ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଶ୍ରେଷ୍ଠ ୫ଟି କମ୍ ଖର୍ଚ୍ଚ ଗୃହ ନିର୍ମାଣ କୌଶଳ

ଆପଣ ଘର ତିଆରି କରିବାର ଯୋଜନା କରୁଛନ୍ତି କିନ୍ତୁ ବଜେଟକୁ ନେଇ ଚିନ୍ତିତ ଅଛନ୍ତି କି? ନିର୍ଭୁଲ ଭାବେ ବଜେଟର ଯୋଜନା କରିବା କଷ୍ଟକର ହୋଇପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ସଠିକ୍ କମ୍-ଖର୍ଚ୍ଚ ଗୃହ ନିର୍ମାଣ କୌଶଳ ମାଧ୍ୟମରେ ନିଜ ବଜେଟ ଭିତରେ ହିଁ ନିଜ ଘର ନିଶ୍ଚୟ ତୋଳିପାରିବେ। ଘର ନିର୍ମାଣ ପାଇଁ ଲାଗୁଥିବା ଖର୍ଚ୍ଚ କାରଣରୁ ବେଳେବେଳେ ଆପଣ ନିଜ ଘର ତିଆରିର ଯୋଜନାକୁ ସ୍ଥଗିତ ରଖିଦେଇଥାନ୍ତି। କିନ୍ତୁ ଠିକ୍ କମ୍-ଖର୍ଚ୍ଚ ଗୃହ ନିର୍ମାଣ କୌଶଳ ଏବଂ ମାର୍ଗଦର୍ଶନ ସହିତ ଆପଣ ନିଜକୁ ସୁହାଉଥିବା ଖର୍ଚ୍ଚରେ ନିଜର ଘରର ନିର୍ମାଣ କରିପାରିବେ।

Share:



• ପୂର୍ବରୁ ଅନୁମୋଦିତ ହୋଇଥିବା ଗୃହଋଣ ପାଇଁ ଆବେଦନ କରନ୍ତୁ, ଜରୁରୀକାଳୀନ ପରିସ୍ଥିତି ପାଇଁ ପାଣ୍ଠି ଅଲଗା କରି ରଖନ୍ତୁ ଏବଂ ନିଜ ବଜେଟ ଉପରେ ସତର୍କ ନଜର ରଖନ୍ତୁ।

 

• ଜଣେ ଅଭିଜ୍ଞ କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କଲେ ଆପଣଙ୍କର ପ୍ରକଳ୍ପର ରଣନୀତିପୂର୍ଣ୍ଣ ଏବଂ ଖର୍ଚ୍ଚସାଶ୍ରୟୀ ସମାପନ ସୁନିଶ୍ଚିତ ହୋଇଥାଏ।

 

• ଏଏସି ବ୍ଲକ୍ ଏବଂ ସ୍ଥାନୀୟ ଉତ୍ସରୁ ପ୍ରାପ୍ତ ସାମଗ୍ରୀଗୁଡ଼ିକୁ ବ୍ୟବହାର କଲେ ଗୁଣବତ୍ତା ସହିତ ସାଲିସ୍ ନ କରାଯାଇ ଘର ନିର୍ମାଣର ଖର୍ଚ୍ଚକୁ ଅପେକ୍ଷାକୃତ କମ୍ କରାଯାଇପାରିବ।

 

• ଆପଣ କମ୍ ଖର୍ଚ୍ଚରେ ଘର ତିଆରି କରିବାର ଯୋଜନା ରଖିଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତୁ ଏବଂ ସାମଗ୍ରୀର ଗୁଣବତ୍ତା ସହିତ ବୁଝାମଣା କରନ୍ତୁ ନାହିଁ।


ନିଜ ଘର ତିଆରି କରିବାର ଲାଭ ହେଉଛି ଯେ ଆପଣ ନିଜ ଆବଶ୍ୟକତା ଅନୁସାରେ ତାହାର ଡିଜାଇନ୍ କରିପାରିଥାନ୍ତି। ହେଲେ, ସେହି ଡିଜାଇନକୁ ଆପଣ ନିଜ ସମ୍ବଳ ମଧ୍ୟରେ ସୀମିତ ରଖିବାକୁ ହୋଇଥାଏ। ତେଣୁ, ଯଦି ଆପଣ ଭାରତରେ କମ୍ ଖର୍ଚ୍ଚରେ ଘର ତିଆରି କରିବାର ଉପାୟଗୁଡ଼ିକ ସନ୍ଧାନରେ ଅଛନ୍ତି, ତେବେ ଆପଣ ଠିକ୍ ଜାଗାରେ ପହଞ୍ଚିଛନ୍ତି।

 

ନିଜର ଘର ତିଆରି ପାଇଁ, ଆର୍ଥିକ ଯୋଜନା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଆପଣ ଏପରି ପରିସ୍ଥିତିରେ ରହିବାକୁ କଦାପି ଚାହିଁବେ ନାହିଁ, ଯେଉଁଠି ଆପଣଙ୍କ ଘରଟି ଅସମ୍ପୂର୍ଣ୍ଣ ଥିବ କିନ୍ତୁ ଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଚାଲିଯାଥିବ। ଏକ ବିଚାରବନ୍ତ ମାର୍ଗ ହେଉଛି ଅନଲାଇନରେ ଗବେଷଣା କରିବା, ପଡ଼ୋଶୀ, ସମ୍ପର୍କୀୟ ଏବଂ ଜ୍ଞାତି ପରିଜନଙ୍କ ସହିତ କଥାବାର୍ତ୍ତା କରିବା ଏବଂ ସେମାନେ ସେମାନଙ୍କ ପ୍ରାରମ୍ଭିକ ବଜେଟରୁ କେତେ ଅଧିକ ଖର୍ଚ୍ଚ କଲେ ଓ କାହିଁକି କଲେ ତାହା ଜାଣିବା। ଏହାଦ୍ୱାରା ଆପଣଙ୍କୁ ନିଜର ବଜେଟର ଯୋଜନା କରିବା ଏବଂ ଘର ତିଆରି ପାଇଁ କମ୍ ଖର୍ଚ୍ଚ ବିଶିଷ୍ଟ ଗୃହନିର୍ମାଣ କୌଶଳକୁ ଅନୁସରଣ କରିବା ପାଇଁ ସହାୟତା କରିବ।


କମ୍ ବଜେଟରେ ଘର ନିର୍ମାଣର ଯୋଜନା ଆରମ୍ଭ କରିବା ଏବଂ ତାଲିକାରେ ବିଭିନ୍ନ ଖର୍ଚ୍ଚଗୁଡ଼ିକୁ ଯୋଡ଼ିବା ପୂର୍ବରୁ, ପ୍ରଥମେ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଶୁଳ୍କ ପାଇଁ ଟଙ୍କାକୁ ଅଲଗା ରଖିବାକୁ ଭୁଲନ୍ତୁ ନାହିଁ। ବଜେଟ ଯାହା ବି ହେଉ ନା କାହିଁକି, ଏହି ଦୁଇ ଶୁଳ୍କ ନିଶ୍ଚୟ ଲାଗୁ ହେବ। ତେଣୁ ଏହାକୁ ଧ୍ୟାନରେ ରଖିବା ଆବଶ୍ୟକ ଅଟେ।



କମ୍ ଖର୍ଚ୍ଚରେ ଘର କିପରି ନିର୍ମାଣ କରିବେ?

ଏକ ବଜେଟ ଅନୁକୂଳ ଘରର ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ଭାରତରେ ଅନେକ କମ୍-ଖର୍ଚ୍ଚ ବିଶିଷ୍ଟ ଗୃହ ନିର୍ମାଣ କୌଶଳଗୁଡ଼ିକ ଉପଲବ୍ଧ ହୋଇଥାଏ। ଯୋଜନା ପର୍ଯ୍ୟାୟରୁ ଆରମ୍ଭ କରି କାର୍ଯ୍ୟ ନିର୍ବାହ ପର୍ଯ୍ୟନ୍ତ, ଏଠାରେ କମ୍ ବଜେଟରେ ଏବଂ ଏକ କମ୍-ଖର୍ଚ୍ଚ ବିଶିଷ୍ଟ ନିର୍ମାଣ ପାଇଁ ପାଞ୍ଚଟି ଉପଦେଶ ଦିଆଯାଇଛି।


୧) ପୂର୍ବ-ଅନୁମୋଦିତ ଗୃହଋଣ ନିଅନ୍ତୁ



କମ୍ ଖର୍ଚ୍ଚରେ ନିର୍ମାଣ କାର୍ଯ୍ୟ କରିବାର ସର୍ବପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ହେଉଛି ସବୁକିଛି ଆଗୁଆ ଯୋଜନା କରିବା। ସର୍ବଦା ପୂର୍ବରୁ-ଅନୁମୋଦିତ ହୋଇଥିବା ଗୃହ ଋଣ ନିଅନ୍ତୁ। ବଜେଟକୁ ଚୂଡ଼ାନ୍ତ କରିବା ପୂର୍ବରୁ ଘରର ଅଭ୍ୟନ୍ତର କାର୍ଯ୍ୟକୁ ଭୁଲନ୍ତୁ ନାହିଁ। ପ୍ଲମ୍ବିଂ, ଟାଇଲିଂ, ପେଣ୍ଟିଂ, ଫ୍ଲୋରିଂ ଏବଂ ଫର୍ନିଚର ବାବଦୀୟ ଖର୍ଚ୍ଚକୁ ମଧ୍ୟ ଆପଣଙ୍କ ଖର୍ଚ୍ଚ ଆକଳନରେ ସାମିଲ କରାଯିବା ଜରୁରୀ ଅଟେ। ଗୃହଋଣ ପାଇଁ ଆପଣଙ୍କୁ କେତେ ଇଏମ୍ଆଇ ଦେବାକୁ ହେବ ଯଦି ସେ ସମ୍ପର୍କରେ ଆପଣ ଧାରଣା ପାଇବାକୁ ଚାହୁଁଥାନ୍ତି ତେବେ ନିଜର ଋଣର ଆବଶ୍ୟକତାକୁ ଜାଣିବା ପାଇଁ ଆମର ‘ଇଏମ୍ଆଇ କାଲକୁଲେଟର୍’ ବ୍ୟବହାର କରନ୍ତୁ। ଶେଷରେ, ଅପ୍ରତ୍ୟାଶିତ ପରିସ୍ଥିତିଗୁଡ଼ିକ ପାଇଁ ଖର୍ଚ୍ଚ କରିବା ନିମନ୍ତେ ଏକ ଜରୁରୀକାଳୀନ ବା ଆକସ୍ମିକ ଖର୍ଚ୍ଚ ପାଣ୍ଠି ରଖନ୍ତୁ।


୨) ଯୋଜନା ପାଇଁ ଜଣେ ଭରସାଯୋଗ୍ୟ ସାଥୀ



ଜଣେ ଅଭିଜ୍ଞ କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରାଗଲେ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାରେ ସହାୟତା ମିଳିଥାଏ। ଆପଣଙ୍କ ଘରର ନିର୍ମାଣରେ ଅନେକ ବ୍ୟକ୍ତି ସଂଶ୍ଳିଷ୍ଟ ଥାଆନ୍ତି। ମାଲିକ - ଆପଣ ଏବଂ ଆପଣଙ୍କ ପରିବାର, ଜଣେ ଇଞ୍ଜିନିୟର - ଯିଏ ଆପଣଙ୍କ ଘରର ଢାଞ୍ଚାଗତ ଅଖଣ୍ଡତା ସମ୍ବନ୍ଧୀୟ ଯୋଜନା କରିଥାନ୍ତି, ଜଣେ ଆର୍କିଟେକ୍ଟ - ଯିଏ ଆପଣଙ୍କ ଘରର ଡିଜାଇନ କରିଥାନ୍ତି ଏବଂ ଜଣେ କଣ୍ଟ୍ରାକ୍ଟର - ଯିଏ ସମସ୍ତ ନିର୍ମାଣ କାର୍ଯ୍ୟର ଯୋଜନା କରିଥାନ୍ତି ଓ ସମନ୍ୱୟ ରକ୍ଷା କରିଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ଘର ତିଆରିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାନ୍ତି, ତେଣୁ କାମ ପାଇଁ ସଠିକ୍ ବ୍ୟକ୍ତିଙ୍କୁ ଚୟନ କରିବା ଦ୍ୱାରା ସଠିକ୍ କମ୍ ଖର୍ଚ୍ଚବିଶିଷ୍ଟ ନିର୍ମାଣ କୌଶଳ ଏବଂ ଆକଳିତ ସମୟ ଓ ବଜେଟ୍ ମଧ୍ୟରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ସୁନିଶ୍ଚିତ ହୋଇଥାଏ।


୩) ଆପଣଙ୍କର ନିର୍ମାଣ ଖର୍ଚ୍ଚର ଆକଳନ କରନ୍ତୁ



କମ୍-ଖର୍ଚ୍ଚ ବିଶିଷ୍ଟ ବିଲଡିଂ ନିର୍ମାଣ ପ୍ରକଳ୍ପ ବିପରୀତ, ଏକ ବଜେଟ୍ ଟ୍ରାକର୍ ମାଧ୍ୟମରେ ଗୃହ ନିର୍ମାଣ ପ୍ରକଳ୍ପର ବଜେଟ ତିଆରି କରିବା ଅଧିକ ସହଜ ହୋଇଯାଇଥାଏ। ବଜେଟ୍ ଟ୍ରାକର୍ ଏକ ଖତିଆନ ଭଳି ହୋଇଥାଏ ଯେଉଁଠି ଆପଣ ଘର ନିର୍ମାଣ ବାବଦୀୟ ସମସ୍ତ ଆର୍ଥିକ ନେଣଦେଣକୁ ଟିପି ରଖିଥାନ୍ତି। ଟ୍ରାକର୍‌‌ରେ ଆପଣ ନିମ୍ନଲିଖିତ ବିବରଣୀ ଟିପି ରଖିବା ଉଚିତ୍:

 

କ) ପ୍ରକଳ୍ପର ସାମଗ୍ରିକ ଖର୍ଚ୍ଚର ପ୍ରାରମ୍ଭିକ ଆକଳନର ୧୦-୧୫% ଅର୍ଥରାଶିକୁ ଜରୁରୀକାଳୀନ ପାଣ୍ଠି ଭାବେ ଅଲଗା କରି ରଖାଯାଇଥାଏ।

ଖ) ନିୟମିତ ବ୍ୟବଧାନରେ ଆପଣ ଯୋଜନା କରିଥିବା ବଜେଟ ସହିତ ବାସ୍ତବ ଖର୍ଚ୍ଚଗୁଡ଼ିକୁ ତୁଳନା କରନ୍ତୁ, ଯାହାଫଳରେ ଆପଣ ପରେ କୌଣସି ଖର୍ଚ୍ଚକୁ ନେଇ ଆଚମ୍ବିତ ହେବେ ନାହିଁ।

 

ଆପଣ ‘ହୋମ୍ କନଷ୍ଟ୍ରକ୍ସନ୍ କଷ୍ଟ୍ କାଲକୁଲେଟର୍’ ସହାୟତାରେ ଘର ନିର୍ମାଣ ସମୟରେ ଆପଣଙ୍କ ଖର୍ଚ୍ଚଗୁଡ଼ିକର ବଜେଟକୁ ହିସାବ କରିପାରିବେ। ଏହି ଖର୍ଚ୍ଚ କାଲକୁଲେଟର୍ ଆପଣଙ୍କୁ ଆପଣଙ୍କର କମ୍-ଖର୍ଚ୍ଚ ବିଶିଷ୍ଟ ଗୃହନିର୍ମାଣ ପ୍ରକଳ୍ପ ପାଇଁ ଏକ ଆନୁମାନିକ ବଜେଟ ପାଇବାରେ ସାହାଯ୍ୟ କରିଥାଏ।


୪) ଏଏସି ବ୍ଲକ୍



ଅଟୋକ୍ଲେଭ୍‌‌ଡ ଏରେଟେଡ୍ କଂକ୍ରିଟ୍ ବ୍ଲକ୍, ଯାହା ଏଏସି ବ୍ଲକ୍ ଭାବେ ପରିଚିତ, ବେସମେଣ୍ଟ କାନ୍ଥ ଏବଂ ପାର୍ଟିସନ୍ କାନ୍ଥଗୁଡ଼ିକ ପାଇଁ ବ୍ୟବହୃତ ହୋଇଥାଏ। ସେଗୁଡ଼ିକ ସିମେଣ୍ଟ ଓ ଆଲୁମିନାରେ ତିଆରି ହୋଇଥିବାରୁ ହାଲୁକା ହୋଇଥାଏ, ଯାହା ଢାଞ୍ଚା ଉପରେ ସ୍ଥାୟୀ ଭାରକୁ ହ୍ରାସ କରିଥାଏ, ତେଣୁ ଆର୍‌‌ସିସି ବାବଦୀୟ ଖର୍ଚ୍ଚ କମିଯାଏ। ସେଗୁଡ଼ିକ ଉଇ ନିରୋଧୀ, ଧ୍ୱନିରୋଧକ ହେବା ସହିତ ତାପ ଓ ଥଣ୍ଡା ବିରୁଦ୍ଧରେ ପାକୃତିକ ଇନସୁଲେସନ୍ ମଧ୍ୟ ଯୋଗାଇଥାଏ।


୫) ସାମଗ୍ରୀ ବାବଦୀୟ ଖର୍ଚ୍ଚକୁ କମାନ୍ତୁ

କମ୍ ଖର୍ଚ୍ଚରେ ଘର ତିଆରି କରିବାର ଚିନ୍ତା କରୁଥିଲେ, କେବଳ ନିଜର ଆବଶ୍ୟକତା ଅନୁସାରେ ସାମଗ୍ରୀ କିଣନ୍ତୁ। ଏହାଦ୍ୱାରା ସାମଗ୍ରୀର ଅପଚୟ ଓ ଖର୍ଚ୍ଚ ହ୍ରାସିତ ହୁଏ। ନିର୍ମାଣ ସାମଗ୍ରୀକୁ ସ୍ଥାନୀୟ ଅଞ୍ଚଳରୁ ହିଁ କିଣନ୍ତୁ। ସ୍ଥାନୀୟ ଅଞ୍ଚଳରୁ କିଣିଲେ ଆପଣ ପରିବହନ ବାବଦୀୟ ଖର୍ଚ୍ଚକୁ ହ୍ରାସ କରିପାରିବେ ଏବଂ ତାହା ଆପଣଙ୍କ ସାମଗ୍ରିକ ଗୃହ ନିର୍ମାଣ ବଜେଟରେ ସକାରାତ୍ମକ ପ୍ରଭାବ ପକାଇବ।


କମ୍ ଖର୍ଚ୍ଚବିଶିଷ୍ଟ ଘରଗୁଡ଼ିକ କେତେ ନିରାପଦ ହୋଇଥାଏ?



ଘର ନିର୍ମାଣ ପୂର୍ବରୁ ଏବଂ ନିର୍ମାଣ ସମୟରେ ଆପଣଙ୍କ ମଧ୍ୟରେ ଏହି ଚିନ୍ତା ସବୁବେଳେ ରହିଥାଏ - କମ୍ ଖର୍ଚ୍ଚରେ ତିଆରି ହୋଇଥିବା ଘରଗୁଡ଼ିକ ନିରାପଦ ହୋଇଥାଏ କି? କମ୍ ଖର୍ଚ୍ଚରେ ଘର ତିଆରି କରିବାର ଅଭିପ୍ରାୟ ଏହା ଯେ ଆପଣ ନିଜ ବଜେଟରୁ ଯେପରି ଅଧିକ ଖର୍ଚ୍ଚାନ୍ତ ନ ହୁଅନ୍ତି। ଆପଣଙ୍କୁ ସାମଗ୍ରୀର ଗୁଣବତ୍ତା ସହିତ କୌଣସି ବୁଝାମଣା କରିବା ଉଚିତ୍ ନୁହେଁ, ସର୍ବଦା ମନେ ରଖନ୍ତୁ ‘ପରିମାଣ ତୁଳନାରେ ଗୁଣବତ୍ତା ଶ୍ରେୟସ୍କର’’।

 

ନିମ୍ନଲିଖିତ କେତୋଟି କମ୍ ବଜେଟ୍ ଗୃହ ନିର୍ମାଣ ଉପାୟଗୁଡ଼ିକ ଆପଣଙ୍କ ଘରର ନିର୍ମାଣରେ ସହାୟକ ହୋଇପାରିବ:

 

୧) ଭୂସମାନ୍ତର ନିର୍ମାଣ ତୁଳନାରେ ଭୂଲମ୍ବ ନିର୍ମାଣ ଅଧିକ ଶସ୍ତା ହୋଇଥାଏ। ଅର୍ଥାତ୍- ତଳ ମହଲାରେ ତିନିଟି କୋଠରୀ ନିର୍ମାଣ ଅପେକ୍ଷା ଘର ଉପରେ ଆଉ ଏକ ମହଲା ଯୋଡ଼ିବା ଅଧିକ ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ। ନିଜର ପ୍ଲଟ୍‌‌‌ର ସୁବିନିଯୋଗ କରନ୍ତୁ ଏବଂ ଭୂସମାନ୍ତର ବଦଳରେ ଭୂଲମ୍ବ ନିର୍ମାଣକୁ ପ୍ରାଧାନ୍ୟ ଦେଇ ଖର୍ଚ୍ଚ କମାନ୍ତୁ। ଉଦାହରଣ ସ୍ୱରୂପ, ଚାରିଟି ବେଡରୁମ୍ ଥିବା ଏକ ମହଲା ଘର ବଦଳରେ ପ୍ରତ୍ୟେକ ମହଲାରେ ଦୁଇଟି କୋଠରୀ ଥିବା ଏକ ଦୁଇମହଲା କୋଠା ତିଆରି କରନ୍ତୁ।

 

୨) ଟିକିନିଖି ଖର୍ଚ୍ଚଗୁଡ଼ିକର ବିବରଣୀ ରହିଥିବା ଏକ ଖତିଆନ ରଖିବା ଦ୍ୱାରା ଆପଣ ନିଜ ଖର୍ଚ୍ଚଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ସହିତ ଭବିଷ୍ୟତରେ ଆର୍କିଟେକ୍ଟ, କଣ୍ଟ୍ରାକ୍ଟର କିମ୍ବା ଇଞ୍ଜିନିୟରଙ୍କ ସହିତ କୌଣସି ବିବାଦରୁ ଆପଣଙ୍କୁ ସୁରକ୍ଷା ମିଳିପାରିବ।

 

୩) ଘରର ଡିଜାଇନ କରିବା ସମୟରେ ନିଜ ପରିବାରର ଭବିଷ୍ୟତ ଆବଶ୍ୟକତାଗୁଡ଼ିକୁ ମଧ୍ୟ ବିଚାରକୁ ନିଅନ୍ତୁ । ଯେପରିକି, ଆପଣ ଛୁଆ ବଡ଼ ହେବା ପରେ ଗୋଟିଏ ଅତିରିକ୍ତ କୋଠରୀ ଆବଶ୍ୟକ କରିବ। ଜାଣିରଖନ୍ତୁ ଯେ, ଥରେ ଘରର ନିର୍ମାଣ କରିସାରିବା ପରେ ସେଥିରେ କୌଣସି ଯୋଡ଼ାଯୋଡ଼ି କରିବା ମହଙ୍ଗା ସାବ୍ୟସ୍ତ ହୋଇଥାଏ।

 

ଶେଷରେ, କମ୍-ଖର୍ଚ୍ଚରେ ଘର ନିର୍ମାଣ କରିବା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ନିକଟରେ ଏକକାଳୀନ ଥୋକ ଟଙ୍କା ରହିବା ଅନିବାର୍ଯ୍ୟ ନୁହେଁ। ପ୍ରତ୍ୟେକ ପର୍ଯ୍ୟାୟ ଅନୁଯାୟୀ ନିଜର ନଗଦ ପ୍ରବାହକୁ ଆହଜଷ୍ଟ କରନ୍ତୁ, ଯାହାଦ୍ୱାରା କାମ ସରିବା ପୂର୍ବରୁ ଆପଣଙ୍କ ଖର୍ଚ୍ଚ ଆପଣଙ୍କ ବଜେଟରୁ ବାହାରକୁ ଯାଇପାରିବ ନାହିଁ।




ସଂକ୍ଷେପରେ କହିବାକୁ ଗଲେ, ଆପଣଙ୍କ ଘର କେବଳ ଏକ ବାସସ୍ଥାନ ନୁହେଁ; ଏହା ଆପଣଙ୍କ ଭବିଷ୍ୟତ ଏବଂ କଲ୍ୟାଣ କ୍ଷେତ୍ରରେ ଏକ ନିବେଶ ମଧ୍ୟ ଅଟେ। ତେଣୁ, ଖର୍ଚ୍ଚକାଟ କରିବାର ଲକ୍ଷ୍ୟ ରଖିବା ସମୟରେ, ନିରାପତ୍ତା, ସ୍ଥାୟିତ୍ୱ ଏବଂ ନୂଆ ଘରର ସାମଗ୍ରିକ ମୂଲ୍ୟକୁ ସର୍ବଦା ଧ୍ୟାନରେ ରଖନ୍ତୁ। ସଠିକ୍ ମନୋବୃତ୍ତି, ନିର୍ଭୁଲ୍ କମ୍-ଖର୍ଚ୍ଚ ବିଶିଷ୍ଟ ଘର ନିର୍ମାଣ କୌଶଳ ତଥା ଏକ ସୁଚିନ୍ତିତ ଯୋଜନା ସହିତ ଆପଣ ନିଜର କମ୍-ଖର୍ଚ୍ଚ ବିଶିଷ୍ଟ ଗୃହ ନିର୍ମାଣ ପ୍ରକଳ୍ପକୁ ଏକ ସଫଳ ଏବଂ ସୁଲଭ ବାସ୍ତବତାରେ ପରିଣତ କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....