ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ଏଲିଭେସନ୍ ପ୍ଲାନ୍ କ’ଣ? ତାହାର ମହତ୍ତ୍ୱକୁ ବୁଝିବା ପାଇଁ ଏକ ବ୍ୟାପକ ଗାଇଡ୍

ନିର୍ମାଣ ଜଗତରେ, ଏକ କଳ୍ପନାକୁ ବାସ୍ତବିକ ରୂପ ଦେବା ପାଇଁ ଯୋଜନା, ମାପଚୁପ ଏବଂ ନିଖୁଣ କାର୍ଯ୍ୟ ସମ୍ପାଦନ ଆବଶ୍ୟକ ହୋଇଥାଏ। ଯେକୌଣସି ନିର୍ମାଣ ପ୍ରକଳ୍ପର ମେରୁଦଣ୍ଡ ସାଜୁଥିବା ଅନ୍ୟତମ ମୌଳିକ ଦିଗ ହେଉଛି ତାହାର ‘‘ଏଲିଭେସନ୍ ପ୍ଲାନ୍’’। ଏହି ଯୋଜନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାହା ଆର୍କିଟେକ୍ଟ, ବିଲ୍ଡର ତଥା ଇଞ୍ଜିନିୟରଙ୍କ ପାଇଁ ଢାଞ୍ଚାର ଡିଜାଇନ୍ ସମ୍ବନ୍ଧୀୟ ଏକ ନକ୍‌‌ସା ଭାବେ କାମ କରିଥାଏ।

Share:


ଏଲିଭେସନ୍ ପ୍ଲାନ୍ ଆମକୁ ଚୂଡ଼ାନ୍ତ ବିଲଡିଂ କିପରି ଦେଖାଯିବ ତାହାର ଏକ ଧାରଣା ଦେଇଥାଏ। ଏହା ବିଲଡିଂର ବାହ୍ୟ ପାର୍ଶ୍ୱର ଦୃଶ୍ୟମାନ ପ୍ରତିଫଳନ ହୋଇଥାଏ, ଯେଉଁଥିରେ ସଂରଚନାଗତ ଏବଂ ସ୍ଥାପତ୍ୟଗତ ବିବରଣୀ ରହିଥାଏ। କେତେକ ମାମଲାରେ, ଏହି ପ୍ଲାନ୍‌‌ଗୁଡ଼ିକରେ ବିଲଡିଂର ଆଭ୍ୟନ୍ତରୀଣ ଅଂଶକୁ ମଧ୍ୟ ଚିତ୍ରାଙ୍କିତ କରାଯାଇଥାଏ। ଠିକ୍ ଯେମିତି ଫ୍ଲୋର୍ ପ୍ଲାନ୍ କିମ୍ବା ରିଫ୍ଲେକ୍ଟେଟ୍ ସିଲିଂ ପ୍ଲାନ୍ ବିଲଡିଂର ଲେ’ଆଉଟ୍‌‌କୁ ଦର୍ଶାଇଥାଏ, ସେହିଭଳି ଏଲିଭେସନ୍ ପ୍ଲାନ୍ ବିଲଡିଂର ଉଚ୍ଚତା ଏବଂ ରୂପକୁ ଦର୍ଶାଇଥାଏ।

 

ବିଲଡିଂର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ତାହା କେମିତି ଦେଖାଯିବ ତାହାକୁ ଅନୁମାନ କରିବା ଓ ବୁଝିବାରେ ଏହା ଆର୍କିଟେକ୍ଟ, ବିଲ୍ଡର ଏବଂ ଗ୍ରାହକମାନଙ୍କୁ ସାହାଯ୍ୟ କରିଥାଏ। ବିଲଡିଂର ବାହ୍ୟ ବୈଶିଷ୍ଟ୍ୟାବଳୀ ଏବଂ ଆୟତନକୁ ଦର୍ଶାଉଥିବା ଏହି ପ୍ଲାନ୍‌‌ଗୁଡ଼ିକ ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପରିବର୍ତ୍ତନକୁ ସହଜ କରିବାରେ ସାହାଯ୍ୟ କରିଥାଏ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତେ ଯେପରି ଡିଜାଇନ୍‌‌କୁ ନେଇ ସନ୍ତୁଷ୍ଟ ତାହା ସୁନିଶ୍ଚିତ କରି ଏହା ସମୟ, ସମ୍ବଳ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିଥାଏ।

 

ଏହି ବ୍ଲଗ୍‌‌ରେ ଆମେ ଏଲିଭେସନ୍ ପ୍ଲାନ୍ କ’ଣ, ତାହାର ମହତ୍ତ୍ୱ ଏବଂ ନିର୍ମାଣ ପ୍ରକଳ୍ପଗୁଡ଼ିକର ସଫଳ ସମାପ୍ତି ପାଇଁ ତାହା କିପରି ଏକ ମୂଲ୍ୟବାନ୍ ସମ୍ପତ୍ତି ଅଟେ ସେ ସମ୍ପର୍କରେ ଆଲୋଚନା କରିବା।



ଏଲିଭେସନ୍ ଡ୍ରଇଂରେ କ’ଣସବୁ ରହିଥାଏ?



ଏଲିଭେସନ୍ ଡ୍ରଇଂ ପ୍ଲାନ୍ ତିଆରି କରିବା ପାଇଁ ମୁଖ୍ୟ ଦ୍ୱାର, ଝରକା, ଛାତର କ୍ଷେତ୍ରଫଳ, ଆୟତନ, ନିର୍ଦ୍ଦେଶିକା ଏବଂ ମାପ ଭଳି ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହି ପ୍ଲାନ୍‌‌ଗୁଡ଼ିକ ସାଧାରଣତଃ ଚାରି-ଦିଶାତ୍ମକ ଦୃଶ୍ୟ ପାଇଁ ତିଆରି କରାଯାଇଥାଏ: ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ। ଏଲିଭେସନ୍ ପ୍ଲାନ୍‌‌ରେ ସାଧାରଣତଃ ନିମ୍ନଲିଖିତ ମୁଖ୍ୟ ଉପାଦାନଗୁଡ଼ିକ ରହିଥାଏ:

 

୧. ସ୍ଥାପତ୍ୟଗତ ବିବରଣୀ

ପ୍ଲାନ୍‌‌ରେ ଏକ ବିଲଡିଂର ସ୍ଥାପତ୍ୟଗତ ବୈଶିଷ୍ଟ୍ୟ ଯେପରିକି- ବାହ୍ୟରୂପ ଡିଜାଇନ୍, ବାହ୍ୟ ଫିନିଶ୍, ସାଜସଜ୍ଜାମୂଳକ ଉପାଦାନ ଏବଂ ବିଲଡିଂର ସାମଗ୍ରିକ ସୌନ୍ଦର୍ଯ୍ୟରେ ସହାୟକ ଅନ୍ୟାନ୍ୟ ଆଳଙ୍କାରିକ ବୈଶିଷ୍ଟ୍ୟାବଳୀକୁ ଦର୍ଶାଇଥାଏ।

 

୨. ଆୟତନ

ପ୍ଲାନ୍‌‌ରେ ନିର୍ଭୁଲ୍ ମାପ ଏବଂ ଆୟତନକୁ ସାମିଲ କରାଯାଇଥାଏ, ଯାହା ବିଲ୍ଡରଙ୍କୁ ବାହ୍ୟରୂପର ପ୍ରତ୍ୟେକ ଉପାଦାନର ଆକାର ଓ ମାପକୁ ସ୍ଥିର କରିବାରେ ସାହାଯ୍ୟ କରିଥାଏ। ଏହି ସୂଚନା ନିର୍ମାଣ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

 

୩. ଆନୁପାତିକ ମାପ

ଏହି ମାପ ଆନୁପାତିକ ଭାବେ ଅଙ୍କନ କରାଯାଇଥାଏ, ଏହା ମାଧ୍ୟମରେ ଆର୍କିଟେକ୍ଟ, ବିଲ୍ଡର ଓ ଗ୍ରାହକମାନେ ବିଲଡିଂର ବିଭିନ୍ନ ଉପାଦାନଗୁଡ଼ିକର ଆପେକ୍ଷିକ ଆକାର ଓ ଦୂରତ୍ୱ ଆଦିକୁ ବୁଝିପାରିଥାନ୍ତି।

 

୪. ଝରକା ଓ ଦ୍ୱାର

ଏଲିଭେସନ୍ ପ୍ଲାନ୍‌‌ରେ ଝରକା ଓ ଦ୍ୱାରର ସ୍ଥାନ, ଆକାର ଓ ଶୈଳୀ ଦର୍ଶାଯାଇଥାଏ। ଏହି ଖୋଲା ଜାଗାଗୁଡ଼ିକ ସାମଗ୍ରିକ ଡିଜାଇନକୁ କିପରି ପ୍ରଭାବିତ କରିବ ତାହା ସମ୍ପର୍କରେ ସ୍ପଷ୍ଟ ଧାରଣା ମିଳିପାରିଥାଏ।

 

୫. ଛାତର ଡିଜାଇନ୍

ଏହି ପ୍ଲାନ୍‌‌ରେ ଛାତର ଡିଜାଇନ୍ ମଧ୍ୟ ଦର୍ଶାଯାଇଥାଏ, ଯେଉଁଥିରେ ଛାତର ଗଡ଼ାଣି, ଶୈଳୀ ଏବଂ ଚିମ୍‌‌ନୀ ଓ ସ୍କାଏଲାଇଟ୍ ଭଳି ଅନ୍ୟାନ୍ୟ ଛାତ ବୈଶିଷ୍ଟ୍ୟାବଳୀକୁ ଦର୍ଶାଯାଇଥାଏ। ସାମଗ୍ରିକ ରୂପକୁ ଅନୁମାନ କରିବା ଏବଂ ସଠିକ୍ ଛାତ ନିର୍ମାଣ ଉପାଦାନଗୁଡ଼ିକର ସଠିକ୍ ନିର୍ମାଣ ସୁନିଶ୍ଚିତ କରିବାରେ ଏହା ସାହାଯ୍ୟ କରିଥାଏ।

 

୬. ଭୂଲମ୍ବ ଉଚ୍ଚତା

ଏଲିଭେସନ୍ ଡ୍ରଇଂରେ ବିଲଡିଂର ଭୂଲମ୍ବ ଆୟତନ ଏବଂ ଉଚ୍ଚତା ମଧ୍ୟ ଚିତ୍ରିତ ହୋଇଥାଏ, ଯାହା ମଧ୍ୟରେ ମହଲାର ସଂଖ୍ୟା, ସିଲିଂର ଉଚ୍ଚତା ଏବଂ ଛାତରେଖା ଅନ୍ତର୍ଭୁକ୍ତ।

 

୭. ସାମଗ୍ରୀର ସୂଚନା

ବାହ୍ୟ କାର୍ଯ୍ୟ ପାଇଁ କେଉଁ କେଉଁ ସାମଗ୍ରୀର ବ୍ୟବହାର ହେବ ସେ ସମ୍ପର୍କରେ ପ୍ଲାନ୍‌‌ରେ ସୂଚନା ଦିଆଯାଇଥାଏ, ଯେପରିକି - ଇଟା, ପଥର, ଷ୍ଟକ୍କୋ କିମ୍ବା ସାଇଡିଂ। ଏହା ନିର୍ମାଣ ପର୍ଯ୍ୟାୟରେ ବିଲ୍ଡର ଏବଂ କଣ୍ଟ୍ରାକ୍ଟରମାନଙ୍କୁ ସୂଚିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ।

 

୮. ଲ୍ୟାଣ୍ଡସ୍କେପିଂ ଏବଂ ବାହ୍ୟ ବୈଶିଷ୍ଟ୍ୟାବଳୀ

କେତେକ ମାମଲାରେ ଏହି ପ୍ଲାନ୍‌‌ରେ ବଗିଚା, ଚଲାପଥ, ଡ୍ରାଇଭୱେ ଏବଂ ବିଲଡିଂର ବାହ୍ୟ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ବାହ୍ୟ ବୈଶିଷ୍ଟ୍ୟ ଭଳି ଲ୍ୟାଣ୍ଡସ୍କେପିଂ ଉପାଦାନଗୁଡ଼ିକ ସାମିଲ ହୋଇଥାଏ।


ଗୃହ ନିର୍ମାଣ ସମୟରେ ଏଲିଭେସନ୍ ପ୍ଲାନ୍‌‌ର ମହତ୍ତ୍ୱ



ବିଲଡିଂ ଏଲିଭେସନ୍ ପ୍ରଶ୍ନ ଉଠିଲେ, ଏହି ପ୍ଲାନ୍‌‌ଗୁଡ଼ିକର ବହୁତ ମହତ୍ତ୍ୱ ରଖିଥାଏ। ଆସନ୍ତୁ, ନିର୍ମାଣ ପ୍ରକ୍ରିୟାରେ ଏଲିଭେସନ୍ ପ୍ଲାନ୍ କାହିଁକି ଅତ୍ୟାବଶ୍ୟକ ତାହାର ବିଭିନ୍ନ କାରଣଗୁଡ଼ିକୁ ଆଲୋଚନା କରିବା:

 

୧. ସହଜ ନିର୍ମାଣ

ଏହି ପ୍ଲାନ୍‌‌ଗୁଡ଼ିକ ଏକ ନକ୍‌‌ସା ରୂପେ କାମ କରିପାରେ, ଯାହା ବିଲ୍‌‌ଡିଂର ବାହ୍ୟ ବିବରଣୀ, ଆୟତନ ଏବଂ ଫିନିଶ୍‌‌କୁ ଦର୍ଶାଇଥାଏ। ଏହା ନିର୍ମାଣ ଟିମ୍‌‌କୁ ନିର୍ଭୁଲ୍ ଭାବେ ଡିଜାଇନକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଥାଏ, ତେଣୁ ନିର୍ମାଣ ପ୍ରକ୍ରିୟା ଅଧିକ ସୁରୁଖୁରୁରେ ଏବ ଅଧିକ ଦକ୍ଷ ଭାବେ ସମ୍ପାଦିତ ହୋଇଥାଏ।

 

୨. ସହଜ ରକ୍ଷଣାବେକ୍ଷଣ

ଏଭଳି ଏକ ପ୍ଲାନ୍ ଘର ମାଲିକଙ୍କ ପାଇଁ ସେମାନଙ୍କ ଘରର ବାହ୍ୟ ଅଂଶରେ ରହିଥିବା ସମସ୍ୟାକୁ ଚିହ୍ନଟ କରିବା ଏବଂ ମରାମତି କରିବା ସହଜ କରିଦେଇଥାଏ। ରକ୍ଷଣାବେକ୍ଷଣ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ଏବଂ ଅଧିକ ଖର୍ଚ୍ଚ-ସାଶ୍ରୟୀ କରିବାକୁ ଏହା ସୁନିଶ୍ଚିତ କରିଥାଏ।

 

୩. ସମ୍ବଳ ସଞ୍ଚୟ

ଏଲିଭେସନ୍ ପ୍ଲାନ୍ ଜରିଆରେ ବିଲଡିଂର ବାହ୍ୟ ଡିଜାଇନର ଏକ ସ୍ପଷ୍ଟ ଅନୁମାନ ପାଇବା ଦ୍ୱାରା ବିଲ୍ଡରମାନେ ନିର୍ମାଣ ସମୟରେ ମହଙ୍ଗା ତ୍ରୁଟିଗୁଡ଼ିକୁ ଏଡ଼ାଇପାରନ୍ତି। ଏହାଦ୍ୱାରା, ପୁନର୍ବାର କାମ କରିବା କିମ୍ବା ଡିଜାଇନ୍ ବଦଳାଇବା ବାବଦୀୟ ଉଭୟ ସମୟ ଓ ସମ୍ବଳର ସଞ୍ଚୟ ସୁନିଶ୍ଚିତ ହୋଇଥାଏ।

 

୪. ସହଜ ପରିବର୍ତ୍ତନ

ବିଲଡିଂରେ କୌଣସି ପରିବର୍ତ୍ତନ କିମ୍ବା ଯୋଗ କରିବା ସମୟରେ ଏହି ପ୍ଲାନ୍‌‌ଗୁଡ଼ିକ ବିଶେଷ ରୂପେ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ। କୋଠରୀର ସମ୍ପ୍ରସାରଣ କରିବା ହେଉ କି ଏକ ଅତିରିକ୍ତ ଝରକା ତିଆରି କରିବା ହେଉ ଅଥବା ଛାତର ରେଖାକୁ ପରିବର୍ତ୍ତନ କରିବା ହେଉ, ଏହି ପ୍ଲାନ୍ ଏକ ସନ୍ଦର୍ଭ ବିନ୍ଦୁ ରୂପେ କାମ କରିଥାଏ ଏବଂ ନିଖୁଣ ଓ ସୁସଙ୍ଗତ ପରିବର୍ତ୍ତନ ପାଇଁ ଅନୁମତି ଦେଇଥାଏ।

 

୫. ସହଜ ସୁଗମତା

ସହଜ ସୁଗମତା ଏଲିଭେସନ୍ ଡ୍ରଇଂ ତିଆରିର ଏକ ମହତ୍ତ୍ୱପୂର୍ଣ୍ଣ ବିଚାରଯୋଗ୍ୟ ଦିଗ ଅଟେ। ସେଥିରେ ବିଦ୍ୟମାନ କାନ୍ଥ ଓ ଗଛଗୁଡ଼ିକୁ ସାମିଲ କରାଯାଇ, ନିର୍ମାଣ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିବାର ସମ୍ଭାବନା ରଖୁଥିବା କିମ୍ବା ବିଲଡିଂ ଚାରିପଟେ ଚଳାଚଳ କରିବାରେ ବାଧା ସୃଷ୍ଟି କରୁଥିବା ଜିନିଷଗୁଡ଼ିକୁ ଚିହ୍ନଟ କରାଯାଇପାରେ, ଯାହାପଳରେ ଘର ମାଲିକ କିମ୍ବା ବିଲ୍ଡର ସେଥିପ୍ରତି ଯତ୍ନବାନ ରହିପାରନ୍ତି ଏବଂ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।


ଏଲିଭେସନ୍ ଡ୍ରଇଂ କ’ଣ ଏବଂ ଏଲିଭେସନ୍ ପ୍ଲାନ୍ ଡ୍ରଇଂ ଅଙ୍କନ କରିବାର ଉପାୟ


୧. ମୁଖ୍ୟ ମହଲା କାନ୍ଥ ଆଧାରରେଖା ଅଙ୍କନ କରିବା

ପାରମ୍ପରିକ ପଦ୍ଧତି ବ୍ୟବହାର କରି ଏଲିଭେସନ୍ ପ୍ଲାନ୍ ତିଆରି କରିବା ପାଇଁ, ଆପଣ ମୁଖ୍ୟ ମହଲାର କାନ୍ଥ ଆଧାରରେଖାରୁ ଅଙ୍କନ କରିବା ଆରମ୍ଭ କରିବାକୁ ହୋଇଥାଏ। ଆପଣଙ୍କର ଫ୍ଲୋର୍ ପ୍ଲାନ୍ ଡ୍ରଇଂକୁ ଦେଖି ଏବଂ ଯେକୌଣସି କାନ୍ଥର ଭୂସମାନ୍ତର ଦୂରତାକୁ ମାପି ଏହା କରାଯାଇପାରିବ। ବାହ୍ୟ ସାଇଡୱାଲ୍ ପାଇଁ କୌଣସି ସାଇଡିଂ ସାମଗ୍ରୀର ମୋଟେଇକୁ ମଧ୍ୟ ସାମିଲ କରିବା ନିଶ୍ଚିତ କରନ୍ତୁ।

 

୨. କାନ୍ଥଗୁଡ଼ିକର ଉଚ୍ଚତା ସ୍ଥିର କରିବା

ମୁଖ୍ୟ ମହଲା କାନ୍ଥଗୁଡ଼ିକୁ ମାପିବା ପରେ, ଆପଣଙ୍କୁ ବାହ୍ୟ କାନ୍ଥଗୁଡ଼ିକ ପାଇଁ ଭୂଲମ୍ବ ରେଖା ଅଙ୍କନ କରିବାକୁ ହୋଇଥାଏ। ଚୂଡ଼ାନ୍ତ ହୋଇ ନ ଥିବା ମହଲା ଉଚ୍ଚତାର କେତେ ଉଚ୍ଚାରେ କାନ୍ଥ ରହିବା ତାହା ସ୍ଥିର କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଲଡିଂର ସେହି ଭାଗରେ କୋଠରୀଗୁଡ଼ିକର ସିଲିଂ ଉଚ୍ଚତାକୁ ବିଚାରକୁ ନିଅନ୍ତୁ ଓ ସେଥିରେ ତାହା ଉପରେ ଥିବା ଯେକୌଣସି ମହଲା କିମ୍ବା ସିଲିଂ କଡ଼ିର ଉଚ୍ଚତାକୁ ଯୋଡ଼ନ୍ତୁ।

 

୩. ଝରକା ଏବଂ ଦ୍ୱାରର ରୂପରେଖା ଅଙ୍କନ

କାନ୍ଥର ଉଚ୍ଚତା ସ୍ଥିର କରିବା ପରେ, ଝରକା ଓ ଦ୍ୱାରଗୁଡ଼ିକର ରୂପରେଖା ଆଙ୍କନ୍ତୁ। ବାହ୍ୟ ଦ୍ୱାର ଏବଂ ଝରକାଗୁଡ଼ିକର ଅବସ୍ଥିତିକୁ ସଠିକ୍ ଭାବେ ସ୍ଥିର କରିବା ପାଇଁ ଆପଣଙ୍କ ମେଜିଆର ଭୂସମାନ୍ତର ରେଖାରୁ ମାପନ୍ତୁ। ନିଖୁଣତାକୁ ସୁନିଶ୍ଚିତ କରିବା ପାଇଁ, ଆପଣଙ୍କ ଏଲିଭେସନ୍ ଡ୍ରଇଂରେ ପ୍ରତ୍ୟେକ ଝରକା ଓ ଦ୍ୱାରର ଆୟତନ ହାସଲ କରିବା ଲାଗି ଏକ ପୃଥକ୍ ଝରକା ଓ ଦ୍ୱାରର ଅନୁସୂଚୀକୁ ଦେଖନ୍ତୁ।

 

୪. ଛାତ ଅଙ୍କନ

ଏବେ ଆପଣ ନିଜ ପ୍ଲାନ୍ ପାଇଁ ଆପଣ ଚାହୁଁଥିବା ଛାତରେଖା ତିଆରି କରିପାରିବେ। ଗେବଲ୍, ଶେଡ୍, ହିପ୍ କିମ୍ବା ଗାମ୍ବ୍ରେଲ୍ ଭଳି ବିଭିନ୍ନ ପ୍ରକାର ଛାତରୁ ଆପଣ ଚାହୁଁଥିବା ସ୍ଥାପତ୍ୟଗତ ଶୈଳୀକୁ ବାଛନ୍ତୁ। ଛାତଟି ବାହ୍ୟ କାନ୍ଥ ଉପରକୁ ଝୁଲି ରହିବ ତାହା ବିଚାରକୁ ନିଅନ୍ତୁ ଏବଂ ଆପଣ ତିଆରି କରୁଥିବା ବାହ୍ୟ ଏଲିଭେସନ୍ ପ୍ଲାନରେ ଏକ ସମ୍ବନ୍ଧଶୀଳ ତଥା ଆଖିକୁ ସୁନ୍ଦର ଦେଖାଯାଉଥିବା ଡିଜାଇନ୍‌‌କୁ ସୁନିଶ୍ଚିତ କରନ୍ତୁ।

 

୫. ଡେକ୍ ଏବଂ ରେଲିଂ ଯୋଡ଼ିବା

ଝରକା, ଦ୍ୱାର, ଛାତ ଏବଂ ମୌଳିକ ଡ୍ରଇଂ ସମାପ୍ତ ହେବା ପରେ, ଆପଣ ଡେକ୍ କିମ୍ବା ପୋର୍ଚ, ରେଲିଂ, ଶିଡ଼ି ଆଦି ଯୋଡ଼ନ୍ତୁ। ଆପଣଙ୍କ ମୁଖ୍ୟ ମେଜିଆ ଓ ଘର ଚାରିପଟର ଚୂଡ଼ାନ୍ତ ଲ୍ୟାଣ୍ଡସ୍କେପିଂ ସ୍ତର ମଧ୍ୟରେ ରହିଥିବା ଉଚ୍ଚତା ତାରତମ୍ୟକୁ ନିର୍ଭୁଲ୍ ଭାବେ ମାପିବାକୁ ଭୁଲନ୍ତୁ ନାହିଁ।

 

୬. ଆଲୋଚନା କରିବା

ପ୍ରକଳ୍ପ ସହିତ ସମ୍ବନ୍ଧିତ ସମସ୍ତଙ୍କ ସହିତ ପ୍ରାରମ୍ଭିକ ଡ୍ରଇଂ ସମ୍ପର୍କରେ ଆଲୋଚନା କରନ୍ତୁ ଏବଂ ସମସ୍ତଙ୍କର ମତାମତ ଓ ପ୍ରସ୍ତାବଗୁଡ଼ିକୁ ସଂଗ୍ରହ କରନ୍ତୁ। ଏହି ସହଯୋଗମୂଳକ ମାର୍ଗ ଦ୍ୱାରା ଡିଜାଇନର ବ୍ୟାପକ ସମୀକ୍ଷା ହୋଇପାରିଥାଏ ଏବଂ ଡିଜାଇନ୍ ବାବଦୀୟ ଚିନ୍ତା କିମ୍ବା ପରିବର୍ତ୍ତନଗୁଡ଼ିକ ସାମିଲ ହେବା ସୁନିଶ୍ଚିତ ହୋଇଥାଏ। ତା’ପରେ ପ୍ଲାନ୍‌‌କୁ ସଂଶୋଧିତ କରାଯାଇ ଡ୍ରଇଂକୁ ଉନ୍ନତ କରାଯାଇପାରିବ।

 

୭. ଡିଜାଇନକୁ ଚୂଡ଼ାନ୍ତ କରିବା

ଆବଶ୍ୟକୀୟ ପରିବର୍ତ୍ତନ ଓ ପ୍ରସ୍ତାବଗୁଡ଼ିକୁ ସାମିଲ କରିବା ପରେ, ଏଲିଭେସନ୍ ଡ୍ରଇଂକୁ ଚୂଡ଼ାନ୍ତ କରିବାର ସମୟ ଆସିଯାଏ। ଡ୍ରଇଂଟି ଯେପରି ଗ୍ରାହକଙ୍କ କଳ୍ପନା ଅନୁରୂପ ହୁଏ, ନିର୍ମାଣ ନିୟମକୁ ଅନୁପାଳନ କରୁଥାଏ ଏବଂ ନିର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକୁ ପୂରଣ କରୁଥାଏ ତାହା ସୁନିଶ୍ଚିତ କରନ୍ତୁ।



ସଂକ୍ଷେପରେ, ଏଲିଭେସନ୍ ପ୍ଲାନ୍ ବିଲଡିଂର ବାହ୍ୟ ରୂପର ଏକ ସଠିକ୍ ଦୃଶ୍ୟମାନ ଚିତ୍ର ପ୍ରଦାନ କରିଥାଏ। ଆପଣ ଜଣେ ଗୃହମାଲିକ ହୁଅନ୍ତୁ କିମ୍ବା ବିଲ୍ଡର ଅଥବା ଆର୍କିଟେକ୍ଟ ହୁଅନ୍ତୁ, ଏହି ଚିତ୍ରଟି ବିଲଡିଂ ପ୍ରକଳ୍ପର ସଫଳ ସମ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତାହାର ମହତ୍ତ୍ୱକୁ ବୁଝିବା ଦ୍ୱାରା ଆପଣଙ୍କର କଳ୍ପନା ଫଳପ୍ରଦ ଭାବେ ବାସ୍ତବତାରେ ପରିଣତ ହୋଇପାରିଥାଏ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ପ୍ରଥମେ କ’ଣ? ଫ୍ଲୋର୍ ପ୍ଲାନ୍ ନା ଏଲିଭେସନ୍ ପ୍ଲାନ୍?

ସାଧାରଣତଃ, ଡିଜାଇନ୍ ପ୍ରକ୍ରିୟାରେ ଏଲିଭେସନ୍ ପ୍ଲାନ୍ ପୂର୍ବରୁ ଫ୍ଲୋର୍ ପ୍ଲାନ୍ କରାଯାଇଥାଏ। ଏଲିଭେସନ୍ ଡ୍ରଇଂରେ ବିଲଡିଂର ଉଚ୍ଚତା ସମ୍ବନ୍ଧୀୟ ଜ୍ଞାନ ରହିବା ଆବଶ୍ୟକ ହୋଇଥାଏ, ତେଣୁ ଢାଞ୍ଚାର ପଦଚିହ୍ନ ସ୍ଥିର ହେଲା ପରେ ହିଁ ତାହାକୁ ସ୍ଥିର କରାଯାଇପାରିବ।

 

୨. କେତେ ପ୍ରକାର ଏଲିଭେସନ୍ ରହିଛି?

ଅନେକ ପ୍ରକାର ଏଲିଭେସନ୍ ରହିଛି, ଯାହା ମଧ୍ୟରେ ସମ୍ମୁଖ, ପଛ, ପାର୍ଶ୍ୱ ଏବଂ ଆଭ୍ୟନ୍ତରୀଣ ଏଲିଭେସନ୍ ଅନ୍ତର୍ଭୁକ୍ତ। ଏହି ଏଲିଭେସନ୍ ଡ୍ରଇଂଗୁଡ଼ିକ ବିଲଡିଂର ସ୍ଥାପତ୍ୟଗତ ଡିଜାଇନ୍ ଆଧାରରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଓ ବିବରଣୀ ଯୋଗାଇଥାଏ।

 

୩. ଏକ ଘରର ଚାରୋଟି ଏଲିଭେସନ୍ କ’ଣ କ’ଣ ଅଟେ?

ଘରର ଚାରୋଟି ଏଲିଭେସନ୍ ମଧ୍ୟରେ ସମ୍ମୁଖ, ପଛ, ବାମ ପାର୍ଶ୍ୱ ଓ ଡାହାଣ ପାର୍ଶ୍ୱ ଏଲିଭେସନ୍ ଅନ୍ତର୍ଭୁକ୍ତ ହୋଇଥାଏ। ଏହି ଏଲିଭେସନ୍‌‌ଗୁଡ଼ିକ ବିଭିନ୍ନ ଦୃଷ୍ଟିକୋଣରୁ ବିଲଡିଂର ବାହ୍ୟ ରୂପକୁ ଦର୍ଶାଇଥାଏ, ଯାହାକୁ ବ୍ୟବହାର କରି ଡିଜାଇନର୍ ଏବଂ ଆର୍କିଟେକ୍ଟମାନେ ଢାଞ୍ଚାର ଆୟତନ, ବୈଶିଷ୍ଟ୍ୟାବଳୀ ଏବଂ ସୌନ୍ଦର୍ଯ୍ୟଗତ ଦିଗକୁ ଦର୍ଶାଇପାରିଥାନ୍ତି।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....