Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଟାଇଲ୍ସ ଆଭ୍ୟନ୍ତରୀଣ ଡିଜାଇନ୍ର ଏକ ଅତ୍ୟାବଶ୍ୟକ ଉପାଦାନ ହୋଇଥାଏ, ଯାହା ବ୍ୟାବହାରିତ ସହିତ ସୌନ୍ଦର୍ଯ୍ୟ ମଧ୍ୟ ଯୋଗାଇଥାଏ। ସେଗୁଡ଼ିକ ବିଭିନ୍ନ ସାମଗ୍ରୀରେ ନିର୍ମିତ ହୋଇଥାଏ ଏବଂ ପ୍ରତ୍ୟେକର ଖାସ୍ ବୈଶିଷ୍ଟ୍ୟ ରହିଥାଏ। ଉଦାହରଣସ୍ୱରୂପ, ସେରାମିକ୍ ଟାଇଲ୍ସ ତାହାର ସ୍ଥାୟିତ୍ୱ ଓ ବହୁ-ଉପଯୋଗିତା ପାଇଁ ଆଦୃତି ଲାଭ କରିଛି, ଯାହା ବିଭିନ୍ନ ପ୍ରକାର ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ। ଅନ୍ୟପକ୍ଷରେ ଚିନାମାଟି ଟାଇଲ୍ସ ଅଧିକ ଘନ ଏବଂ ମଜବୁତ କିସମର ହୋଇଥାଏ, ଯାହା ଅଧିକ ଚଳପ୍ରଚଳ କରାଯାଉଥିବା ସ୍ଥାନ ପାଇଁ ଉପଯୁକ୍ତ। ଗ୍ଲାସ୍ ଟାଇଲ୍ସଗୁଡ଼ିକ ତାହା ଲାଗିଥିବା ସ୍ଥାନକୁ ଅଧିକ ଜୀବନ୍ତ କରିଥାଏ ଏବଂ ତାହାକୁ ପ୍ରାୟତଃ ସାଜସଜ୍ଜା ଉଦ୍ଦେଶ୍ୟ ପାଇଁ ଲଗାଯାଏ । ମାର୍ବଲ ଏବଂ ଗ୍ରାନାଇଟ୍ ଭଳି ପ୍ରାକୃତିକ ପଥର ଟାଇଲ୍ସ ଚିରନ୍ତର ଶୋଭା ଆଣିଥାଏ କିନ୍ତୁ ନିୟମିତ ଯତ୍ନ ଆବଶ୍ୟକ କରିଥାଏ। ହାର୍ଡଉଡ୍ ଏବଂ କୃତ୍ରିମ କାଠ କିସମରେ ଆସୁଥିବା କାଠ ଟାଇଲ୍ସ ସ୍ଥାୟିତ୍ୱ ଯୋଗାଇବା ସହିତ କାଠର ଉଷ୍ମ ରୂପ ପ୍ରଦାନ କରିଥାଏ। ନିଜ ସ୍ଥାନ ପାଇଁ ଡିଜାଇନ୍ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିବା ସମୟରେ ଟାଇଲ୍ଗୁଡ଼ିକର ଏହିସବୁ ପ୍ରକାରଭେଦ ଓ ବୈଶିଷ୍ଟ୍ୟଗୁଡ଼ିକୁ ବୁଝିବା ଜରୁରୀ ହୋଇଥାଏ। ଚାଲନ୍ତୁ, ପ୍ରତ୍ୟେକ କିସମର ଟାଇଲ୍ ବିଷୟରେ ଆଉ ଅଧିକ ଜାଣିବା।
ସେରାମିକ୍ ଟାଇଲ୍ସ ତାହାର ସ୍ଥାୟିତ୍ୱ, ବହୁମୁଖୀ ଉପଯୋଗ ଏବଂ ସୁଲଭତା କାରଣରୁ ଉଭୟ ଆବାସିକ ଏବଂ ବାଣିଜ୍ୟିକ ସ୍ଥାନ ପାଇଁ ଏକ ଲୋକପ୍ରିୟ ପସନ୍ଦରେ ପରିଣତ ହୋଇଛି। ପୁନଶ୍ଚ, ସେଗୁଡ଼ିକ ପୋର୍ସିଲେନ୍ ବା ଚିନାମାଟି ଓ ମୋଜାଇକ୍ ଭଳି ବିଭିନ୍ନ କିସମରେ ଉପଲବ୍ଧ ହୋଇଥାଏ।
ଚିନାମାଟି ଟାଇଲ୍ସ ତାହାର ଘନତ୍ୱ ଏବଂ ଆର୍ଦ୍ରତା, ଦାଗ ଏବଂ ରାଞ୍ଚୁଡ଼ା ପ୍ରତିରୋଧୀ ବୈଶିଷ୍ଟ୍ୟ ପାଇଁ ସୁପରିଚିତ। ଅଧିକ ଚଳପ୍ରଚଳ କରାଯାଉଥିବା ଏବଂ ବାହ୍ୟ ସ୍ଥାନଗୁଡ଼ିକ ପାଇଁ ଏହି ଟାଇଲ୍ ସବୁଠାରୁ ଉପଯୁକ୍ତ ହୋଇଥାଏ। ଏହା ବ୍ୟାପକ ବର୍ଗର ରଙ୍ଗ ଏବଂ ଫିନିଶ୍ରେ ଉପଲବ୍ଧ ହେବା ସହିତ ବହୁମୁଖୀ ଉପଯୋଗିତା ଯୋଗାଇଥାଏ। ଏହାର ରକ୍ଷଣାବେକ୍ଷଣ କରିବା ମଧ୍ୟ ସହଜ ହୋଇଥାଏ କାରଣ ଏହା ସିଲିଂ କିମ୍ବା ସ୍ୱତନ୍ତ୍ର ସଫେଇ ଉତ୍ପାଦ ଆବଶ୍ୟକ କରି ନ ଥାଏ।
ମୋଜାଇକ୍ ଟାଇଲ୍ସ, ସାଧାରଣତଃ ୨ ଇଞ୍ଚ ଆକାରର, ବହୁମୁଖୀ ସାଜସଜ୍ଜା ଲାଗି ଉଦ୍ଦିଷ୍ଟ ଟାଇଲ୍ସ ଅଟେ, ଯାହା ସେରାମିକ୍, ଗ୍ଲାସ୍ କିମ୍ବା ପ୍ରାକୃତିକ ପଥରରେ ଏକ ଜାଲିଦାର ପୃଷ୍ଠଭାଗ ଉପରେ ଲାଗି ରହି ନିର୍ମିତ ହୋଇଥାଏ। ଏଥିରେ ସୁନ୍ଦର ଡିଜାଇନ୍ ଓ ପ୍ୟାଟର୍ନର କାରୁକାର୍ଯ୍ୟ କରିହୋଇଥାଏ, ତେଣୁ ସେଗୁଡ଼ିକ ବାଥରୁମ୍, କିଚେନ୍ ଏବଂ ପୁଲ୍ଗୁଡ଼ିକୁ ସୃଜନଶୀଳ ରୂପ ଦେବା ପାଇଁ ବ୍ୟବହାର କରାଯାଏ।
କାଠ ଟାଇଲ୍ସ କାଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଟାଇଲ୍ସର ସ୍ଥାୟିତ୍ୱ ତଥା ସହଜ ରକ୍ଷଣାବେକ୍ଷଣର ଏକ ଅନନ୍ୟ ସମ୍ମିଶ୍ରଣ ହୋଇଥାଏ। ଏହା ଅଧୀନରେ ଦୁଇ ପ୍ରକାର ଟାଇଲ୍ସ ଆସିଥାଏ:
ଓକ୍, ମେପଲ୍ ଏବଂ ଅଖରୋଟ ଭଳି ଗଛର ବାସ୍ତବ କାଠରୁ ନିର୍ମିତ ହାର୍ଡଉଡ୍ ଟାଇଲ୍ସ ପାରମ୍ପରିକ କାଠନିର୍ମିତ ମେଜିଆର ରୂପକୁ ପ୍ରତିଫଳିତ କରିଥାଏ। ସେଗୁଡ଼ିକ ବହୁମୁଖୀ ରଙ୍ଗ ଏବଂ ରୂପର ବିକଳ୍ପ ପ୍ରଦାନ କରିଥାଏ, ତାହାକୁ ବାଲିକାଗଜରେ ଘଷି ପୁନଃ-ଫିନିଶ୍ କରାଯାଇପାରିଥାଏ। ଏହା ଲିଭିଂ ଏରିଆ, ବେଡରୁମ୍ ଏବଂ ହଲୱେ ସମେତ ଅଧିକାଂଶ କୋଠରୀ ପାଇଁ ଉପଯୁକ୍ତ ହୋଇଥାଏ।
କୃତ୍ରିମ କାଠ ଟାଇଲ୍ସକୁ ଉଡ୍-ଲୁକ୍ ଟାଇଲ୍ସ ମଧ୍ୟ କୁହାଯାଏ । ଏହା ସେରାମିକ୍ କିମ୍ବା ଚିନାମାଟିରେ ନିର୍ମିତ ହୋଇଥାଏ, ଯାହା ଅଧିକ ବଜେଟ-ଅନୁକୂଳ ମୂଲ୍ୟରେ ପ୍ରକୃତ କାଠର ରୂପ ଦେଇଥାଏ। ଅନେକ ପ୍ରକାର ରଙ୍ଗ ଏବଂ ଫିନିଶ୍ ସହିତ ଏହି ଟାଇଲ୍ସଗୁଡ଼ିକ ଉଷ୍ମତା ଏବଂ ଷ୍ଟାଇଲ୍ ଯୋଗାଇଥାଏ। ଏହି ଟାଇଲ୍ସଗୁଡ଼ିକ ଆର୍ଦ୍ରତା, ରାଞ୍ଚୁଡ଼ା ଚିହ୍ନ ଓ ଦାଗ ନିରୋଧୀ ହୋଇଥାଏ, ତେଣୁ ତାହା ବାଥରୁମ୍ ଓ କିଚେନ୍ ଭଳି ଆର୍ଦ୍ର ସ୍ଥାନ ପାଇଁ ଉପଯୁକ୍ତ ତଥା ଏହା କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ। ତେଣୁ, ସେଗୁଡ଼ିକ କାଠର ସୌନ୍ଦର୍ଯ୍ୟ ସାଙ୍ଗକୁ ଟାଇଲ୍ସର ଲାଭ ଦେଇଥାଏ।
ଗ୍ଲାସ୍ ଟାଇଲ୍ସ, ତାହାର ଚକଚକିଆ ଫିନିଶ୍ ସହିତ ଆଲୋକକୁ ପ୍ରତିଫଳିତ କରି ତାହା ଲାଗିଥିବା ଜାଗାକୁ ଉଜ୍ଜ୍ୱଳ କରିଥାଏ ଏବଂ ଏହା ବହୁମୁଖୀ ଡିଜାଇନ୍ ବିକଳ୍ପ ଯୋଗାଇଥାଏ। ନିଜର ସ୍ଥାୟିତ୍ୱ, ଦାଗ ପ୍ରତିରୋଧି ସାମର୍ଥ୍ୟ ଓ ସହଜରେ ସଫା କରି ହେଉଥିବା ଗୁଣ ପାଇଁ କିଚେନ୍, ବାଥରୁମ୍ ଏବଂ ପାଣି ଛିଟିକି ପଡ଼ୁଥିବା ସ୍ଥାନ ପାଇଁ ଉପଯୁକ୍ତ ହୋଇଥାଏ। ହେଲେ, ଏହା ଅପେକ୍ଷାକୃତ ମହଙ୍ଗା ହୋଇଥାଏ ଏବଂ ଉପଯୁକ୍ତ ସଂଲଗ୍ନତା ପାଇଁ ପେସାଦାରଙ୍କ ଦ୍ୱାରା ସ୍ଥାପନା ଆବଶ୍ୟକ କରିଥାଏ।
ସିମେଣ୍ଟ ଟାଇଲ୍ସକୁ ଏନକଷ୍ଟିକ୍ ଟାଇଲ୍ସ ମଧ୍ୟ କୁହାଯାଏ। ଏଗୁଡ଼ିକୁ ରଙ୍ଗିନ୍ ସିମେଣ୍ଟ ଦ୍ୱାରା ହାତରେ ତିଆରି କରାଯାଇଥାଏ ଏବଂ ସେଗୁଡ଼ିକୁ ଅନନ୍ୟ ସାଜସଜ୍ଜା ପ୍ୟାଟର୍ନ ତଥା ଉଜ୍ଜ୍ୱଳ ରଙ୍ଗଗୁଡ଼ିକରେ ଉପଲବ୍ଧ ହୋଇଥାଏ। ଏହି ଟାଇଲ୍ସ ଦୀର୍ଘସ୍ଥାୟୀ ଏବଂ ଅଧିକ ଚଳପ୍ରଚଳ କରାଯାଇଥିବା ସ୍ଥାନ ପାଇଁ ସବୁଠାରୁ ଉପଯୁକ୍ତ ଅଟେ। ଏହା ପ୍ରାକୃତିକ ଭାବେ ଖସଡ଼ା ନିରୋଧୀ ହୋଇଥାଏ, କିନ୍ତୁ ଏହା ନିଜର ସୁନ୍ଦର ରୂପକୁ ବଜାୟ ରଖିବା ପାଇଁ ସିଲିଂ ତଥା ନିୟମିତ ରକ୍ଷଣବେକ୍ଷଣ ଆବଶ୍ୟକ କରିଥାଏ। ଅଧିକ ମୂଲ୍ୟ ସତ୍ତ୍ୱେ, ଏହି ଟାଇଲ୍ଗୁଡ଼ିକ ନିଜର କାଳଜୟୀ ସୌନ୍ଦର୍ଯ୍ୟ ଏବଂ କୋଠରୀକୁ ଏକ ନିଆରା ଚରିତ୍ର ପ୍ରଦାନ କରିବାର ବୈଶିଷ୍ଟ୍ୟ ପାଇଁ ଆଦୃତି ଲାଭ କରିଛି।
ଭିଟ୍ରିଫାଏଡ୍ ଟାଇଲ୍ସ ବିଭିନ୍ନ ସ୍ଥାନ ପାଇଁ ଉପଯୁକ୍ତ ମଜବୁତ ଏବଂ ବହୁମୁଖୀ ଉପଯୋଗିତାଧାରୀ ବିକଳ୍ପ ଅଟେ। ତାହାର ସୁଦୃଢ଼ତା, ସ୍ୱଳ୍ପ ଛିଦ୍ରାଳତା ଏବଂ ସହଜ ରକ୍ଷଣାବେକ୍ଷଣ ଯୋଗୁଁ ଉଭୟ ଆବାସିକ ଏବଂ ବାଣିଜ୍ୟିକ ପ୍ରକଳ୍ପ ପାଇଁ ଉପଯୁକ୍ତ ଅଟେ। ସେଗୁଡ଼ିକ ବିଭିନ୍ନ କିସମରେ ଉପଲବ୍ଧ ହୋଇଥାଏ, ଯେପରିକି:
ପଲିଶ୍ଡ ଗ୍ଲେଜଡ୍ ଭିଟ୍ରିଫାଏଡ୍ ଟାଇଲ୍ସ ବା ପିଜିଭିଟି ହେଉଛି ସିରାମିକ୍ ଟାଇଲ୍ସ ଯେଉଁଥିରେ ଭିଟ୍ରିଫାଇଡ୍ ଟାଇଲ୍ସ ଉପରେ ଏକ ଗ୍ଲେଜ୍ ସ୍ତର ପ୍ରୟୋଗ ଏବଂ ପଲିସ୍ କରି ଏକ ଚମକଦାର ଫିନିଶ୍ ହାସଲ କରାଯାଏ । ସେଗୁଡ଼ିକ ଆବାସିକ ଏବଂ ବାଣିଜ୍ୟିକ ସ୍ଥାନ ପାଇଁ ଆଦର୍ଶ ହୋଇଥିବା ବିଭିନ୍ନ ଡିଜାଇନ୍ ଏବଂ ରଙ୍ଗରେ ଉପଲବ୍ଧ ଏବଂ ସେଗୁଡ଼ିକ ଆଧୁନିକ ଆଭ୍ୟନ୍ତରୀଣ ପାଇଁ ଏକ ମନୋରମ ଏବଂ ସ୍ଥାୟୀ ବିକଳ୍ପ ପ୍ରଦାନ କରିଥାଏ।
ଜିଭିଟି ଟାଇଲ୍ସ ନାମରେ ପରିଚିତ ଗ୍ଲେଜ୍ଡ ଭିଟ୍ରିଫାଏଡ୍ ଟାଇଲ୍ସରେ ବିଭିନ୍ନ ଡିଜାଇନ୍ ଏବଂ ଢାଞ୍ଚା ସହିତ ଏକ ଗ୍ଲେଜ୍ ସ୍ତର ରହିଥାଏ। ଯଦିଓ ପିଜିଭିଟି ତୁଳନାରେ ସେଗୁଡ଼ିକର ଫିନିଶ୍ କମ୍ ଚମକଦାର ହୋଇପାରେ, କିନ୍ତୁ ସେଗୁଡ଼ିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବହୁମୁଖୀତା ପ୍ରଦାନ କରିଥାଏ। ଏହି ମଜବୁତ ଏବଂ ଜଳ ପ୍ରତିରୋଧକ ଟାଇଲ୍ ସାଧାରଣତଃ ରୋଷେଇ ଘର, ବାଥରୁମ୍ ଏବଂ ରହିବା ସ୍ଥାନ ପରି ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟବହୃତ ହୁଏ, ଯାହା ସେରାମିକ୍ର ବ୍ୟବହାରିକତା ସାଙ୍ଗକୁ ପ୍ରାକୃତିକ ସାମଗ୍ରୀର ରୂପ ପ୍ରଦାନ କରିଥାଏ ।
ପ୍ରାକୃତିକ ପଥର ଟାଇଲ୍ସ, କ୍ୱାରୀ ଟାଇଲ୍ସ, ଟେରାକୋଟା ଟାଇଲ୍ସ ଏବଂ ଧାତବ ଟାଇଲ୍ସ ଭଳି ଆହୁରି ଅନେକ ପ୍ରକାର ଟାଇଲ୍ସ ମଧ୍ୟ ଉପଲବ୍ଧ, ଯାହା ମଧ୍ୟରୁ ଆପଣ ନିଜର ଘର ପାଇଁ ସବୁଠାରୁ ଉପଯୁକ୍ତ ହୋଇଥିବା କିସମକୁ ବାଛିପାରିବେ।
ଏହି ବ୍ଲଗ୍ ପୋଷ୍ଟରେ, ଆମେ ସାଧାରଣତଃ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଡିଜାଇନରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଟାଇଲ୍ ସମ୍ପର୍କରେ ଆଲୋଚନା କରିଛୁ । ଏହାବ୍ୟତୀତ ମାର୍ବଲ, ଗ୍ରାନାଇଟ୍, ଟେରାକୋଟା ଏବଂ ଟ୍ରାଭର୍ଟିନ୍ ଭଳି ଅନ୍ୟ ଟାଇଲ୍ କିସମ ମଧ୍ୟ ରହିଛି, ଏବଂ ପ୍ରତ୍ୟେକ କିସମର ଟାଇଲ୍ ଅନନ୍ୟ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ଭିନ୍ନ ଭିନ୍ନ ପରିସ୍ଥିତି ଏବଂ ଘର ଡିଜାଇନ୍ରେ ପ୍ରତ୍ୟେକ ପ୍ରକାର ଟାଇଲ୍ର ନିଆରା ଭୂମିକା ରହିଥାଏ। ଏହି ବିକଳ୍ପଗୁଡିକ ବୁଝିବା ଆପଣଙ୍କ ପସନ୍ଦ ଅନୁଯାୟୀ ସୁନ୍ଦର ଏବଂ କାର୍ଯ୍ୟଦକ୍ଷ ବାସସ୍ଥାନ ସୃଷ୍ଟି କରିବାରେ ସାହାଯ୍ୟ କରେ ।