Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁଶାସ୍ତ୍ରରେ ଘର କିମ୍ବା ଅଫିସ୍ ପାଇଁ ଦର୍ପଣ ଲଗାଇବାର ଉପଯୁକ୍ତ ସ୍ଥିତି ବା ସ୍ଥାନର ପରାମର୍ଶ ଦିଆଯାଇଛି । ଏହି ସ୍ଥାନ ଯାଦୃଚ୍ଛିକ ନୁହେଁ ବରଂ ସର୍ବୋତ୍ତମ ଫଳାଫଳ ପାଇଁ ନିର୍ଦ୍ଦିଷ୍ଟ ନିୟମ କିମ୍ବା ନୀତିକୁ ଅନୁସରଣ କରିଥାଏ । ବାସ୍ତୁ ଅନୁଯାୟୀ, ଦର୍ପଣରେ ଶକ୍ତିକୁ ଅବଶୋଷିତ କରିବା ଏବଂ ପ୍ରତିଫଳିତ କରିବାର ଶକ୍ତି ଥାଏ ଏବଂ ସେଗୁଡ଼ିକରେ ଯାହା ବି ପ୍ରତିଫଳିତ ହୁଏ ତାହାର ଶକ୍ତି ବହୁଗୁଣିତ ହୋଇଥାଏ । ଠିକ୍ ଭାବେ ସ୍ଥାନିତ କରାଯାଇଥିବା ଦର୍ପଣ ସମ୍ପୃକ୍ତ ସ୍ଥାନର ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ। ଅପରପକ୍ଷରେ ଯଦି ଭୁଲ ଭାବେ ରଖାଯାଏ, ତେବେ ପରିଣାମ ଠିକ୍ ଓଲଟା ହୋଇଥାଏ ।
ମୂଳତଃ, ବାସ୍ତୁ ଅନୁଯାୟୀ ଦର୍ପଣର ଦିଗଟି ସବୁଠାରୁ ଅଧିକ ସକାରାତ୍ମକତା ଆଣିବା ଏବଂ କୌଣସି ସମ୍ଭାବ୍ୟ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆପଣଙ୍କ ଘର କିମ୍ବା ଅଫିସରେ ଦର୍ପଣ କେଉଁଠାରେ ଏବଂ କିପରି ରଖିବେ ସେ ବିଷୟ ଉପରେ ପର୍ଯ୍ୟବସିତ । ମଣିଷର ମଙ୍ଗଳ ଆମ ପରିବେଶ ସହ ଦୃଢ଼ ଭାବରେ ଜଡ଼ିତ । ଆମ ରହଣୀ ଓ କର୍ମକ୍ଷେତ୍ରରେ ସଚେତନ ପରିବର୍ତ୍ତନ ଆଣି ବା ଦର୍ପଣ ଦିଗ ସମ୍ବନ୍ଧୀୟ ସିଦ୍ଧାନ୍ତକୁ ଅନୁସରଣ କରି ବାସ୍ତୁ ସେଠାରେ ରହୁଥିବା କିମ୍ବା କାମ କରୁଥିବା ଲୋକଙ୍କ ମନୋଭାବ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିପାରେ ।
ବେଡରୁମ୍ ପାଇଁ ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଗଲେ, ଏହା ଦର୍ପଣ ଲଗାଇବା ରେ ବହୁତ ସତର୍କ ରହିବାକୁ ପରାମର୍ଶ ଦେଇଥାଏ । ଆଦର୍ଶତଃ, ଦର୍ପଣକୁ ସିଧାସଳଖ ଶଯ୍ୟା ସମ୍ମୁଖରେ କିମ୍ବା ଶୋଇଥିବା ବ୍ୟକ୍ତିଙ୍କୁ ପ୍ରତିଫଳିତ କରୁଥିବା ସ୍ଥାନରେ ରଖାଯିବା ଉଚିତ୍ ନୁହେଁ । କାରଣ ଏହା ବ୍ୟକ୍ତିଙ୍କ ପାଇଁ ବିପତ୍ତି ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ । ବାସ୍ତୁ ଅନୁଯାୟୀ ଦର୍ପଣ ଦିଗ ସହ ସୁସଙ୍ଗତ ହେବା ପାଇଁ ଶୋଇବା ଘରର ଉତ୍ତର କିମ୍ବା ପୂର୍ବ କାନ୍ଥରେ ଦର୍ପଣ ଲଗାଇବା ଭଲ, ଯାହାଦ୍ୱାରା ତାହା ସିଧାସଳଖ ଶଯ୍ୟା ସମ୍ମୁଖରେ ନ ରହିବା ସୁନିଶ୍ଚିତ ହୁଏ । ଆପଣଙ୍କ ବ୍ୟକ୍ତିଗତ ଶକ୍ତି ଉପରେ କୌଣସି ନକାରାତ୍ମକ ପ୍ରଭାବ କୁ ରୋକିବା ପାଇଁ, ବ୍ୟବହାର ନ ଥିବା ସମୟରେ, ବିଶେଷ କରି ରାତିରେ, ଦର୍ପଣକୁ ଘୋଡ଼ାଇ ରଖିବାକୁ ମଧ୍ୟ ସୁପାରିସ କରାଯାଏ ।
ଲିଭିଂ ରୁମ୍ ରେ ଆପଣ ଦର୍ପଣ ବ୍ୟବହାର କରି ସେହି ସ୍ଥାନରେ ପ୍ରଶସ୍ତତା ଏବଂ ଉଜ୍ଜ୍ୱଳତାର ଭାବନା ସୃଷ୍ଟି କରିପାରିବେ । ବାସ୍ତୁ ଅନୁଯାୟୀ ଦର୍ପଣ ଦିଗ ଅନୁସାରେ, ଉତ୍ତର କିମ୍ବା ପୂର୍ବ କାନ୍ଥଟି ଦର୍ପଣ ପାଇଁ ସର୍ବୋତ୍ତମ ସ୍ଥାନ ହୋଇଥାଏ । ଏହା ଦ୍ୱାରା ବାସିନ୍ଦାଙ୍କ ପାଇଁ ଧନ ଓ ସୌଭାଗ୍ୟ ଆକର୍ଷିତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ନିଶ୍ଚିତ କରନ୍ତୁ ଯେ ଦର୍ପଣ ଡାଇନିଂ ଟେବୁଲ କିମ୍ବା ଧନ ବା ବଦାନ୍ୟତାର ସୂଚକ ହୋଇଥିବା ଅନ୍ୟ କୌଣସି ସ୍ଥାନକୁ ସାମ୍ନା କରେ, କାରଣ ଏହା ପ୍ରଭାବଶାଳୀ ଭାବରେ ପ୍ରତିଫଳନ ମାଧ୍ୟମରେ ସମୃଦ୍ଧି ଶକ୍ତିକୁ ଦ୍ୱିଗୁଣିତ କରିପାରେ ।
ଅଫିସ ସେଟିଂରେ ଦର୍ପଣଗୁଡ଼ିକୁ ଏପରି ଭାବରେ ରଖିବା ଉଚିତ ଯାହା ଦ୍ୱାରା ତାହା ସ୍ପଷ୍ଟତା ଏବଂ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି କରିପାରିବ । ବାସ୍ତୁ ଅନୁଯାୟୀ ଦର୍ପଣ ଦିଗର ନୀତି ଅନୁସରଣ କରି, କାର୍ଯ୍ୟାଳୟର ଉତ୍ତର କିମ୍ବା ପୂର୍ବ କାନ୍ଥରେ ଲଗାଯାଇଥିବା ଦର୍ପଣ ଏକ ଖୋଲା ସ୍ଥାନ କିମ୍ବା ଦ୍ୱାରର ଦୃଶ୍ୟକୁ ପ୍ରତିଫଳିତ କରିପାରେ, ଯାହା ନୂତନ ସୁଯୋଗ ଏବଂ ଅଭିବୃଦ୍ଧିର ପ୍ରତୀକ ଅଟେ । ୱାର୍କଷ୍ଟେସନ ସମ୍ମୁଖରେ ସିଧାସଳଖ ଦର୍ପଣ ରଖିବା ଠାରୁ ଦୂରେଇ ରହିବା ଜରୁରୀ କାରଣ ଏହା ମାନସିକ ଚାପ ଏବଂ ବିଭ୍ରାନ୍ତି ବଢାଇପାରେ । ଏହାବ୍ୟତୀତ, ଧ୍ୟାନ ରଖନ୍ତୁ ଯେ ଦର୍ପଣରେ କୌଣସି ଅସମ୍ପୂର୍ଣ୍ଣ ପ୍ରକଳ୍ପ କିମ୍ବା ଆଜେବାଜେ ବସ୍ତୁ ବା ଆବର୍ଜନା ପ୍ରତିଫଳିତ ହେବା ଉଚିତ୍ ନୁହେଁ, କାରଣ ଏହା ପ୍ରତୀକାତ୍ମକ ଭାବରେ କାର୍ଯ୍ୟଭାରକୁ ଦ୍ୱିଗୁଣିତ କରିପାରେ ଏବଂ ଉତ୍ପାଦକତାରେ ବାଧା ସୃଷ୍ଟି କରିପାରେ ।
1) ଉତ୍ତର କିମ୍ବା ପୂର୍ବ କାନ୍ଥରେ ଦର୍ପଣ ରଖନ୍ତୁ: ସକାରାତ୍ମକ ଶକ୍ତି ଆକର୍ଷଣ କରିବା ପାଇଁ ଏହା ଆଦର୍ଶ ହୋଇଥାଏ ।
2) ସୁନ୍ଦର ଦୃଶ୍ୟକୁ ପ୍ରତିଫଳିତ କରିବା ପାଇଁ ଦର୍ପଣ ବ୍ୟବହାର କରନ୍ତୁ: ପ୍ରକୃତି କିମ୍ବା ଏକ ମନୋରମ କଳାକୃତିକୁ ପ୍ରତିଫଳିତ କରିପାରୁଥିବା ସ୍ଥାନରେ ଦର୍ପଣ ରଖିଲେ ସକାରାତ୍ମକ ଭାବନା ଦ୍ୱିଗୁଣିତ ହୋଇଥାଏ ।
3) ଦର୍ପଣକୁ ସ୍ୱଚ୍ଛ ଓ ସଫା ରଖନ୍ତୁ: ଦର୍ପଣରେ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶୁଦ୍ଧ ଏବଂ ସକାରାତ୍ମକ ଶକ୍ତିର ପ୍ରତିଫଳନକୁ ସୁନିଶ୍ଚିତ କରେ ।
4) ପୂର୍ଣ୍ଣ ଦୈର୍ଘ୍ୟ ଦର୍ପଣ ବ୍ୟବହାର କରନ୍ତୁ: ଏଭଳି ଦର୍ପଣ ସମଗ୍ର ଶରୀରର ପ୍ରତିଫଳନକୁ ସୁନିଶ୍ଚିତ କରିଥାଏ, ଯାହା ଶକ୍ତି ପ୍ରବାହକୁ ବନ୍ଦ କରିନଥାଏ ।
5) ଆଲୋକ ବୃଦ୍ଧି ପାଇଁ ଦର୍ପଣ ରଖନ୍ତୁ: ଯଦି ଆପଣଙ୍କ ସ୍ଥାନଟି ଅନ୍ଧାରୁଆ ଅଛି, ତେବେ ପ୍ରାକୃତିକ ଆଲୋକକୁ ପ୍ରତିଫଳିତ କରିବା ପାଇଁ ଦର୍ପଣ ରଖନ୍ତୁ ଏବଂ ଆପଣଙ୍କ ଘର କିମ୍ବା ଅଫିସକୁ ଉଜ୍ଜ୍ୱଳ କରନ୍ତୁ ।
1) ଶଯ୍ୟାର ଠିକ୍ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ: ଶୋଇବା ଘରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଅଶାନ୍ତି ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ ।
2) ଖଣ୍ଡବିଖଣ୍ଡିତ କିମ୍ବା ଭଙ୍ଗା ଦର୍ପଣଠାରୁ ଦୂରେଇ ରୁହନ୍ତୁ: ଏହା ଦ୍ୱାରା ଆପଣଙ୍କ ଘର କିମ୍ବା ଅଫିସରେ ଭଗ୍ନ କିମ୍ବା ଖଣ୍ଡବିଖଣ୍ଡିତ ଶକ୍ତି ସୃଷ୍ଟି ହୋଇପାରେ ।
3) କୌଣସି ଦ୍ୱାରର ଠିକ୍ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ: ଏଥିରେ ଘରର ଉଭୟ ମୁଖ୍ୟ ପ୍ରବେଶ ଦ୍ୱାର ଏବଂ ଘର ଭିତରେ ଥିବା ଅନ୍ୟାନ୍ୟ ଦ୍ୱାରଗୁଡ଼ିକ ଅନ୍ତର୍ଭୁକ୍ତ, କାରଣ ଏହା ଶକ୍ତିକୁ ଦୂରକୁ ଠେଲି ଦେଇପାରେ ।
4) ନକାରାତ୍ମକ ଛବି ପ୍ରତିଫଳିତ ହେବାରୁ ଦୂରେଇ ରୁହନ୍ତୁ: ଦର୍ପଣରେ ଆଜେବାଜେ ବସ୍ତୁ, ଆବର୍ଜନା ପାତ୍ର କିମ୍ବା ନକାରାତ୍ମକ ଶକ୍ତିର କୌଣସି ଉତ୍ସ ପ୍ରତିଫଳିତ ହେବା ଉଚିତ୍ ନୁହେଁ ।
5) ପୁରୁଣା, ମଳିନ ଦର୍ପଣ ବ୍ୟବହାର କରନ୍ତୁ ନାହିଁ: ଏଗୁଡ଼ିକ ପ୍ରତିଫଳନ ଏବଂ ଶକ୍ତିକୁ ବିକୃତ କରିପାରେ ଏବଂ ବାସ୍ତୁଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ ।
ବାସ୍ତୁ ଅନୁଯାୟୀ ଦର୍ପଣ ଦିଗର ଉପରୋକ୍ତ ସରଳ କରଣୀୟ ଏବଂ ବର୍ଜନୀୟ ନିୟମ ଏବଂ ବାସ୍ତୁ ଅନୁଯାୟୀ ସତର୍କ ଦର୍ପଣ ସ୍ଥାପନ ଦ୍ୱାରା ଆପଣ ନିଜ ଘର ଏବଂ ଅଫିସରେ ସକାରାତ୍ମକ ଶକ୍ତିର ପ୍ରବାହକୁ ଅନୁକୂଳତମ କରିପାରିବେ ।
ଶେଷରେ, ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘର କିମ୍ବା ଅଫିସରେ ଦର୍ପଣ ଲଗାଇବାର ତାତ୍ପର୍ଯ୍ୟ କେବଳ ସୌନ୍ଦର୍ଯ୍ୟବୋଧ ମଧ୍ୟରେ ସୀମିତ ନୁହେଁ । ସକାରାତ୍ମକତା, ସମୃଦ୍ଧି ଏବଂ ସୌହାର୍ଦ୍ଦ୍ୟ ସହିତ ଏକ ଅନୁକୂଳ ଏକ ସ୍ଥାନ ସୃଷ୍ଟି କରିବା ପାଇଁ ଶକ୍ତିକୁ ନିର୍ଦ୍ଦେଶିତ କରିବାରେ ମଧ୍ୟ ତାହାର ମହତ୍ତ୍ୱ ରହିଛି । ଆପଣ ନିଜ ସ୍ଥାନକୁ ନୂଆ ରୂପ ଦେଉଥାନ୍ତୁ କିମ୍ବା କେବଳ ଦର୍ପଣର ଜାଗା ବଦଳାଉଥାନ୍ତୁ, ବାସ୍ତୁ ଅନୁସାରେ ଦର୍ପଣ ବାବଦୀୟ ଉପରୋକ୍ତ ଛୋଟ ଛୋଟ ନିୟମଗୁଡ଼ିକ ଆପଣଙ୍କ ମଙ୍ଗଳ ଏବଂ ସଫଳତାରେ ବଡ଼ ପ୍ରଭାବ ପକାଇପାରିବ ।