Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ମନ୍ଦିର ମୁହଁର ଦିଗ
ବାସ୍ତୁଶାସ୍ତ୍ର ଅନୁଯାୟୀ, ବିଭିନ୍ନ ଦିଗରେ ଭିନ୍ନ ଭିନ୍ନ ଶକ୍ତି ଓ ପ୍ରଭାବର ବାସ ହୋଇଥାଏ । ବାସ୍ତୁ ଅନୁଯାୟୀ ମନ୍ଦିରର ଦିଗ ଆପଣଙ୍କ ଆଧ୍ୟାତ୍ମିକ ମିଳନକୁ କିପରି ପ୍ରଭାବିତ କରିପାରେ ତାହାର ଏକ ଝଲକ ଏଠାରେ ଦେଖିବାକୁ ମିଳିଛି ।
ସବୁଠାରୁ ଶୁଭ ଦିଗ ଭାବରେ ବିବେଚନା କରାଯାଉଥିବା ଉତ୍ତର-ପୂର୍ବ ବା ଇଶାନ କୋଣକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ । ଏହି ଭାଗରେ ମନ୍ଦିର ରହିବା ଦ୍ୱାରା ସକାରାତ୍ମକ ଶକ୍ତିର ମୁକ୍ତ ପ୍ରବାହ ସୁବିଧାଜନକ ହୋଇଥାଏ, ଯାହା ଦ୍ୱାରା ଘରସାରା ଶାନ୍ତି ଓ ଶାନ୍ତିର ଭାବନା ଜାଗ୍ରତ ହୁଏ ।
ମନ୍ଦିରକୁ ନିଜ ଘରେ ରଖିବାପାଇଁ ଆଉ ଏକ ଆଦର୍ଶ ଦିଗ ହେଉଛି ପୂର୍ବ ଦିଗ । ସୂର୍ଯ୍ୟ ପୂର୍ବରେ ଉଦୟ ହୁଏ, ଯାହା ବିଦ୍ୟା ଏବଂ ଜ୍ଞାନୋଦୟର ପ୍ରତୀକ ଅଟେ - ଏହା ଅନେକ ପରିବାର ମନ୍ଦିର ପାଇଁ ଏହି ଦିଗକୁ ପସନ୍ଦ କରିଥାନ୍ତି ।
ମନେରଖନ୍ତୁ, ବାସ୍ତୁ ଅନୁଯାୟୀ ମନ୍ଦିରର ଦିଗ ପାଇଁ ଏହି ନିୟମ କେବଳ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆମ ହୃଦୟରେ ଥିବା ବିଶ୍ୱାସ, ସମ୍ମାନ ଏବଂ ଭକ୍ତି ।
ଆପଣଙ୍କ ଘରର ଶାନ୍ତ ପରିବେଶ ସିଧାସଳଖ ଆପଣଙ୍କ ଆଧ୍ୟାତ୍ମିକ ଅଭ୍ୟାସକୁ ପ୍ରଭାବିତ କରିଥାଏ । ଆଧ୍ୟାତ୍ମିକତା ସହ ସମ୍ପର୍କ ବଢ଼ାଇବା ପାଇଁ ମନ୍ଦିରରେ ଦେବଦେବୀଙ୍କ ଅବସ୍ଥାନ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଜାଣିବା ପାଇଁ ପୂଜା ଘର ପାଇଁ କିଛି ବାସ୍ତୁ ଟିପ୍ସ ଏଠାରେ ଦିଆଯାଇଛି।
ସୁପାରିସ କରାଯାଏ କି, ମୂର୍ତ୍ତିଗୁଡ଼ିକୁ ଏପରି ଭାବେ ସ୍ଥାପନା କରାଯିବା ଆବଶ୍ୟକ ଯେମିତିକି ତାହାର ମୁହଁ ପୂର୍ବ କିମ୍ବା ଉତ୍ତର ଆଡ଼କୁ ରହିବ । ଏହା ସୁନିଶ୍ଚିତ କରିଥାଏ ଯେ, ଆପଣ ଏହି ଦିଗଗୁଡ଼ିକ ଆଡ଼କୁ ମୁହଁ କରି ପୂଜା କରିବା ସମୟରେ ଆପଣଙ୍କ ପ୍ରାର୍ଥନା ଏବଂ ଧ୍ୟାନର ଗୁଣମାନ ଉନ୍ନତ ହୋଇଥାଏ । ଏହି ଦିଗଗୁଡ଼ିକ ସମୃଦ୍ଧି ଏବଂ ସକାରାତ୍ମକତା ସହିତ ଜଡିତ, ତେଣୁ ତାହା ଦେବଦେବୀଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଆଦର୍ଶ ହୋଇଥାଏ ।
ଆପଣଙ୍କ ଆରାଧ୍ୟ ଦେବତା କିମ୍ବା ମୁଖ୍ୟ ମୂର୍ତ୍ତିକୁ ମନ୍ଦିର ମଝିରେ ରଖିବା ଉଚିତ୍ । ଏହି କେନ୍ଦ୍ରୀୟ ସ୍ଥାନ ସୁନିଶ୍ଚିତ କରେ ଯେ ଏହା ଆପଣଙ୍କ ପ୍ରାର୍ଥନା କକ୍ଷର କେନ୍ଦ୍ର ବିନ୍ଦୁ ଅଟେ, ଯାହା ଆପଣଙ୍କ ଜୀବନରେ ଦେବତ୍ୱର କେନ୍ଦ୍ରୀୟ ଭୂମିକାର ପ୍ରତୀକ ଅଟେ ।
ବାସ୍ତୁ ଅନୁଯାୟୀ ମନ୍ଦିର ଦିଗ ପାଇଁ ପ୍ରଯୁଜ୍ୟ ନିର୍ଦ୍ଦେଶ ଅନୁଯାୟୀ ମୂର୍ତ୍ତିଗୁଡ଼ିକୁ ଏପରି ଉଚ୍ଚତାରେ ରଖିବା ଉଚିତ ଯାହା ଅତ୍ୟଧିକ ତଳୁଆ କିମ୍ବା ଅତ୍ୟଧିକ ଉଚ୍ଚ ହୋଇ ନ ଥିବ; ଆଦର୍ଶ ଭାବରେ ତାହା ବସି ପ୍ରାର୍ଥନା କରୁଥିବା ବ୍ୟକ୍ତିଙ୍କ ହୃଦୟର ସରଳରେଖାରେ ରହିବା ଉଚିତ୍ । ଏହା ଦେବତାଙ୍କ ପ୍ରତି ଏକ ସିଧାସଳଖ ଦୃଷ୍ଟି ରେଖା ସୃଷ୍ଟି କରେ, ଯାହା ଦେବତାଙ୍କ ସହିତ ଏକ ଉତ୍ତମ ସଂଯୋଗକୁ ସୁଗମ କରିଥାଏ । ଦେବତାଙ୍କ ସମ୍ମୁଖରେ ଅର୍ପଣ ଓ ପ୍ରାର୍ଥନା ପାଇଁ ଯେପରି ପର୍ଯ୍ୟାପ୍ତ ସ୍ଥାନ ଅଛି ତାହା ସୁନିଶ୍ଚିତ କରନ୍ତୁ ।
ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କ ଉପାସନା କରାଯାଇଥାଏ, ତେଣୁ ମନ୍ଦିରରେ ଏକାଧିକ ମୂର୍ତ୍ତି ତାହାର ପ୍ରତୀକାତ୍ମକ ହୋଇଥାଏ । କିନ୍ତୁ ଏହା ମଧ୍ୟ ସୁନିଶ୍ଚିତ କରାଯିବା ଜରୁରୀ ଯେ ମନ୍ଦିରରେ ଯେପରି ମୂର୍ତ୍ତିଗୁଡ଼ିକର ମାତ୍ରାଧିକ ଭିଡ଼ ନ ରହୁ । ପ୍ରତ୍ୟେକ ମୂର୍ତ୍ତିକୁ ଉଚିତ ସମ୍ମାନ ଜଣାଇବା ପାଇଁ ପାଇଁ ମୂର୍ତ୍ତିଗୁଡ଼ିକର ସଂଖ୍ୟାକୁ ସୀମିତ ରଖନ୍ତୁ । ଆହୁରି ମଧ୍ୟ, ମନ୍ଦିରରେ ସମାନ ଭଗବାନଙ୍କ ଦୁଇଟି ସମାନ ମୂର୍ତ୍ତି ରଖିବାଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ଏବଂ ପୂଜା ସମୟରେ ଧ୍ୟାନକୁ ଦୁର୍ବଳ କରିପାରେ ।
ବାସ୍ତୁ ଅନୁଯାୟୀ ଦେବତା ସ୍ଥାନ ଏବଂ ମନ୍ଦିର ଦିଗର ଦିଗଗୁଡ଼ିକୁ ବିଚାର କରି, ଆପଣ ଦୈବୀ ଶକ୍ତି ସହିତ ଅଧିକ ଗଭୀର ଏବଂ ବ୍ୟକ୍ତିଗତ ସମ୍ପର୍କ ପୋଷଣ କରନ୍ତି, ଯାହା ମନ୍ଦିର ସ୍ଥାନକୁ ଶାନ୍ତି, ଆଧ୍ୟାତ୍ମିକତା ଏବଂ ସୌହାର୍ଦ୍ଦ୍ୟର ଆଲୋକ ଭାବରେ ପ୍ରକୃତରେ ତାହାର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଅନୁମତି ଦିଏ ।
ନିଜ ଘରେ ଏକ ପବିତ୍ର ସ୍ଥାନ ସୃଷ୍ଟି କରିବା, ଗୃହ ବାସ୍ତୁରେ ମନ୍ଦିରର ନୀତିକୁ ଅନୁସରଣ କରିବା ଆଧ୍ୟାତ୍ମିକତା ଏବଂ ସଦ୍ଭାବକୁ ଆମନ୍ତ୍ରଣ କରିବା ଦିଗରେ ଏକ ପଦକ୍ଷେପ ଏବଂ ଏହାର ପବିତ୍ରତା ଏବଂ ଫଳପ୍ରଦତା ପାଇଁ ଗୁରୁତ୍ୱପୂର୍ଣ୍ଣ ।
ମନ୍ଦିରର ସାର ତା'ର ପବିତ୍ରତାରେ ରହିଥାଏ । ନିୟମିତ ସଫେଇ ଦ୍ୱାରା ମନ୍ଦିରର ନୈସର୍ଗିକତାକୁ ବଜାୟ ରଖାଯିବା ସହିତ ଶକ୍ତିକୁ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ଓ ସକାରାତ୍ମକ ରଖିବାରେ ମଧ୍ୟ ସହାୟତା ମିଳିଥାଏ । ମୂର୍ତ୍ତିଗୁଡ଼ିକୁ ଯତ୍ନର ସହିତ ଧୀରେ ଧୀରେ ପୋଛି ଦିଅନ୍ତୁ, ସେହି ସ୍ଥାନରୁ ଧୂଳିକୁ ସଫା କରନ୍ତୁ ଏବଂ ସତେଜତା ସୁନିଶ୍ଚିତ କରିବା ପାଇଁ ପରିଧାନ ଏବଂ ଫୁଲକୁ ନିୟମିତ ବଦଳାନ୍ତୁ। ମନ୍ଦିରର ଦିଗ ବ୍ୟତୀତ ନିୟମିତ ସଫା କରିବା ଦ୍ଵାରା ଦିବ୍ୟ ଶକ୍ତି ଆପଣଙ୍କ ଘରେ ଅବାଧ ଭାବେ ସଦା ପ୍ରବାହିତ ହୋଇ ରହିଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ମନ୍ଦିରକୁ ସ୍ଥାନିତ କରିବା ଏବଂ ମନ୍ଦିରର ମୁହଁ ଦିଗକୁ ବିଚାର କରିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇତାଏ, ଆପଣ ତାହାକୁ ଯେଉଁ ନିଷ୍ଠାର ସହ ପ୍ରତିଷ୍ଠା କରନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ନିଜ ଘରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିବା ଓ ଭକ୍ତିର ଉଦ୍ଦେଶ୍ୟ ରଖି ମନ୍ଦିରର ସ୍ଥାପନା କରନ୍ତୁ । ମନେରଖନ୍ତୁ, ଏହି ସ୍ଥାନଟିକୁ କେଉଁଠି ରଖିବେ ତାହା ପଛରେ ନିଷ୍ପତ୍ତି ନିଆଯିବ ବୋଲି ଭାବିବାରୁ ବିରତ ରୁହନ୍ତୁ; ବରଂ ତାହାକୁ ପ୍ରାଥତମିକତା ଓ ସମ୍ମାନର ନିଜ ବିଚାରକୁ ନିଅନ୍ତୁ ।
ଏକ ଅବ୍ୟବସ୍ଥିତ ମନ୍ଦିର ସକାରାତ୍ମକ ଶକ୍ତିପ୍ରବାହରେ ବାଧା ସୃଷ୍ଟି କରିପାରେ । ସୁନିଶ୍ଚିତ କରନ୍ତୁ ଯେ ମନ୍ଦିର ର ଆଖପାଖ ଅଞ୍ଚଳ ଅନାବଶ୍ୟକ ଜିନିଷରୁ ମୁକ୍ତ ଅଟେ । ନୈବେଦ୍ୟ, ପୂଜା ପାଇଁ ଉଦ୍ଦିଷ୍ଟ ବାସନ ଏବଂ ଧାର୍ମିକ ପୁସ୍ତକଗୁଡ଼ିକୁ ସଜାଡ଼ି ରଖନ୍ତୁ । ଷ୍ଟୋରେଜ୍ କମ୍ପାର୍ଟମେଣ୍ଟ ବା ଥାକ ବ୍ୟବହାର କରାଗଲେ ସମ୍ପୃକ୍ତ ଜାଗାଟିକୁ ସ୍ୱଚ୍ଛ ଏବଂ ପ୍ରଶାନ୍ତ ରଖିବାରେ ସହାୟତା ମିଳିଥାଏ ।
ମନ୍ଦିର ବାସ୍ତୁ ପାଇଁ ମନ୍ଦିର ସ୍ଥାନଟିରେ ଉତ୍ତମ ଆଲୋକର ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏକ ସୁଆଲୋକିତ ମନ୍ଦିର ଆନନ୍ଦଦାୟକ ଏବଂ ଶାନ୍ତିଦାୟକ ଅନୁଭୂତି ପ୍ରଦାନ କରିଥାଏ । ସମ୍ଭବ ହୋଇଥିବା ସ୍ଥଳରେ, ପ୍ରାକୃତିକ ଆଲୋକକୁ ସାମିଲ କରାଗଲେ ବାତାବରଣର ପବିତ୍ରତା ଆହୁରି ବୃଦ୍ଧି ପାଇଥାଏ । ରାତିରେ ଏକ ଛୋଟ ଦୀପ ଦୈବୀ ଉପସ୍ଥିତିକୁ ବଜାୟ ରଖିପାରିବ । ଧୂପ କିମ୍ବା ଏସେନ୍ସିଆଲ୍ ତେଲରୁ ଜାତ ହେଉଥିବା ସୁଗନ୍ଧ ଏକ ଶାନ୍ତ ପରିବେଶ ସୃଷ୍ଟି କରିପାରେ, ଧ୍ୟାନ ଏବଂ ପ୍ରାର୍ଥନାରେ ସାହାଯ୍ୟ କରିଥାଏ ।
ଆପଣଙ୍କ ଘରେ ବାସ୍ତୁ ଅନୁଯାୟୀ ମନ୍ଦିର ଦିଗର ନୀତିକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବା ଦ୍ୱାରା ଏକ ପବିତ୍ର ସ୍ଥାନ ସୃଷ୍ଟି ହୋଇଥାଏ ଯାହା ସକାରାତ୍ମକ ଶକ୍ତି, ଆଧ୍ୟାତ୍ମିକ ଉନ୍ନତି ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିଥାଏ । ଏହି ସବୁ ନୀତି ଓ ନିୟମ ପାଳନ କରିବାର ଅର୍ଥ କେବଳ ମନ୍ଦିର ପାଇଁ ସର୍ବୋତ୍ତମ ଦିଗ ଖୋଜିବା ନୁହେଁ, ବରଂ ଏକ ଦିବ୍ୟ ସମ୍ପର୍କ ସୃଷ୍ଟି କରିବା ଯାହା ବ୍ୟକ୍ତିଙ୍କର ଦୈନନ୍ଦିନ ଜୀବନରେ ପୋଷଣ, ସମ୍ମାନ ଏବଂ ବିଶ୍ୱାସ ସୃଷ୍ଟି କରେ ।