା, ପରିବେଶ ଅନୁକୂଳ ହେବା ଏବଂ ନିଜର କାର୍ବନ ପଦଚିହ୍ନକୁ ହ୍ରାସ କରିବା କଥା ବିଚାରକୁ ନିଅନ୍ତୁ।

 

୨. ସଠିକ୍ ସ୍ଥାନ ଚୟନ କରନ୍ତୁ

ଏପରି ଏକ ଜାଗା ବାଛନ୍ତୁ ଯେଉଁଠି ଆପଣଙ୍କ ଘର ସୂର୍ଯ୍ୟକିରଣ ଏବଂ ପବନ ଭଳି ପ୍ରାକୃତିକ ଜିନିଷର ଉପଯୋଗ କରିପାରିବ। ଘରକୁ ଏପରି ଭାବେ ଗଢ଼ନ୍ତୁ ଯାହାଦ୍ୱାରା ଘରଟି ଖରାର ଉପଯୋଗ ଦ୍ୱାରା ଉଷୁମ ହେଉଥିବ ଏବଂ ପବନ ଯୋଗେ ଥଣ୍ଡା ହେଉଥିବ। ଏହାଦ୍ୱାରା ଘରର ହିଟିଂ ଏବଂ ଏୟାର କଣ୍ଡିସନିଂର ଆବଶ୍ୟକତା ବହୁ ମାତ୍ରାରେ କମିଯିବ।

 

୩. ଶକ୍ତି-ଦକ୍ଷ ଡିଜାଇନ୍

ନିଜ ଘରର ପରିବେଶ ଅନୁକୂଳ ବିଲ୍‌‌ଡିଂକୁ ସୁନିଶ୍ଚିତ କରିବା ପାଇଁ ଗ୍ରୀନ୍ ହୋମ୍ ନିର୍ମାଣ ସମ୍ପର୍କରେ ଜାଣିଥିବା ଆର୍କିଟେକ୍ଟ କିମ୍ବା ଡିଜାଇନର୍‌‌ଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ। ଭଲ ପ୍ରାକୃତିକ ଆଲୋକ ଏବଂ ପବନ ପାଉଥିବା ଘର ଡିଜାଇନ୍ କରିବାରେ ସେମାନେ ସାହାଯ୍ୟ କରିପାରିବେ। ଆହୁରି ମଧ୍ୟ, ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଘରଟି ଭଲଭାବେ ଇନସୁଲେଟେଡ୍ ଅଛି ଏବଂ ଶକ୍ତି ସଞ୍ଚୟ ପାଇଁ ଠିକ୍ ଜାଗାରେ ଝରକାଗୁଡ଼ିକ ଲାଗିଛି।

 

୪. ଚିରପୋଷଣକ୍ଷମ ସାମଗ୍ରୀ

ପୁନରୁଦ୍ଧାର ହୋଇଥିବା କାଠ, ରିସାଇକଲ୍ ହୋଇଥିବା ଇସ୍ପାତ ଏବଂ କମ୍ ଭିଓସି ଯୁକ୍ତ ରଙ୍ଗ ବ୍ୟବହାର କରନ୍ତୁ । ଏଗୁଡ଼ିକ ଆପଣ ତଥା ଆମ ପୃଥିବୀ ପାଇଁ ଭଲ।



୫. ଜଳ ସଂରକ୍ଷଣ

ଜଳ ସଞ୍ଚୟ କରିବା ପାଇଁ, ଧୀରେ ଧୀରେ ପାଣି ବାହାରୁଥିବା ନଳ, ଶାୱାରହେଡ୍ ଏବଂ ଶୌଚାଳୟ ଲଗାନ୍ତୁ। ବାହାରେ ବର୍ଷାଜଣ ସଂଗ୍ରହ କରନ୍ତୁ ଏବଂ ବାହ୍ୟ ସାଜସଜ୍ଜା ପାଇଁ କମ୍ ପାଣି ଆବଶ୍ୟକ କରୁଥିବା ମରୁଡ଼ି ନିରୋଧି ଗଛ ଲଗାନ୍ତୁ।

 

୬. ସ୍ମାର୍ଟ ହୋମ୍ ଟେକ୍ନୋଲୋଜି

ଆପଣଙ୍କ ଫୋନ୍‌‌ରୁ ହିଁ ଘରର ତାପ, ଥଣ୍ଡା, ଆଲୋକ ଏବଂ ସୁରକ୍ଷାକୁ ନିୟନ୍ତ୍ରଣ କରିହେଉଥିବା ସ୍ମାର୍ଟ ସିଷ୍ଟମ୍ ବ୍ୟବହାର କରନ୍ତୁ। ଏହା ସୁବିଧାଜନକ ହୋଇଥାଏ ଏବଂ ଶକ୍ତିକୁ ଅଧିକ ଦକ୍ଷ ଭାବେ ଉପଯୋଗ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ।

 

୭. ରିସାଇକଲ୍ କରନ୍ତୁ ଏବଂ ଆବର୍ଜନା କମାନ୍ତୁ

ନିର୍ମାଣ କରିବା ସମୟରେ ସାମଗ୍ରୀଗୁଡ଼ିକୁ ପୁନଃଚକ୍ରଣ କିମ୍ବା ପୁନଃବ୍ୟବହାର କରିବାର ଯୋଜନା କରନ୍ତୁ। ଏକ ପରିବେଶ ଅନୁକୂଳ ଘର ନିର୍ମାଣରେ, କମ୍ ବର୍ଜ୍ୟବସ୍ତୁର ଅର୍ଥ ସର୍ବଦା ପରିବେଶ ପାଇଁ ଉତ୍ତମ ହୋଇଥାଏ।

 

୮. ଶକ୍ତି-ଦକ୍ଷ ଆଲୋକ ବ୍ୟବସ୍ଥା

ଆଲୋକ ପାଇଁ ଏଲ୍ଇଡି କିମ୍ବା ସିଏଫ୍ଏଲ୍ ବଲ୍‌‌ବ ବ୍ୟବହାର କରନ୍ତୁ। ପୁରୁଣାକାଳିଆ ବଲ୍‌‌ବ ତୁଳନାରେ ତାହା କମ୍ ଶକ୍ତି ଉପଯୋଗ କରିଥାଏ ଏବଂ ଅଧିକ ଦିନ ଚାଲିଥାଏ।

 

୯. ପ୍ରମାଣନ

ଲିଡରଶିପ୍ ଇନ୍ ଏନର୍ଜି ଆଣ୍ଡ ଏନଭାଇରନମେଣ୍ଟ ଡିଜାଇନ୍ ସାର୍ଟିଫିକେଶନ୍ (ଏଲ୍ଇଇଡି) ଭଳି ଗ୍ରୀନ୍ ବିଲ୍‌‌ଡିଂ ପ୍ରମାଣ ପାଇବା ସମ୍ପର୍କରେ ଚିନ୍ତା କରନ୍ତୁ। ଏହା ଦର୍ଶାଇଥାଏ ଯେ ଆପଣଙ୍କ ଘରଟି ପରିବେଶ ଅନୁକୂଳ ଅଟେ ଏବଂ ଆପଣ ତାହାକୁ ବିକ୍ରି କରିବାକୁ ଚାହିଁଲେ ତାହା ଘରର ମୂଲ୍ୟ ବୃଦ୍ଧିରେ ସହାୟକ ହୋଇଥାଏ।


ବିଭିନ୍ନ ପ୍ରକାର ପରିବେଶ ଅନୁକୂଳ ଘର ସାମଗ୍ରୀ

 

 

ଚିରପୋଷଣକ୍ଷମ ଗୃହ ନିର୍ମାଣରେ ଚିରପୋଷଣକ୍ଷମ ଏବଂ ପରିବେଶ ପ୍ରତି ଦାୟିତ୍ୱସମ୍ପନ୍ନ ସାମଗ୍ରୀର ଉପଯୋଗ ହୋଇଥାଏ, ଯାହା ଆପଣଙ୍କର କାର୍ବନ୍ ପଦଚିହ୍ନକୁ କମ୍ କରିଥାଏ, ଶକ୍ତି ସଂରକ୍ଷଣ କରିଥାଏ ଏବଂ ଆବର୍ଜନାକୁ ହ୍ରାସ କରିଥାଏ। ନିମ୍ନଲିଖିତ ପରିବେଶ ଅନୁକୂଳ ଗୃହ ସାମଗ୍ରୀକୁ ଆପଣ ବିଚାରକୁ ନେଇପାରନ୍ତି:

 

୧. ରିସାଇକଲ୍ ଏବଂ ପୁନରୁଦ୍ଧାର ହୋଇଥିବା ସାମଗ୍ରୀ:



କ) ରିସାଇକ୍ଲଡ୍ ଗ୍ଲାସ୍: ଏକ ଷ୍ଟାଇଲିଶ୍ ଏବଂ ପରିବେଶ ଅନୁକୂଳ ରୂପ ପାଇଁ ରିସାଇକ୍ଲଡ୍ ଗ୍ଲାସ୍ କାଉଣ୍ଟରଟପ୍ କିମ୍ବା ଟାଇଲ୍ସ ବ୍ୟବହାର କରିବା କଥା ବିଚାରକୁ ନିଅନ୍ତୁ।

 

ଖ) ପୁନରୁଦ୍ଧାର ହୋଇଥିବା କାଠ: ମେଜିଆ, ବିମ୍ ଏବଂ ଫର୍ନିଚର୍ ପାଇଁ ପୁନରୁଦ୍ଧାର ହୋଇଥିବା କାଠ ବ୍ୟବହାର କରି ନିଜ ଘରକୁ ଏକ ନିଆରା ପରିଚୟ ଦିଅନ୍ତୁ।

 

ଗ) ପୁନରୁଦ୍ଧାର ହୋଇଥିବା ଇଟା ଓ ପଥର: ପୁନରୁଦ୍ଧାର ହୋଇଥିବା ଇଟା କିମ୍ବା ପଥର ବ୍ୟବହାର କରି ନିଜର ବାହ୍ୟ କାନ୍ଥଗୁଡ଼ିକୁ ଆକର୍ଷଣୀୟ ରୂପ ଦିଅନ୍ତୁ ଏବଂ ସମ୍ବଳର ଚାହିଦାକୁ ହ୍ରାସ କରନ୍ତୁ।


୨. ଚିରପୋଷଣଯୋଗ୍ୟ ଭାବେ ପ୍ରାପ୍ତ କାଠ:



କ) ଏଫ୍ଏସ୍‌‌ସି ପ୍ରମାଣିତ କାଠ: ଦାୟିତ୍ୱସମ୍ପନ୍ନ ଭାବେ କାଠ କିଣିବା ସୁନିଶ୍ଚିତ କରିବା ପାଇଁ ଫରେଷ୍ଟ ଷ୍ଟିୱାର୍ଡଶିପ୍ କାଉନସିଲ୍ (ଏଫ୍ଏସ୍‌‌ସି) ଦ୍ୱାରା ପ୍ରମାଣିତ କାଠ ଏବଂ ପ୍ଲାଏଉଡ୍ ବ୍ୟବହାର କରନ୍ତୁ।

 

ଖ) ବାଉଁଶ: ନିଜ ଘରର ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବାଉଁଶ ବ୍ୟବହାର କରନ୍ତୁ, ଏହା ଦ୍ରୁତ ଗତିରେ ନବୀକରଣଯୋଗ୍ୟ ସମ୍ପଦ ଅଟେ।


୩. ସ୍ୱଳ୍ପ-ଭିଓସିଯୁକ୍ତ ରଙ୍ଗ ଓ ଫିନିଶ୍:



କ) କମ୍ କିମ୍ବା ଶୂନ୍ୟ ଭିଓସି: ଏକ ଅଧିକ ସ୍ୱାସ୍ଥ୍ୟକର ଆଭ୍ୟନ୍ତର ବାୟୁ ଗୁଣମାନକୁ ପ୍ରୋତ୍ସାହିତ କରିବା ପାଇଁ କମ୍ କିମ୍ବା ଶୂନ୍ୟ ଭୋଲାଟାଇଲ୍ ଅର୍ଗାନିକ୍ କମ୍ପାଉଣ୍ଡ (ଭିଓସି) ରହିଥିବା ରଙ୍ଗ, ଷ୍ଟେନ୍ ଏବଂ ଫିନିଶ୍ ବ୍ୟବହାର କରନ୍ତୁ ।


୪. ପ୍ରାକୃତିକ ଇନସୁଲେଶନ୍:



କ) ପଶମ, ତୁଳା କିମ୍ବା ରିସାଇକ୍ଲଡ୍ ଡେନିମ୍: ଫଳପ୍ରଦ ଏବଂ ଚିରପୋଷଣକ୍ଷମ ଇନସୁଲେଶନ୍ ପାଇଁ ପଶମ, ତୁଳା କିମ୍ବା ରିସାଇକ୍ଲଡ୍ ଡେନିମ୍ ଭଳି ପ୍ରାକୃତିକ ଇନସୁଲେଶନ୍ ସାମଗ୍ରୀକୁ ବିଚାରକୁ ନିଅନ୍ତୁ।

 

ଖ) ସେଲ୍ୟୁଲୋଜ୍ ଇନସୁଲେଶନ୍: ପରିବେଶ-ଅନୁକୂଳ ଘର ନିର୍ମାଣର ଆଉ ଏକ ବିକଳ୍ପ ହେଉଛି ରିସାଇକ୍ଲଡ୍ ଖବରକାଗଜରୁ ତିଆରି ହୋଇଥିବା ସେଲ୍ୟୁଲୋଜ୍ ଇନସୁଲେଶନ୍ ବ୍ୟବହାର କରିବା, ଯାହା ଦକ୍ଷତ ତାପଜ ସୁରକ୍ଷା ଯୋଗାଇଥାଏ।


୫. ଶକ୍ତି-ଦକ୍ଷ ଝରକା:



କ) ଡବଲ୍ କିମ୍ବା ଟ୍ରିପଲ୍-ଗ୍ଲେଜ୍‌‌ଡ ଝରକା: ଡବଲ୍ କିମ୍ବା ଟ୍ରିପଲ୍-ଗ୍ଲେଜିଂ ଏବଂ ସ୍ୱଳ୍ପ ଇ-କୋଟିଂ ଝରକା ବ୍ୟବହାର କରନ୍ତୁ, ଏହା ତାପ ସ୍ଥାନାନ୍ତରକୁ ହ୍ରାସ କରେ ଏବଂ ଶକ୍ତି ଦକ୍ଷତାକୁ ଉନ୍ନତ କରିଥାଏ।

 

ଖ) ଏନର୍ଜି ଷ୍ଟାର୍ ରେଟିଂ: ଝରକା ଯେପରି ଶକ୍ତି ଦକ୍ଷତାର ମାନକକୁ ପୂରଣ କରୁଛି ତାହା ସୁନିଶ୍ଚିିତ କରିବା ପାଇଁ ଉଚ୍ଚ ଏନର୍ଜି ଷ୍ଟାର୍ ରେଟିଂ ଥିବା ଝରକା ବ୍ୟବହାର କରନ୍ତୁ ।


୬. ସୋଲାର୍ ପ୍ୟାନେଲ୍:



 

କ) ସ୍ୱଚ୍ଛ ଶକ୍ତି ଉତ୍ପାଦନ: ନିଜ ଘର ପାଇଁ ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କରିବା ପାଇଁ ସୋଲାର୍ ପ୍ୟାନେଲ୍‌‌ ଲଗାନ୍ତୁ।

 

ଖ) ସୋଲାର୍ ଶିଙ୍ଗଲ୍ କିମ୍ବା ଇଣ୍ଟିଗ୍ରେଟେଡ୍ ସୋଲାର୍ ରୁଫିଙ୍ଗ:ଏକ ଆକର୍ଷଣୀୟ ଏବଂ ଶକ୍ତିଦକ୍ଷ ଛାତ ସମାଧାନ ପାଇଁ ସୋଲାର୍ ଶିଙ୍ଗଲ୍ କିମ୍ବା ଇଣ୍ଟିଗ୍ରେଟେଡ୍ ସୋଲାର୍ ରୁଫିଙ୍ଗ କଥା ବିଚାରକୁ ନିଅନ୍ତୁ।



ଶେଷରେ, ଗ୍ରୀନ୍ ହୋମ୍ ନିର୍ମାଣ କେବଳ ଏକ ପରିବେଶୀୟ ବିକଳ୍ପ ନୁହେଁ; ଏକ ଚିରପୋଷଣକ୍ଷମ ଭବିଷ୍ୟତ ନିର୍ମାଣର ଏହା ଏକ ସ୍ମାର୍ଟ ଏବଂ ଦାୟିତ୍ୱସମ୍ପନ୍ନ ଉପାୟ ମଧ୍ୟ ଅଟେ। ପରିବେଶ ଅନୁକୂଳ ସାମଗ୍ରୀ ଏବଂ ଚିରପୋଷଣକ୍ଷମ କାର୍ଯ୍ୟାଭ୍ୟାସ ଆପଣାଇ, ଆମେ ଆମର କାର୍ବନ୍ ପଦଚିହ୍ନକୁ ହ୍ରାସ କରିପାରିବା, ଟଙ୍କା ସଞ୍ଚୟ କରିପାରିବା ଏବଂ ଅଧିକ ସ୍ୱାସ୍ଥ୍ୟକର ବାସସ୍ଥଳୀ ତିଆରି କରିପାରିବା। ତେଣୁ, ଆପଣ ଜଣେ ଘର ମାଲିକ ହୁଅନ୍ତୁ କି ବିଲ୍ଡର, ଏକ ପରିବେଶ ଅନୁକୂଳ ଗୃହ ନିର୍ମାଣ ପ୍ରକ୍ରିୟାକୁ ବାଛିବା ଦ୍ୱାରା ଆପଣ ଏପରି ଏକ ଛୋଟ ପଦକ୍ଷେପ ଗ୍ରହଣ କରନ୍ତି ଯାହାର ପ୍ରଭାବ ଏକ ଅଧିକ ଚିରସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତରେ ଖୁବ୍ ବିଶାଳ ହୋଇଥାଏ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....